Advertisment

ନିଜ ବାପାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ବିଜେପି ନେତ୍ରୀ

ତାଙ୍କ ବାପାଙ୍କ ଦ୍ୱାରା ସେ ବାରମ୍ବାର ଅସଦାଚରଣର ଶିକାର ହୋଇଛନ୍ତି।

undefined

Khushbu Sundar

Advertisment

ନିଜ ବାପାଙ୍କ ବିଷୟରେ ସାଂଘାତିକ ଅଭିଯୋଗ ଆଣିଲେ ବିଜେପି ନେତ୍ରୀ ଖୁସବୋ ସୁନ୍ଦର। ନିକଟରେ ଜାତୀୟ ମହିଳା କମିଶନର ସଦସ୍ୟ ଭାବେ ମନୋନିତ ହୋଇଥିବା ଖୁସବୋ ତାଙ୍କ ବାପାଙ୍କ ବିରୋଧରେ ଆଣିଛନ୍ତି ଯୌନ ନିର୍ଯାତନା ଅଭିଯୋଗ। ତାଙ୍କ ବାପାଙ୍କ ଦ୍ୱାରା ସେ ବାରମ୍ବାର ଅସଦାଚରଣର ଶିକାର ହୋଇଛନ୍ତି। ଏହି କଥା ପ୍ରକାଶ କରିବାକୁ ସେ ଲଜ୍ଜିତ ନୁହନ୍ତି ବୋଲି କହିଛନ୍ତି। ନିଜ ବାପାଙ୍କ ବିଷୟରେ କଳୁସିତ ଚରିତ୍ର ବିଷୟରେ କହିବାକୁ ମୁଁ ଲଜ୍ଜିତ ନୁହଁ। ମୁଁ ଏହାକୁ ସଚ୍ଚୋଟତାର ସହ କହିବାକୁ ଚାହୁଁଛି। କାରଣ  ମୋ ସହିତ ଯାହ ଘଟିଛି ମୁଁ ତାକୁ ପ୍ରକାଶ କରିବାକୁ ଦ୍ୱିଧା ପ୍ରକାଶ କରେ ନାହିଁ।  ଖୁସବୋ କହିଛନ୍ତି ଯେ, ମୋତେ ଯେତେବେଳେ ୮ ବର୍ଷ ହୋଇଥିଲା ମୁଁ  ମୋ ବାପାଙ୍କ ଠାରୁ ଯୌନ ନିତନନାର ଶୀକାର ହୋଇଛି।  ସେ କହିଛନ୍ତି ଯେ, ମୁଁ କୌଣସି ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇ ନାହିଁ। ମୁଁ ଭାବୁଛି ମୋତେ ଲାଗୁଛି ଯେ ଦୋଷୀ ଏଥିପାଇଁ ଲଜ୍ଜିତ ହେବା ଉଚିତ।

Advertisment

ସେ କହିଛନ୍ତି ମୁଁ ଚାହୁଁଛନ୍ତି ଯେ ମହିଳାମାନେ ସେମାନଙ୍କ ସହ କ’ଣ ହେଉଛି ସେ ବିଷୟରେ ଆଲୋଚନା କରନ୍ତୁ। ମୁଁ ଭାବୁଛି ମୋତେ ଏହି ବାର୍ତ୍ତା ଦେବା ଆବଶ୍ୟକ ଯେ ତୁମେ ଶକ୍ତିଶାଳୀ ହେବା ଉଚିତ ଏବଂ ନିଜ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କୌଣସି କ୍ଷେତ୍ରରେ ନିଜ ମନରେ ହୀନମନ୍ୟତା ଆଣିବାକୁ ଦିଅନ୍ତୁ ନାହିଁ। ମୁଁ ଭାବୁଛି ମହିଳାମାନେ ଏ ବିଷୟରେ କହିବା ଆବଶ୍ୟକ ଏବଂ ସେମାନେ ଜଣାନ୍ତୁ ଯେ ଏହା ମୋ ସହିତ ଘଟିଛି ଏବଂ ଯାହା ହେଉନା କାହିଁକି ମୁଁ ମୋର ଯାତ୍ରା ଜାରି ରଖିବି।
ନିକଟରେ ଜୟପୁରରେ ମୋଜୋ ଷ୍ଟୋରୀ ଦ୍ୱାରା ଆୟୋଜିତ ଉଇ ଦ ଓମେନ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ, ଯେତେବେଳେ ତାଙ୍କୁ ୧୫ ବର୍ଷ ହୋଇଥିଲା ସେତେବେଳେ ସେ ତାଙ୍କ ପିତାଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲେ। ଏହା ପରେ ତାଙ୍କ ପିତା ପରିବାରକୁ ବେସାହାରା କରି ଛାଡିଥିଲେ। ସେ କହିଥିଲେ, ସବୁଠାରୁ କଷ୍ଟକର ବିଷୟ ଯାହା ମୋତେ ଦୀର୍ଘ ଦିନ ଧରି ବ୍ୟଥିତ କରିଛି, ଯାହା ମୁଁ ଭୁଲି ପାରିବି ନାହିଁ, କ୍ଷମା କରିବି ନାହିଁ।  କିନ୍ତୁ ଏହାକୁ ପଛରେ ଛାଡି ଆଗକୁ ବଢ଼ିବି। ମୋ ପିଲାଦିନରେ ମୋ ପିତାଙ୍କ ଦ୍ୱାରା ହୋଇଥିବା ଯୌନ ଶୋଷଣ ମତେ ମାନସିକସ୍ତରରେ ଆଘାତ ଦେଇଛି। ଯେତେବେଳେ ଏକ ଶିଶୁ ଯୌନ ଶୋଷଣର ଶିକାର ହୁଏ, ଏହା ତାଙ୍କୁ ସାରା ଜୀବନ କଷ୍ଟ ଦେଇଥାଏ ।

ସେ କହିଛନ୍ତି ଯେ ସେ ଗର୍ବିତ ଯେ ସେ ତାଙ୍କ ପିତାଙ୍କ ବିରୁଦ୍ଧରେ ଠିଆ ହୋଇଥିଲେ।  କାରଣ ଯଦି ସେ ପରିବାରରେ ରହିଥାନ୍ତେ, ତେବେ ସେ ଏ ପର୍ଯ୍ୟନ୍ତ ଆସି ପାରି ନ ଥାନ୍ତେ। ମୁଁ ମଧ୍ୟ ଦୁନିଆ ସହ ଅତି ସହଜରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବି ବୋଲି ସେ କହିଛନ୍ତି। ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଟେଲିଭିଜନ ଉପସ୍ଥାପିକା ଖୁସବୋ ପ୍ରଥମେ ଡିଏମକେରେ ଯୋଗ ଦେଇଥିଲେ। କିନ୍ତୁ ପରେ କଂଗ୍ରେସକୁ ଯାଇ ଦଳର ମୁଖପାତ୍ର ହୋଇଥିଲେ।

Advertisment

ଶେଷରେ ବିଜେପିରେ ମିଶି ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ପରାସ୍ତ ହୋଇଥିଲେ। ଖୁସବୁଙ୍କର ଲୋକପ୍ରିୟତା ହିଁ ୨୦୧୦ ମସିହାରେ ତାଙ୍କୁ ନିଜେ ଡିଏମକେ ମୁଖ୍ୟ କରୁଣାନିଧି ପାର୍ଟିକୁ ଆଣିଥିଲେ। ନଭେମ୍ବର ୨୦୧୪ ରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀ ଖୁସବୋ ସୁନ୍ଦର କଂଗ୍ରେସରେ ଯୋଗ ଦେଇଥିଲେ। ଖୁସବୁ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ହିନ୍ଦୀ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ। 

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe