Advertisment

‘ବିବାହ ପରେ ଶାରୀରିକ ସମ୍ପର୍କ ପାଇଁ ଅରାଜି ହେବା ନିଷ୍ଠୁରତା, କିନ୍ତୁ...’

ବିବାହ ପରେ ଶାରୀରିକ ସମ୍ପର୍କ ରଖିବାକୁ ଅରାଜି ହେବା ନିହାତି ଭାବେ ଅପରାଧ । ଏହା ହିନ୍ଦୁ ବିବାହ ଆଇନ୍‌ ଅନୁଯାୟୀ ଅପରାଧ। ମାତ୍ର ଭାରତୀୟ ଦଣ୍ଡବିଧି ସଂହିତା ଅନୁଯାୟୀ ଅପରାଧ ନୁହେଁ

Karnataka HC

Karnataka HC

Advertisment

ବିବାହ ପରେ ଶାରୀରିକ ସମ୍ପର୍କ ରଖିବାକୁ ଅରାଜି ହେବା ନିହାତି ଭାବେ ଅପରାଧ । ଏହା ହିନ୍ଦୁ ବିବାହ ଆଇନ୍‌ ଅନୁଯାୟୀ ଅପରାଧ। ମାତ୍ର ଭାରତୀୟ ଦଣ୍ଡବିଧି ସଂହିତା ଅନୁଯାୟୀ ଅପରାଧ ନୁହେଁ। ତେଣୁ ଏହି ମାମଲାରେ କ୍ରିମିନାଲ କେସ୍‌ ରୁଜୁ ହୋଇ ପାରିବନି ବୋଲି ରାୟ ଦେଇଛନ୍ତି କର୍ଣ୍ଣାଟକା ହାଇକୋର୍ଟ। ସ୍ୱାମୀ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ଜଣେ ମହିଳା କ୍ରିମିନାଲ କେସ୍‌ ରୁଜୁ କରିବାକୁ ଅପିଲ୍‌ କରୁଥିବା ବେଳେ ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବ୍ୟକ୍ତିଜଣକ ।

Advertisment

ଏହି ମାମଲାର ଶୁଣାଣି କରି ଜଷ୍ଟିସ୍‌ ଏମ୍‌ ନାଗାପ୍ରସନ୍ନା କହିଛନ୍ତି, ବ୍ୟକ୍ତିଜଣକ ଏକ ନିର୍ଦ୍ଦିଷ୍ଟ ଧର୍ମ ପାଳନ କରୁଥିବା ବେଳେ ତାଙ୍କ ଅନୁଯାୟୀ, ବିବାହ ହେଉଛି ଆତ୍ମା ସହ ଆତ୍ମାର ମିଳନ । ଏଥିପାଇଁ ଶାରୀରିକ ସମ୍ପର୍କର ଆବଶ୍ୟକତା ନାହିଁ। ଏପରି ମତ ରଖିଥିବା ଜଣେ ବ୍ୟକ୍ତିଙ୍କ ପତ୍ନୀ ନ୍ୟାୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏପରିକି ନିଜ ସ୍ୱାମୀଙ୍କ ସମେତ ଶାଶୂ, ଶ୍ୱଶୁରଙ୍କ ନାଁରେ ୨୦୨୦ ମସିହାରେ କ୍ରିମିନାଲ କେସ୍‌ ରୁଜୁ କରିଛନ୍ତି। ହେଲେ ପତ୍ନୀଙ୍କ ଅଭିଯୋଗକୁ ବିରୋଧ କରି ତାଙ୍କ ସ୍ୱାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ବିବାହ ପରେ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ନ ରଖିବା ନିସନ୍ଦେହ ଭାବେ ନିଷ୍ଠୁରତା । ହିନ୍ଦୁ ବିବାହ ଆଇନର ସେକ୍ସନ-୧୨ (ଏ) ଅନୁଯାୟୀ, ଏହା ନିଷ୍ଠୁରତା ବୋଲି ବିବେଚିତ ହେବ । କିନ୍ତୁ ଭାରତୀୟ ଆଇନ ସଂହିତାର ୪୯୮ଏରେ ନିଷ୍ଠୁରତାର ସଂଜ୍ଞା ସବିଶେଷ ଭାବ ଲେଖାଥିବା ବେଳେ ଏହା ତାହାର ଅନ୍ତର୍ଭୁକ୍ତ ହେଉ ନାହିଁ।

Advertisment

ଏହି ଦମ୍ପତି ୨୦୧୯ ମସିହା ଡିସେମ୍ବର ୧୮ ତାରିଖରେ ବିବାହ କରିଥିଲେ। ଏହାପରେ ମହିଳାଜଣକ ୨୦୨୦ ମସିହା ଫେବୃୟାରୀ ୫ ତାରିଖରେ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଥିଲେ। ଏହାବାଦ ବିବାହ ତିଷ୍ଠି ପାରୁ ନ ଥିବା ଅଭିଯୋଗ କରି ଏହାକୁ ଶେଷ କରିବାକୁ ଆବେଦନ କରିଥିଲେ। ଗତବର୍ଷ ନଭେମ୍ବର ୧୬ ତାରିଖରେ ଏହି ବିବାହ ଭାଙ୍ଗି ଯାଇଥିବା ବେଳେ ମହିଳାଜଣକ ନିଜ ସ୍ୱାମୀ ଓ ଶାଶୁ, ଶ୍ୱଶୁରଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିବାକୁ ଅପିଲ୍‌ କରିଥିଲେ। ହେଲେ କର୍ଣ୍ଣାଟକା ହାଇକୋର୍ଟ ଏହି ମାମଲାରେ କ୍ରିମିନାଲ କେସ୍‌ ରୁଜୁ କରିବାକୁ ମନା କରି ଦେଇଛନ୍ତି। ଏହା ଆଇନ୍‌ର ଅବମାନନା ହେବା ସହ ନ୍ୟାୟ ପ୍ରତି ଅବମାନନା ହେବ ବୋଲି ସଫା ସଫା କହିଛନ୍ତି।

Karnataka Police High Court Marriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe