Advertisment

ଭୋଟ୍ ବେଳେ ବିଟ୍‌କଏନ୍‌ ଦୁର୍ନୀତିରେ ଫସିଲେ ଶରଦ ପାଓ୍ୱାରଙ୍କ ଝିଅ?

ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏନ୍‌ସିପି ନେତ୍ରୀ ସୁପ୍ରିୟା ସୁଲେ। ବିଜେପି ଜାରି କରିଥିବା ଅଡିଓ କ୍ଲିପ୍‌ରେ ତାଙ୍କର ନୁହଁ। ଏହା ମିଛ ବୋଲି କହିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Supriya Sule

Supriya Sule

ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ। ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ସମ୍ପୂର୍ଣ୍ଣ ଶକ୍ତି ପ୍ରୟୋଗ କରିଛନ୍ତି।ଅନ୍ୟପକ୍ଷରେ ମତଦାନର ଗୋଟିଏ ଦିନ ପୂର୍ବରୁ ପୁଣେର ପୂର୍ବତନ ଆଇପିଏସ୍ ଅଧିକାରୀ ରବୀନ୍ଦ୍ରନାଥ ପାଟିଲ ଶରଦ ପାୱାରଙ୍କ ଗୋଷ୍ଠୀ ନେତ୍ରୀ ତଥା ଲୋକସଭା ସାଂସଦ ସୁପ୍ରିୟା ସୁଲେ ଏବଂ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପଟୋଲେଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି। କ୍ରିପ୍ଟୋକରେନ୍ସି ଠକେଇରେ ଦୁଇ ନେତା ବିଟ୍‌କଏନ୍‌ର ଅପବ୍ୟବହାର କରିଥିବା ସେ କହିଛନ୍ତି।

Advertisment

ସେପଟେ ସାଂସଦ ସୁପ୍ରିୟା ସୁଲେ ଏହାକୁ ନେଇ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି। ସେ ଗୌରବ ମେହେଟ୍ଟା ଏବଂ ପୁଣେର ପୂର୍ବତନ ଆଇପିଏସ୍ ଅଧିକାରୀ ରବୀନ୍ଦ୍ରନାଥ ପାଟିଲଙ୍କ ବିରୋଧରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ସାଇବର ଠକେଇ ଅଭିଯୋଗ କରିଛନ୍ତି। ଗୌରବ ମେହେଟ୍ଟା ଏବଂ ରବୀନ୍ଦ୍ରନାଥ ପାଟିଲଙ୍କ ବିରୋଧରେ ତୁରନ୍ତ ସାଇବର ଠକେଇ ଅଭିଯୋଗ ରୁଜୁ କରାଯାଉ ବୋଲି ସୁଲେଙ୍କ ଓକିଲ ଚିଠିରେ କହିଛନ୍ତି। ସେ କହିଛନ୍ତି ଯେ ଦୁହେଁ ଏନସିପି ନେତ୍ରୀ ସୁପ୍ରିୟା ସୁଲେଙ୍କ ବିରୋଧରେ ମିଥ୍ୟା ସୂଚନା ପ୍ରଚାର କରୁଛନ୍ତି।

ଡିଜିଟାଲ ମାଧ୍ୟମରେ ବଦନାମ କରିବା ଉଦ୍ଦେଶ୍ୟରେ ଏସବୁ କରାଯାଇଛି ଏବଂ ଏହା ଏକ ଗମ୍ଭୀର ଅପରାଧ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏହି ଅଭିଯୋଗ କେବଳ ମିଥ୍ୟା ନୁହେଁ ବରଂ ସୁପ୍ରିୟା ସୁଲେଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରାଯାଉଛି। ଏ ନେଇ ଏତଲା ରୁଜୁ କରାଯାଇ ଏଭଳି ଲୋକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କୁହାଯାଇଛି।

Advertisment

୨୦୧୮ ମସିହା କ୍ରିପ୍ଟୋକରେନ୍ସି ହେରଫେର ମାମଲାରେ ବିଟକଏନର ଦୂରୁପୋଯୋଗ କରି ବିଧାନସଭା ନିର୍ବାଚନ ପାଇଁ ନଗଦ ଟଙ୍କା ଏକତ୍ର କରିଛନ୍ତି ସୁପ୍ରିୟା ସୁଲେ ଏବଂ ନାନା ପଟୋଲେ। ଏହା ଏକ ଗୁରୁତର ତଥା ଚିନ୍ତାଜନକ ବିଷୟ ବୋଲି କହିଛନ୍ତି ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ। ତେବେ ଏଭଳି ପରିସ୍ଥିତିରେ ସ୍ୱତନ୍ତ୍ର ଏବଂ ନିରପେକ୍ଷ ନିର୍ବାଚନ କିପରି ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ବିଜେପି ତୁରନ୍ତ ଏହି ଅଭିଯୋଗକୁ ଗ୍ରହଣ କରି ଗଣମାଧ୍ୟମରେ ଏକ ଅଡିଓ କ୍ଲିପ୍ ଉପସ୍ଥାପନ କରିଛି, ଯେଉଁଥିରେ 'ବିଟକଏନ୍ ଦୁର୍ନୀତି'ରେ ନାନା ପଟୋଲେ ଓ ସୁପ୍ରିୟା ସୁଲେଙ୍କ ସମ୍ପୃକ୍ତି ଥିବା ପ୍ରମାଣ ବୋଲି ଦାବି କରାଯାଇଛି। ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଦାବି କରିଛନ୍ତି ଯେ ଏହି ଘଟଣା ବିରୋଧୀ ମହାବିକାଶ ଆଘାଡିକୁ 'ମୁକ୍ତ' କରିଛି ଏବଂ କଂଗ୍ରେସ ଏବଂ ବାରାମତୀରୁ ଲୋକସଭା ସଦସ୍ୟ ସୁଲେଙ୍କୁ ଜବାବ ମାଗିଛନ୍ତି।

ଏହାକୁ ନେଇ ସୁପ୍ରିୟା ସୁଲେ ମଧ୍ୟ ଉତ୍ତର ରଖିଛନ୍ତି। ଅଡିଓ କ୍ଲିପ୍‌ରେ ଥିବା ଭଏସ୍‌ ମୋର ନୁହେଁ। ଏହା ମିଛ ଓ ନକଲି। ସୁଧାଂଶୁ ତ୍ରିବେଦୀ ମୋ ନାଁରେ ୫ଟି ଅଭିଯୋଗ ଆଣିବା ସହ ୫ଟି ପ୍ରଶ୍ନ ପଚାରିଥିଲେ ଏବଂ ସେସବୁ ଅଭିଯୋଗ ମିଛ। ମୁଁ ତାଙ୍କ ସହିତ ଯେକୌଣସି ସାର୍ବଜନୀନ ମଞ୍ଚରେ ବସି ଏ ପ୍ରସଙ୍ଗରେ ଆଲୋଚନା ପାଇଁ ଆହ୍ୱାନ କରୁଛି। ସେ ନିଜ ପସନ୍ଦର ସମୟ ଏବଂ ଫୋରମ୍ ଠିକ କରନ୍ତୁ ବୋଲି ସେ କହିଛନ୍ତି। ଏହା ସବୁ ମିଥ୍ୟା ଏବଂ ମୁଁ ସାଇବର ଅପରାଧ ଅଭିଯୋଗ ଦାଖଲ କରିଛି। ବିଟ୍ କଏନ୍‌ର ଟ୍ରାଞ୍ଜେକସନ୍‌ ସହିତ ମୋର କୌଣସି ସମ୍ପର୍କ ନାହିଁ। ଏହା ବିଜେପିର ନିରାଶାକୁ ଦର୍ଶାଉଛି ବୋଲି ସୁଲେ ଏକ୍ସରେ କହିଛନ୍ତି।

Supriya Sule Maharashtra Assembly Election Bitcoin Allegations