Advertisment

ସୁରଟରେ କଂଗ୍ରେସକୁ ଝଟ୍‌କା, ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ

ନିର୍ବାଚନ ଅଧିକାରୀଙ୍କ ନିକଟରେ ନୀଲେଶ କୁମାର ନିଜର ତିନି ଜଣ ପ୍ରସ୍ତାବକଙ୍କ ମଧ୍ୟରୁ ଜଣଙ୍କୁ ବି ହାଜର କରିପାରି ନଥିଲେ।

Congress Candidate

Congress Candidate

Advertisment

ଗୁଜରାଟର ସୁରଟରେ ଦେଖିବାକୁ ମିଳିଛି ହାଇ ଭୋଲ୍‌ଟେଜ ରାଜନୈତିକ ଡ୍ରାମା। ଏଠି କଂଗ୍ରେସକୁ ଲାଗିଛି ବଡ ଝଟ୍‌କା। ଏଠାକାର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ଭାନୀଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଯାଇଛି। ନିର୍ବାଚନ ଅଧିକାରୀଙ୍କ ନିକଟରେ ନୀଲେଶ କୁମାର ନିଜର ତିନି ଜଣ ପ୍ରସ୍ତାବକଙ୍କ ମଧ୍ୟରୁ ଜଣଙ୍କୁ ବି ହାଜର କରିପାରି ନାହାନ୍ତି।

Advertisment

କୁହାଯାଉଛି ଯେ, ନୀଲେଶ କୁମାରଙ୍କ ତିନି ଜଣ ପ୍ରସ୍ତାବକ ତାଙ୍କୁ ବିରୋଧ କରୁଥିଲେ। ନୀଲେଶଙ୍କ ନାମାଙ୍କନ ପତ୍ରରେ ସେମାନେ ଦସ୍ତଖତ କରି ନାହାନ୍ତି ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହି ତିନି ଜଣ ଏକ ଆଫିଡେଭିଟ ମଧ୍ୟ ଦାଖଲ କରିଥିଲେ। କେବଳ ସେତିକି ନୁହେଁ ଏହି ଆସନରୁ ବିଜେପିର ପ୍ରାର୍ଥୀଙ୍କ ନିର୍ବାଚନୀ ଏଜେଣ୍ଟ ଦିନେଶ ଜୋଧାନୀ ମଧ୍ୟ କଂଗ୍ରେସର ନାମାଙ୍କନ ପତ୍ରକୁ ନେଇ ଆପତ୍ତି ଉଠାଇଥିଲେ। ପ୍ରସ୍ତାବକଙ୍କ ହସ୍ତାକ୍ଷର ଫେକ୍‌ ଥିବା ଅଭିଯୋଗ କରିଥିଲେ। ଏହାପର ଠାରୁ ନୀଲେଶଙ୍କ ନାମାଙ୍କନକୁ ନେଇ ସଙ୍କଟ ଦେଖା ଦେଇଥିଲା।

ନିର୍ବାଚନ ଆୟୋଗ ଆଜି ସକାଳ ୧୧ଟା ସୁଦ୍ଧା କୁମ୍ଭାନୀଙ୍କୁ ତାଙ୍କ ଏହି ମାମଲାରେ ନିଜ ପକ୍ଷ ରଖିବାକୁ ସମୟ ଦେଇଥିଲେ। ତେବେ ଡେଡ୍‌ଲାଇନ୍‌ ସରି ଯାଇଥିଲେ ମଧ୍ୟ ନୀଲେଶ ନିର୍ବାଚନ ଆୟୋଗଙ୍କ ନିକଟରେ ନିଜର ତିନି ଜଣ ପ୍ରସ୍ତାବକଙ୍କୁ ହାଜର କରାଇପାରି ନଥିଲେ। ଏହାପରେ ସୁରଟ ଲୋକସଭା ଆସନରୁ ତାଙ୍କ ନାମାଙ୍କନ ପତ୍ରକୁ ଇସି ରଦ୍ଦ କରିଦେଇଥିଲେ।

Advertisment

ଏଥି ସହିତ ସୁରଟରୁ କଂଗ୍ରେସର ବିକଳ୍ପ ପ୍ରାର୍ଥୀ ସୁରେଶ ପଡସାଲାରଙ୍କ ନାମାଙ୍କନ ପତ୍ର ମଧ୍ୟ ଅବୈଧ ଘୋଷିତ ହୋଇଛି। ଏହି କାରଣରୁ ଗୁଜରାଟର ମୁଖ୍ୟ ବିରୋଧୀ ଦଳ ସହରରେ ନିର୍ବାଚନ ପ୍ରତିଯୋଗିତାରୁ ବାଦ ପଡିଛନ୍ତି। ରିଟର୍ଣ୍ଣିଂ ଅଫିସର ସୌରଭ ପାରଧୀ ତାଙ୍କ ଆଦେଶରେ କହିଛନ୍ତି, କୁମ୍ବାନୀ ଏବଂ ପଡସାଲାରଙ୍କ ଦ୍ୱାରା ଦାଖଲ ହୋଇଥିବା ନାମାଙ୍କନପତ୍ରରେ ପ୍ରସ୍ତାବକଙ୍କ ଦସ୍ତଖତରେ ତ୍ରୁଟି ଦେଖିବାକୁ ମିଳିଥିଲା। ଯାହା ପରେ ନାମାଙ୍କନପତ୍ର ଖାରଜ କରାଯାଇଛି।

ସେପଟେ ନାମାଙ୍କନ ପତ୍ର ରଦ୍ଦ ହେବା ପରେ ଗୁଜରାଟ କଂଗ୍ରେସ ବିଜେପିକୁ ଏଥିପାଇଁ ଦାୟୀ କରିଛି। ବିଜେପି ତାଙ୍କ ପ୍ରସ୍ତାବକଙ୍କୁ ଅପହରଣ କରିନେଇଥିବା କଂଗ୍ରେସ ଅଭିଯୋଗ କରିଛି। ଏଥିସହ ନୀଲେଶଙ୍କୁ ପ୍ରାର୍ଥୀ କରିବା କଂଗ୍ରେସ ସବୁଠାରୁ ବଡ ଭୁଲ୍‌ ଥିଲା। ସେ ବିଜେପି ହାତରେ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ହାଇକୋର୍ଟର ଦ୍ୱାରସ୍ଥ ହେବ ବୋଲି କଂଗ୍ରେସ କହିଛି।

Congress Surat Gujrat Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe