Advertisment

Badrinath-Kedarnath: ଅଣ ହିନ୍ଦୁଙ୍କ ପାଇଁ ନିଷିଦ୍ଧ ହେଲା ଗଙ୍ଗୋତ୍ରୀ ଧାମ

୬ ମାସର ଶୀତ ପରେ ଏପ୍ରିଲ ୨୩ରେ ଚାମୋଲି ଜିଲ୍ଲାରେ ଥିବା ବଦ୍ରିନାଥ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ। ବସନ୍ତି ପଞ୍ଚମୀରେ ନରେନ୍ଦ୍ର ନଗର ସ୍ଥିତ ତେହରି ରୟାଲ ପ୍ୟାଲେସରେ ହୋଇଥିବା ନୀତିକାନ୍ତି ସମୟରେ ତାରିଖ ଓ ମହୁରତ ଚୂଡ଼ାନ୍ତ ହୋଇଛି।

Gagnotri

ଗଙ୍ଗୋତ୍ରୀ ଧାମ

Advertisment

ଉତ୍ତରାଖଣ୍ଡରେ ଥିବା ଗଙ୍ଗୋତ୍ରୀ ଧାମରେ ଆଉ ଅଣ ହିନ୍ଦୁଙ୍କୁ ପ୍ରବେଶ ମିଳିବ ନାହିଁ। ଶ୍ରୀ ଗଙ୍ଗୋତ୍ରୀ ମନ୍ଦିର କମିଟି ସର୍ବସମ୍ମତିକ୍ରମେ ଏପରି ଏକ ନିଷ୍ପତ୍ତି ନେଇଛି। ଏହି ନିୟମ ବଦ୍ରିନାଥ ଓ କେଦାରନାଇ ମନ୍ଦିର ଠାରୁ ଆରମ୍ଭ କରି ମଖବା ଯାଏ ଲାଗୁ ହେବ। ମା’ ଗଙ୍ଗାଙ୍କ ଶୀତକାଳୀନ ନିବାସ ସ୍ଥାନକୁ ମୁଖବା କୁହାଯାଏ। 

Advertisment

ଶ୍ରୀ ଗଙ୍ଗୋତ୍ରୀ ମନ୍ଦିର କମିଟି ଅଧ୍ୟକ୍ଷ ସୁରେଶ ସେମୱାଲଙ୍କ କହିବା କଥା ଯେ ଅଣ ହିନ୍ଦୁଙ୍କ ଧାମ ଓ ମୁଖବା ପ୍ରବେଶ ଉପରେ ବ୍ୟାନ ଲାଗୁ କରାଯାଇଛି ଓ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। 

ଅନ୍ୟପକ୍ଷରେ ବିଜେପି ନେତା ତଥା ଶ୍ରୀ ବଦ୍ରିନାଥ-କେଦାରନାଥ(Badrinath-Kedarnath) ମନ୍ଦିର କମିଟି (ବିକେଟିସି) ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ ଘୋଷଣା କରିଛନ୍ତି ଯେ ବଦ୍ରିନାଥ ଓ କେଦାରନାଥ ସମେତ ବେକେଟିସି ଅଧୀନରେ ଥିବା ସମସ୍ତ ମନ୍ଦିରରେ ଅଣ ହିନ୍ଦୁଙ୍କ ପ୍ରବେଶ ବ୍ୟାନ କରାଯାଇଛି। ଏହି ପ୍ରସ୍ତାବ କମିଟିର ଆସନ୍ତା ବୈଠକ ବେଳେ ସମସ୍ତଙ୍କ ଆଗରେ ଉପସ୍ଥାପନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। 

Advertisment

ଦ୍ୱିବେଦୀଙ୍କ କହିଛନ୍ତି “ଉତ୍ତରାଖଣ୍ଡର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାକୁ ସଂରକ୍ଷିତ କରିବା ସର୍ବୋପରି। କେଦାରନାଥ ଓ ମାନା ରିଜନରେ ଥିବା ମନ୍ଦିର ଗୁଡ଼ିକରେ ହିନ୍ଦୁ ପ୍ରବେଶରେ ହିଁ ସୀମିତ ରହି ଆସିଛି। ଅଣ ବିଜେପି ସରକାର ସମୟରେ ଏହି ପରାମ୍ପରାକୁ ଅଣଦେଖା କରାଯାଇଥିଲା। ଏବେ ନିୟମକୁ କଡ଼ାକଡ଼ି କରି ଲାଗୁ କରିବାକୁ ପଦକ୍ଷେପ ନିଆଯାଉଛି।”

ବେଆଇନ ଧର୍ମପୀଠକୁ ଉଚ୍ଛେଦ କରିବାକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଦେଇଥିବା ନିର୍ଦ୍ଦେଶକୁ ପ୍ରଶଂସା କରିଛନ୍ତି ଦ୍ୱିବେଦୀ। ଏପରି ନିର୍ଦ୍ଦେଶ ଉତ୍ତରାଖଣ୍ଡର ଧାର୍ମିକ ପରିଚୟ, ସାଂସ୍କୃତିକ ଐତିହ୍ୟ ଓ ଆଇନ ଶୃଙ୍ଖଳା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟ ସରକାର ଓ ମନ୍ଦିରଗୁଡ଼ିକ କମିଟି ମିଳିତ ଭାବେ ଉତ୍ତରାଖଣ୍ଡର ମନ୍ଦିର ଓ ସାଂସ୍କୃତିକ ପବିତ୍ରକୁ ଅକ୍ଷୁଣ୍ଣ ରଖିବେ ବୋଲି ସେ ଆଶାବାଦୀ ରହିଛନ୍ତି। 

ଦ୍ୱିବେଦୀଙ୍କ ପ୍ରସ୍ତାବ ସମ୍ପର୍କରେ ପୁଷ୍କର ସିଂହ ଧାମି କହିଛନ୍ତି ଯେ ପ୍ରଶାସନ ନିଶ୍ଚିତ ଭାବେ ବିଭିନ୍ନ କମିଟି ଓ ରାଜ୍ୟର ଧାର୍ମିକ ସ୍ଥଳର ଦେଖାଶୁଣା କରୁଥିବା ସଂସ୍ଥା ଦେଉଥିବା ପ୍ରସ୍ତାବ ଉପରେ ପଦକ୍ଷେପ ନେବ। 

୬ ମାସର ଶୀତ ପରେ ଏପ୍ରିଲ ୨୩ରେ ଚାମୋଲି ଜିଲ୍ଲାରେ ଥିବା ବଦ୍ରିନାଥ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ। ବସନ୍ତି ପଞ୍ଚମୀରେ ନରେନ୍ଦ୍ର ନଗର ସ୍ଥିତ ତେହରି ରୟାଲ ପ୍ୟାଲେସରେ ହୋଇଥିବା ନୀତିକାନ୍ତି ସମୟରେ ତାରିଖ ଓ ମହୁରତ ଚୂଡ଼ାନ୍ତ ହୋଇଛି। ଉତ୍ତରକାଶୀରେ ଥିବା ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧର୍ମପୀଠ ଏପ୍ରିଲ ୧୯ ଅକ୍ଷୟ ତୃତୀୟରେ ଖୋଲିବ। ସେହିପରି ମହାଶିବରାତ୍ରୀରେ ରୁଦ୍ରପ୍ରୟାଗରେ ଥିବା କେଦାରନାଥ ଧାମ ଖୋଲିବା ତାରିଖ ଘୋଷଣା ହେବ। 

Badrinath Kedarnath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe