Advertisment

କିନ୍ତୁ ରଖି ୟୁସିସିକୁ ନେଇ ଏମିତି ମତ ରଖିଲେ ମାୟାବତୀ

ଆଜି ନିଜେ ମାୟାବତୀ କିନ୍ତୁ ରଖି ୟୁସିସି ଲାଗୁ କରିବା ସପକ୍ଷରେ ମତ ରଖିଛନ୍ତି।

ଅଦ୍ୟତନ ହୋଇଛି
Mayawati

Mayawati

Advertisment

ଦେଶରେ ୟୁନିଫର୍ମ ସିଭିଲ କୋଡ(ୟୁସିସି) ବା ସମାନ ନାଗରିକ ସଂହିତା ବିରୋଧରେ ମୟାବତୀଙ୍କ ଦଳ ବହୁଜନ ସମାଜ ପାର୍ଟି(ବିଏସପି) ନାହିଁ। ଆଜି ନିଜେ ମାୟାବତୀ କିନ୍ତୁ ରଖି ୟୁସିସି ଲାଗୁ କରିବା ସପକ୍ଷରେ ମତ ରଖିଛନ୍ତି।

Advertisment

ସେ କହିଛନ୍ତି, “ଭାରତୀୟ ସମ୍ବିଧାନରେ ପୂର୍ବରୁ ହିଁ ୟୁନିଫର୍ମ ସିଭିଲ କୋଡ ସମ୍ପର୍କରେ ଉଲ୍ଲେଖ କରାଯାଇଛି। କିନ୍ତୁ ସମ୍ବିଧାନରେ ଏହାକୁ ବଳପୂର୍ବକ ଲଦି ଦେବାକୁ କୁହାଯାଇନି। ତେଣୁ ବିଜେପି ୟୁସିସିର ସବୁ ଦିଗକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ଦରକାର।”

ମାୟାବତୀ ଆହୁରି କହିଛନ୍ତି, “ଆମ ଦଳ(ବିଏସ୍‌ପି) ୟୁସିସି ଲାଗୁ କରିବା ବିରୋଧରେ ନାହିଁ। କିନ୍ତୁ ବିଜେପି ଯେଉଁଭଳି ଢଙ୍ଗରେ ୟୁସିସିକୁ ପୂରା ଦେଶରେ ଲାଗୁ କରିବାକୁ ଚାହୁଁଛି, ଏହାକୁ ଦଳ ସମର୍ଥନ କରୁନାହିଁ।

Advertisment

ଏହାର ରାଜନୀତିକରଣ କରିବା ଠିକ ନୁହେଁ। ଠିକ୍‌ ସେହିପରି ବଳ ପୂର୍ବକ କାହା ଉପରେ ଏହାକୁ ଥୋପିବା ମଧ୍ୟ ଉଚିତ ନୁହେଁ।” ସବୁ ଧର୍ମ ଓ ସବୁ ଘଟଣା ପାଇଁ ସମାନ ଆଇନ ଲାଗୁ ହେଲେ, ଏହା ଦେଶରୁ ଆହୁରି ସଶକ୍ତ କରିବ ବୋଲି ମାୟାବତୀ କହିଛନ୍ତି।

ଜୁଲାଇ ୩ରେ ସଂସଦର ଷ୍ଟାଣ୍ଡିଂ କମିଟି ଏହା ଉପରେ ଆଲୋଚନା କରିବାକୁ ଯାଉଥିବା ବେଳେ ମାୟାବତୀଙ୍କ ବୟାନ ସାମ୍ନାକୁ ଆସିଛି। ଆଲୋଚନା ପରେ ସରକାର ୟୁସିସି ବିଲ୍‌କୁ ସଂସଦରେ ଉପସ୍ଥାପନ କରିବେ। ଏହାପରେ ବିଲ୍‌କୁ ସମ୍ଭବତଃ ସଂସଦୀୟ ଷ୍ଟାଣ୍ଡିଂ କମିଟି ପାଖକୁ ପଠାଯାଇ ପାରେ। ଷ୍ଟାଣ୍ଡିଂ କମିଟି ସବୁ ଅଂଶିଦାରଙ୍କ ମତାମତ ଶୁଣିବା ପରେ ବିଲ୍‌ରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ମଧ୍ୟ ଦେଇପାରେ।

Uttar Pradesh Mayabati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe