/odisha-reporter/media/post_attachments/uploadimage/library/16_9/16_9_0/Youth_Dead_1712558227.jpg)
Youth Dead
ଓ୍ୱାଟର ପାର୍କରେ ଗାଧୋଇବା ବେଳେ ଟଳି ପଡିଲେ ଯୁବକ। ସ୍ଲାଇଡିଂର ମଜା ନେଉଥିବା ବେଳେ ହଠାତ୍ ସେ ଚେତା ଶୂନ୍ୟ ହୋଇପଡିଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଛି। ଏଭଳି କିଛି ଘଟଣା ଘଟିଛି ନୋଏଡାର ଏକ ଓ୍ୱାଟର ପାର୍କରେ।
ନୋଏଡା ସେକ୍ଟର-୩୯ ଥାନା ଅଞ୍ଚଳର ସେକ୍ଟର-୩୮(ଏ) ସ୍ଥିତ ଜିଆଇପି ମଲର ଓ୍ୱାଟର ପାର୍କ। ରବିବାର ୨୫ ବର୍ଷୀୟ ଧନଞ୍ଜୟ ମହେଶ୍ୱରୀ ତାଙ୍କ ଚାରିଜଣ ସାଙ୍ଗମାନଙ୍କ ସହ ଏହି ମନୋରଞ୍ଜନ ସିଟି ୱାଟର ପାର୍କକୁ ଆସିଥିଲେ। ଏଠାରେ ସେ ନିଜ ସାଙ୍ଗମାନଙ୍କ ସହ ଓ୍ୱାଟର ପାର୍କର ମଜା ନେଇଥିଲେ।
ପୁଲିସର କହିବା ମୁତାବକ, ସୁଇମିଂ ପୋଷାକ ସଂଗ୍ରହ କରିବା ଏବଂ ସେମାନେ ନିଜ ଜିନିଷ ଲକରରେ ରଖି ସିଧା ସ୍ଲାଇଡିଂରେ ଖସିବାକୁ ଯାଇଥିଲେ। ଏହାପରେ ସେମାନେ ଜଣେ ପରେ ଜଣେ ସେଠାରେ ପହଞ୍ଚି ସ୍ଲାଇଡ୍ କରିବା ଆରମ୍ଭ କରିଥିଲେ। ତେବେ ଏହି ସମୟରେ ମହେଶ୍ୱରୀ ହଠାତ୍ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତା'ପରେ କିଛି ସମୟ ପରେ ସେ ଚେତାଶୂନ୍ୟ ହୋଇପଡିଥିଲେ। ତୁରନ୍ତ ତାଙ୍କୁ ଜିପି ମଲ୍ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ମହେଶ୍ୱରୀ ଦିଲ୍ଲୀର ଆଦର୍ଶ ନାଗ, ଶିବାଜୀ ରୋଡ ଏକ୍ସଟେନ୍ସନରେ ରହୁଥିଲେ। ମୃତ୍ୟୁ ଖବର ପାଇ ମହେଶ୍ୱରୀଙ୍କ ପରିବାର ଲୋକେ ମଧ୍ୟ ନୋଏଡାରେ ପହଞ୍ଚିଥିଲେ। ମହେଶ୍ୱରୀଙ୍କ ଗୋଡ ଓ ଅଣ୍ଟାରେ ଆଘାତ ଲାଗିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ସପଟେ ପୁଲିସ ସମସ୍ତ ଦିଗକୁ ଧ୍ୟାନରେ ରଖି ମାମଲାର ତଦନ୍ତ ଜାରି ରଖାଯାଇଥିବା କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
