Advertisment

ଗଣତନ୍ତ୍ର ନୁହେଁ, ବଂଶବାଦ ରାଜନୀତି ବିପଦରେ ଅଛି: ଅମିତ ଶାହ

ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ହେବା ପରେ ବିରୋଧୀମାନେ ସଂସଦକୁ ଚାଲିବାକୁ ଦେଉ ନାହାନ୍ତି।

ଅଦ୍ୟତନ ହୋଇଛି
Amit Shah

Amit Shah

Advertisment

‘ଦେଶର ଗଣତନ୍ତ୍ର ବିପଦରେ ନାହିଁ। ବିପଦରେ ଅଛି ବଂଶବାଦ ଓ ଜାତିବାଦ ରାଜନୀତି।’ ଶୁକ୍ରବାର ଉତ୍ତର ପ୍ରଦେଶର କୌଶମ୍ବିରେ କୌଶମ୍ବି ମହୋତ୍ସବକୁ ଉଦଘାଟନ କରିବା ଅବସରରେ ଏହି କଥା କହି ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

Advertisment

ସେ ଆହୁରି କହିଛନ୍ତି, ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ହେବା ପରେ ବିରୋଧୀମାନେ ସଂସଦକୁ ଚାଲିବାକୁ ଦେଲେ ନାହିଁ। ଏଥିପାଇଁ ଏ ଦେଶ ବିରୋଧୀମାନଙ୍କୁ କେବେ ବି କ୍ଷମା କରିବ ନାହିଁ।

ଏହା ସହିତ ୨୦୨୪ରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଠନ କରିବା ପାଇଁ ବିଜେପିକୁ ଭୋଟ୍ ଦେବାକୁ ସେ ଉପସ୍ଥିତ ଲୋକଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ସମାଜର ସମସ୍ତ ବର୍ଗର ସାମଗ୍ରିକ ଉନ୍ନତି ପାଇଁ ପୁଣି ଥରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିବାକୁ ପଡ଼ିବ।

Advertisment

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକ ଉପସ୍ଥିତ ରହିଥିଲେ। ଉତ୍ତର ପ୍ରଦେଶ ବିଜେପି ସଭାପତି ଭୂପେନ୍ଦ୍ର ଚୌଧୁରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଗତ ମାର୍ଚ୍ଚ ୨୪ ତାରିଖରେ ରାହୁଲ ଗାନ୍ଧିଙ୍କ ଲୋକସଭା ପଦ ରଦ୍ଦ ହୋଇଥିଲା। ଏକ ମାନହାନୀ ମାମଲାରେ ସୁରଟର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବାର ୨୪ ଘଣ୍ଟା ମଧ୍ୟରେ ତାଙ୍କ ସାଂସଦ ପଦକୁ ରଦ୍ଦ କରାଯାଇଥିଲା। ଏହା କଂଗ୍ରେସ ପାଇଁ ଏକ ବଡ଼ ଝଟକା ଥିଲା। ବିଜେପି ପ୍ରତିହିଂସା ପରାୟଣ ହୋଇ ରାହୁଲଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଦଳ ଏହା ବିପକ୍ଷରେ ଉଭୟ ଆଇନଗତ ଓ ରାଜନୀତିକ ଲଢ଼େଇ ଲଢ଼ିବ ବୋଲି କହିଛି।

Bjp Congress Rahul Gandhi Amit Shah Indian Democracy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe