Advertisment

ଅନ୍‌ଲାଇନ୍‌ରୁ ଅର୍ଡର୍‌ କରିଥିଲେ ଆଇସ୍‌କ୍ରିମ୍‌, ବାହାରିଲା ବିଛା

ନିକଟରେ ମୁମ୍ବାଇରେ ଅନ୍‌ଲାଇନ୍‌ରୁ ଅର୍ଡର କରିଥିବା ଆଇସକ୍ରିମ ଭିତରୁ ଏକ କଟା ମଣିଷ ଆଙ୍ଗୁଠି ବାହାରି ଥିଲା।

author-image
Madhupriya Mistry
icecream

icecream

ଖରା ଦିନେ ଥଣ୍ଡା ଜିନିଷ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ। ବିଶେଷ କରି ଆଇସ୍‌କ୍ରିମ ଖାଇବାକୁ ଅଧିକାଂଶ ପସନ୍ଦ କରନ୍ତି। କିଏ ବାହାରକୁ ଯାଇ ଖାଏ ତ ଆଉ କିଏ ସମୟ ଅଭବା ଯୋଗୁ ଘରେ ବସି ଅନ୍‌ଲାଇନ୍‌ରେ ଅର୍ଡର କରି ଆଇସ୍‌କ୍ରିମର ମଜା ନିଅନ୍ତି। ନିକଟରେ ଜଣେ ମହିଳା ଘରେ ବସି ଅନ୍‌ଲାଇନ୍‌ରେ ଆଇସ୍‌କ୍ରିମ ଖାଇବା ପାଇଁ ଅର୍ଡର କରିଥିଲେ। ହେଲେ ସେଥିରୁ ବାହାରିଛି ବିଛା। ଯାହାକୁ ଦେଖି ତାଙ୍କ ହୋସ୍‌ ଉଡ଼ି ଯାଇଛି। 

Advertisment

ମୁମ୍ବାଇରେ ଅନ୍‌ଲାଇନ୍‌ରୁ ଅର୍ଡର କରିଥିବା ଆଇସକ୍ରିମ ଭିତରୁ ଏକ କଟା ମଣିଷ ଆଙ୍ଗୁଠି ମିଳିବା ପରେ ନୋଏଡାରେ ଆଇସକ୍ରିମ ଭିତରୁ ଜୀବନ୍ତ ବିଛା ବାହାରିଥିବା ମାମଲା ସାମ୍ନାକୁ ଆସିଛି। ସେକ୍ଟର -୧୨ ରେ ରହୁଥିବା ଦୀପା ନାମକ ଜଣେ ମହିଳା ଏନେଇ ଅନ୍‌ଲାଇନ୍‌ କମ୍ପାନୀରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇବା କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନ ଉଠିଛି।

ସୂଚନା ମୁତାବକ, ନୋଏଡା ସେକ୍ଟର-୧୨ରେ ରହୁଥିବା ଦୀପା ପିଲାମାନେ ଆଇସ୍‌କ୍ରିମ ଖାଇବାକୁ ଅଳି କରିବାରୁ ସକାଳ ପ୍ରାୟ ୧୧ଟା ୨୬ରେ ଅନ୍‌ଲାଇନ୍‌ରେ ଅମୁଲ ଭାନିଲା ମ୍ୟାଜିକ୍‌ ଫ୍ଲେଭର ଆଇସ୍‌କ୍ରିମ ମଗାଇଥିଲେ। ଏହାର ଦାମ୍‌ ୧୯୫ ଟଙ୍କା ଥିଲା। କିଛି ସମୟପରେ ଡେଲିଭରୀ ବୟ ସେ ଅର୍ଡର କରିଥିବା ଆଇସ୍‌କ୍ରିମ ଆଣି ତାଙ୍କ ଘରେ ପହଞ୍ଚାଇଥିଲେ। ତେବେ ଆଇସ୍‌କ୍ରିମ ଡବା ଖୋଲିବା ପରେ ସେ ଭିତରେ ଏକ ଜୀବନ୍ତ ବିଛା ଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖି ମହିଳା ଜଣକ ଚକିତ ହୋଇପଡିଥିଲେ।

Advertisment

ତୁରନ୍ତ ଏନେଇ ସେ ବ୍ଲିଙ୍କଇଟ୍‌ରେ ଅଭିଯୋଗ କରିଥିଲେ। ଏହାପରେ କମ୍ପାନୀ ତୁରନ୍ତ ତାଙ୍କ ଟଙ୍କା ଫେରସ୍ତ କରିଥିଲେ। କଷ୍ଟମର କେୟାର କହିଛି ଯେ ଆଇସକ୍ରିମ କମ୍ପାନୀର ମ୍ୟାନେଜର ସେମାନଙ୍କ ସହ ଯୋଗାଯୋଗ କରିବେ, କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ପକ୍ଷରୁ କୌଣସି ଉତ୍ତର ଆସିନାହିଁ।

ଦୀପାଙ୍କ କହିବା ମୁତାବକ ପ୍ରାୟତଃ ଲୋକ ଅନ୍‌ଲାଇନ୍‌ରେ ଜିନିଷ ଅର୍ଡର କରନ୍ତି। ଯଦି ପିଲାମାନେ ଏହି ପୋକ ପଡିଥିବା ଆଇସ୍‌କ୍ରିମ୍‌ ଖାଇଥାନ୍ତେ, ତେବେ ସେମାନଙ୍କ ସହିତ କିଛି ଅଘଟଣ ଘଟିଥାନ୍ତା। ସେପଟେ ଏହି ପୂରା ଘଟଣା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଅନ୍‌ଲାଇନ୍‌ କମ୍ପାନୀ ଉପରେ ପ୍ରଶ୍ନ ଉଠାଇଛନ୍ତି।

Noida Amul Ice Cream Viral Video Centipede Inside Ice Cream