ବିକ୍ଷୋଭ ପାଇଁ ଦିଲ୍ଲୀ ଅଭିମୁଖେ ଚାଷୀ: ନୋଏଡା ସୀମା ସିଲ, ହରିଆଣାରେ ବ୍ୟାରିକେଡ୍‌

ଚାଷୀଙ୍କ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ହରିଆଣା ଓ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ସିମେଣ୍ଟ ବ୍ୟାରିକେଡ, ବାଲିବସ୍ତା ଓ ଲୁହା ତାର ଲଗାଇ ଯାଇଛି।

Farmer

ଚାଷୀଙ୍କ ଆନ୍ଦୋଳନ ଓ ଟ୍ରାଫିକ ଜାମ

Hemant Lenka
  • Published: Thursday, 08 February 2024
  • Updated: 08 February 2024, 04:33 PM IST

ନିଜର ହକ ପାଇଁ ଦିଲ୍ଲୀରେ ବିକ୍ଷୋଭ କରିବାକୁ ଆସୁଥିବା ଶତାଧିକ ଚାଷୀଙ୍କ ବାଟ ଓଗାଳିବାକୁ ଉତ୍ତର ପ୍ରଦେଶ ଓ ହରିଆଣା ସରକାର ବ୍ୟାପକ ଯୋଜନା କରିଛନ୍ତି। ନୋଏଡା ପ୍ରଶାସନ ନିଜର ସୀମା ସିଲ କରିଥିବା ବେଳେ ହରିୟାଣା ପକ୍ଷରୁ ବ୍ୟାରିକେଡ ଲଗା ଯାଇଛି।

ଏଥିଯୋଗୁ ବ୍ୟାପକ ଟ୍ରାଫିକ ଜାମ ଦେଖିବାକୁ ମିଳିଛି। ନୋଏଡା ଓ ଗ୍ରେଟର ନୋଏଡାରେ ଚାଷୀମାନେ ଆନ୍ଦୋଳନ ଡାକରା ଦେଇଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ବିଭିନ୍ନ ଗାଡ଼ିକୁ ଅଟକାଇ ପୁଲିସ୍‌ ସର୍ଚ୍ଚ ଅପରେସନ ମଧ୍ୟ କରୁଛି। ଏଥିଯୋଗୁ ସାଧାରଣ ଲୋକ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Also Read

ସ୍ଥିତିକୁ ଦେଖି ପୁଲିସ୍‌ ବ୍ୟତୀତ ରାପିଡ ଆକ୍ସନ ଫୋର୍ସକୁ ମୁତୟନ କରାଯାଇଛି। ସୀମାନ୍ତ ଅଞ୍ଚଳରେ ଦଙ୍ଗା ନିୟନ୍ତ୍ରଣ ଗାଡ଼ି ରଖାଯାଇଛି। ଡ୍ରୋନ ଦ୍ୱାରା ପୂରା ସ୍ଥିତି ଉପରେ ନଜର ଲେଖାଯାଇଛି। ନୋଏଡା-ଦିଲ୍ଲୀ ସୀମାରେ ବ୍ୟାରିକେଡ ଲାଗିଥିବାରୁ ଚାଷୀମାନେ ଏହା ଉପରେ ଚଢ଼ି ଆଗକୁ ଯିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। 

ସାଧାରଣ ଲୋକଙ୍କ କହିବା କଥା ଯେ ଚାଷୀମାନଙ୍କୁ ରାସ୍ତା କଡ଼ରେ ଅଟକା ଯାଇଛି। କିନ୍ତୁ ପ୍ରବଳ ଭିଡ଼ ଯୋଗୁ ବିଭିନ୍ନ ସ୍ଥାନରେ ଯାତାୟାତରେ ବାଧା ସୃଷ୍ଟି ହେଉଛି। ପ୍ରବଳ ଟ୍ରାଫିକ ଜାମ ଓ ଚେକିଂ ଯୋଗୁ ୩୦ ମିନିଟରୁ ୧ ଘଣ୍ଟା ବିଳମ୍ବ ଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି।

ଦିଲ୍ଲୀ ସୀମାନ୍ତରେ ଚାଷୀମାନେ ୩ ବର୍ଷ ତଳେ ଐତିହାସିକ ଆନ୍ଦୋଳନ କରିଥିଲେ। ଚାଷୀଙ୍କ ଆନ୍ଦୋଳନ ଯୋଗୁ ମୋଦି ସରକାର ୩ କୃଷି ଆଇନକୁ ପ୍ରତ୍ୟାହାର କରି ନେଇଥିଲେ। ଏବେ ପୁଣି ଚାଷୀମାନେ ବିଭିନ୍ନ ସମସ୍ୟା ଧରି ଦିଲ୍ଲୀ ସୀମାନ୍ତରେ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଛନ୍ତି।

ଚାଷୀଙ୍କ ଆନ୍ଦୋଳନକୁ ବନ୍ଦ କରିବା ପାଇଁ ହରିଆଣା ଓ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ସିମେଣ୍ଟ ବ୍ୟାରିକେଡ, ବାଲିବସ୍ତା ଓ ଲୁହା ତାର ଲଗାଇ ଯାଇଛି। ଚାଷୀମାନେ ଯେମିତି ଦିଲ୍ଲୀରେ ପହଞ୍ଚି ପାରିବେ ନାହିଁ, ସେଥିପାଇଁ ନିଷେଦ୍ଧା ଆଦେଶ ଜାରି କରାଯାଇଛି।

ଚାଷୀମାନେ ଦୁଇଟି ପର୍ଯ୍ୟାୟରେ ଆନ୍ଦୋଳନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆଜି ଗୋଟିଏ ପର୍ଯ୍ୟାୟ ଆନ୍ଦୋଳନ ଆରମ୍ଭ ହୋଇଛି। ନୋଏଡା ଓ ଗ୍ରେଟର ନୋଏଡାର ଚାଷୀମାନେ ଏକାଠି ହୋଇ ଶୋଭାଯାତ୍ରା ବାହାର କରିଛନ୍ତି। ଏହି ଚାଷୀମାନେ ମାସାଧିକ କାଳ ହେଲା ଆନ୍ଦୋଳନ କରୁଥିଲେ।

ସ୍ଥାନୀୟ ପ୍ରଶାସନ ଚାଷୀଙ୍କ ଜମିକୁ ଅଧିଗ୍ରହଣ କରୁଛି। ଚାଷୀମାନେ ବିକାଶମୂଳକ କାର୍ଯ୍ୟ ପାଇଁ ଜମି ଦେବାକୁ ରାଜି ଅଛନ୍ତି। କିନ୍ତୁ ଏହା ବଦଳରେ ଅଧିକ କ୍ଷତିପୂରଣ ଓ ଜମି ବଦଳରେ ବିକଶିକ ପ୍ଲଟ ଦେବାକୁ ସେମାନେ ଦାବି କରିଛନ୍ତି। ପ୍ରଶାସନ ସେମାନଙ୍କ କଥା ଶୁଣୁ ନଥିବାରୁ ଆଜି ଚାଷୀମାନେ ସଂସଦ ଅଭିମୁଖେ ଶୋଭାଯାତ୍ରାରେ ବାହାରିଛନ୍ତି।

ତେବେ ସୀମା ନିକଟରେ ଏକାଠି ହେବା ଓ ଦିଲ୍ଲୀ ପ୍ରବେଶ ଉପରେ ନୋଏଡା ପୁଲିସ୍‌ ରୋକ ଲଗାଇ ଦେଇଛି। ଚାଷୀଙ୍କ ଆନ୍ଦୋଳନ ଯୋଗୁ ପୁଲିସ୍‌ ପକ୍ଷରୁ ଲୋକଙ୍କୁ ଅନ୍ୟ ରାସ୍ତାରେ ଯିବା ଆସିବା କରିବାକୁ ପରାମର୍ଶ ଦିଆଯାଇଛି। ଚାଷୀଙ୍କ ଆନ୍ଦୋଳନ ବେଳେ ଦେଶ ବିରୋଧୀ ତତ୍ତ୍ୱ ଦିଲ୍ଲୀରେ ପ୍ରବେଶ କରିବାର ଆଶଙ୍କା ଥିବାରୁ ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଥିବା ସଫେଇ ଦିଆଯାଇଛି।

ବରିଷ୍ଠ ପୁଲିସ ଅଧିକାରୀ ଶିବହରି ମୀନା କହିଛନ୍ତି, “ନୋଏଡା ଓ ଦିଲ୍ଲୀର ସମସ୍ତ ସୀମାରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ୨୪ ଘଣ୍ଟା ପାଇଁ ସବୁ ସୀମାକୁ ସିଲ କରାଯାଇଛି। ଦିଲ୍ଲୀ ଯାଉଥିବା ସବୁ ଗାଡ଼ିକୁ ଚେକିଂ କରାଯାଉଛି। ସାଧାରଣ ଲୋକ ଯେମିତି ସମସ୍ୟାରେ ନ ପଡ଼ିବେ, ସେଥିପାଇଁ ଆମେ ସବୁ ପ୍ରକାରର ପଦକ୍ଷେପ ନେବାକୁ ଚେଷ୍ଟା କରୁଛୁ। ଆମେ ଚାଷୀଙ୍କ ସହ ମଧ୍ୟ କଥାବାର୍ତ୍ତା କରିଛୁ।”

ଅନ୍ୟପକ୍ଷରେ ଦିଲ୍ଲୀକୁ ଲାଗିଥିବା ହରିଆଣା ସୀମାରେ ମଧ୍ୟ ଚାଷୀଙ୍କୁ ଅଟକାଇବା ପାଇଁ ବ୍ୟବସ୍ଥା ହୋଇଛି। ଏଠାରେ ସିମେଣ୍ଟ ବ୍ୟାରିୟର୍ସ, ବାଲିବସ୍ତା ଆଦି ରଖାଯାଇଛି। ଶମ୍ବୁ ସୀମାରେ ଏପରି ବ୍ୟବସ୍ଥା ହୋଇଛି। ୨୦୨୦-୨୧ରେ ମଧ୍ୟ ସମାନ ଢଙ୍ଗରେ ବ୍ୟାରିକେଡ ଓ ଲୁହା କଣ୍ଟା ବିଛାଇ ଚାଷୀଙ୍କ ରାସ୍ତାକୁ ରୋକା ଯାଇଥିଲା।

ହରିଆଣା ପୁଲିସ୍‌ ଚାଷୀମାନଙ୍କୁ ନୋଟିସ ଜାରି କରି ଧମକ ମଧ୍ୟ ଦେଇଛି। ପୁଲିସ୍‌ ପକ୍ଷରୁ ଚାଷୀଙ୍କୁ ଆନ୍ଦୋଳନରେ ସାମିଲ ନ ହେବାକୁ କୁହାଯାଇଛି। ଯଦି ଚାଷୀମାନେ ଆନ୍ଦୋଳନରେ ସାମିଲ ହୁଅନ୍ତି, ତା’ହେଲେ ସେମାନଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିବ।

ଟ୍ରାକ୍ଟର ମାର୍ଚ୍ଚ ପାଇଁ ପ୍ରସ୍ତୁତ ହେଉଥିବା ହରିଆଣା ଓ ପଞ୍ଜାବର ଚାଷୀମାନେ ଏକାଧିକ ଦାବି ଉପସ୍ଥାପନ କରିଛନ୍ତି। ଏମଏସ୍‌ପି ପାଇଁ ଆଇନ, ଚାଷୀଙ୍କ ପାଇଁ ପେନସନ, ଫସଲ ବୀମା ଓ ୨୦୨୦ ଆନ୍ଦୋଳନ ବେଳେ ଚାଷୀଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ କରିବା ଭଳି ଦାବି କରି ସେମାନେ ଆନ୍ଦୋଳନ କରିବାକୁ ଯୋଜନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story