Advertisment

ହାଥରସ ଟ୍ରାଜେଡୀ: ଏତେ ପରେ ବି ବାବାଙ୍କ ଉପରୁ ତୁଟିନି ଲୋକଙ୍କ ଭରସା

ନିଜର ପ୍ରିୟଜନଙ୍କୁ ହରାଇଥିବା ଅନେକ ଲୋକ ଏବେ ବି ବାବାଙ୍କ ଜୟଜୟ କରୁଛନ୍ତି। ସେମାନେ ବାବାଙ୍କ ବିରୋଧରେ ଆସୁଥିବା ଖବରକୁ ବିରୋଧ କରିଛନ୍ତି।

Hatharas

Hatharas

Advertisment

ଉତ୍ତର ପ୍ରଦେଶର ହାଥରସରେ ଆୟୋଜିତ ସତସଙ୍ଗରେ ଘଟିଥିବା ଦଳଚକାଟା ପୂରା ଦେଶକୁ ଦୋହଲାଇ ଦେଇଛି। ଆତ୍ମଘୋଷିତ ଧର୍ମଗୁରୁ ଭୋଲେ ବାବାଙ୍କ ସତସଙ୍ଗରେ ହୋଇଥିବା ଦଳଚକା ୧୨୧ ଜଣଙ୍କ ଜୀବନ ନେଇଛି।

Advertisment

ବାବା ଫେରାର ଥିବା ବେଳେ ଆଉ କିଛି ଲୋକଙ୍କୁ ପୁଲିସ୍‌ ଗିରଫ କରିଛି। ଘଟଣାର ତଦନ୍ତ ଚାଲିଥିବା ବେଳେ ତଥାକଥିତ ଧର୍ମଗୁରୁ ଭୋଲେ ବାବାଙ୍କ କଳେଙ୍କାରୀ ମଧ୍ୟ ସାମ୍ନାକୁ ଆସୁଛି।

ଦଳାଚକଠାରେ ଅନେକ ଲୋକ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି। ତଥାପି ସେମାନଙ୍କ ଚେତା ପଶିନି। ସେମାନେ ଅନ୍ଧ ଭକ୍ତର ପରିଚୟ ଦେଇ ଏବେ ବି ଭୋଲେ ବାବାଙ୍କ ଉପରେ ଭରସା ରଖିଛନ୍ତି। ସେମାନଙ୍କ ବିଶ୍ୱାସ ଅତୁଟ ରହିଛି। ଅନେପ ପୀଡ଼ିତଙ୍କ ପରିବାର ଲୋକ ଘଟଣା ପାଇଁ ପୁଲିସ୍‌ ଓ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛନ୍ତି।

Advertisment

ଭବିଷ୍ୟତରେ ଯଦି ଭୋଲେ ବାବାଙ୍କର କୌଣସି ସତସଙ୍ଗ ପୁଣି ଆୟୋଜନ ହେବ, ତା’ହେଲେ ସେମାନେ ବିନା କୌଣସି ସଙ୍କୋଚନରେ ସେଥିରେ ଯୋଗଦେବେ। ଆଉ କିଛି ଲୋକ କହିଛନ୍ତି ଯେ କୌଣସି ଘଟଣା ବାବାଙ୍କ ଉପରେ ଥିବା ସେମାନଙ୍କ ଭରସାକୁ ଭାଙ୍ଗି ପାରିବ ନାହିଁ। ସେହିପରି ବାବାଙ୍କୁ ସେମାନେ ନିଜର ଆଦର୍ଶ ବୋଲି ମଧ୍ୟ ବିବେଚନା କରିଛନ୍ତି।

କାସଗଞ୍ଜ ଅନ୍ତର୍ଗତ ନାଗଲା ଖାଞ୍ଜି ଗାଁର ସୋନପାଲ ଯାତବଙ୍କ ପତ୍ନୀ ହେଉଛନ୍ତି ସୀମା। ଦଳଚକଟାରେ ସେ ନିଜର ପତ୍ନୀଙ୍କୁ ହରାଇଛନ୍ତି। ସୀମା ନିଜର ସ୍ୱାମୀ ଓ ପରିବାରର ଅନ୍ୟ ସଦସଦ୍ୟଙ୍କ ସହ ଘଟଣା ଦିନ ସତସଙ୍ଗକୁ ଯାଇଥିଲା। ପତ୍ନୀଙ୍କୁ ହରାଇଥିଲେ ମଧ୍ୟ ବାବାଙ୍କ ପ୍ରତି ସୋନପାଲ ଓ ତାଙ୍କ ପରିବାରର ଭକ୍ତି ଅତୁଟ ରହିଛି।

ଦୀର୍ଘ ୨୦ ବର୍ଷ ହେଲେ ସୋନପାଲ ଓ ତାଙ୍କ ପରିବାର ବାବାଙ୍କ ସଂସ୍ପର୍ଶରେ ରହିଛନ୍ତି। ଦଳାଚକଟା ଘଟଣାରେ ସୋନପାଲ ପତ୍ନୀଙ୍କୁ ହରାଇଥିବା ବେଳେ ଭାଉଜ ବିରମା ଦେବୀ ଓ ଝିଅ କୁସୁମା ଆହତ ହୋଇଛି। ଉଭୟଙ୍କ ଚିକିତ୍ସା ଏବେ ବି ଚାଲିଛି।

ଘଟଣା ପାଇଁ ବିରମା ଦେବୀ ପୁଲିସ୍‌ର ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରିଛନ୍ତି। ସେ କହିଛନ୍ତି, “ଯଦି ପୁଲିସ୍‌ ଠିକ ଭାବେ ସତସଙ୍ଗରେ ଉପସ୍ଥିତ ରହିଥାଆନ୍ତା ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି ଥାଆନ୍ତା, ତା’ହେଲେ ଏତେ ବଡ଼ ଘଟଣା ଘଟି ନଥାଆନ୍ତା।” ଗୋରହା ଗାଁର ମୀରା ଦେବୀ ମଧ୍ୟ ଘଟଣାରେ ପ୍ରାଣ ହରାଇଛନ୍ତି।

ତାଙ୍କ ସ୍ୱାମୀ ପ୍ରେମଶଙ୍କର କହିଛନ୍ତି, ଗାଁର ୩୦ ଜଣ ଲୋକ ୩ଟି ଟେମ୍ପୋରେ ସତସଙ୍ଗକୁ ଯାଇଥିଲେ। ବାବାଙ୍କ ଭାଷଣ ଶେଷ ହେବା ପରେ ସେ ଗାଁର କିଛି ଲୋକଙ୍କ ସହ ଗୋଟିଏ ଟେମ୍ପୋରେ ଘଟଣାସ୍ଥଳରୁ ବାହାରି ଯାଇଥିଲା।

ତେବେ ମୀରା ଦେବୀ ବାବାଙ୍କ ପାଦ ଧୂଳି ନେବାକୁ ଯାଉଥିବା ବେଳେ ତଳେ ପଡ଼ି ଯାଇଥିଲେ ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାରେ ମୀରା ଦେବୀଙ୍କ ବୋହୂ ସାରିକା ଓ ଅଢ଼େଇ ବର୍ଷର ନାତୁଣୀ ରିଙ୍କି ଆହତ ହୋଇଛନ୍ତି। ପ୍ରେମଶଙ୍କର ଘଟଣା ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି।

ସେ କହିଛନ୍ତି, “ଘଟଣାସ୍ଥଳରେ କୌଣସି ଆମ୍ବୁଲାନ୍ସ ନଥିଲା। କୌଣସି ବରିଷ୍ଠ ଅଧିକାରୀ ଉପସ୍ଥିତ ନଥିଲେ। ପ୍ରଶାସନ ଠାରୁ ସତସଙ୍ଗ ପାଇଁ ଅନୁମତି ନିଆଯାଇଥିଲା। ତଥାପି ପ୍ରଶାସନ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରି ନଥିଲା।

ଘଟଣାରେ ବାବାଙ୍କର କୌଣସି ଭୁଲ ନାହିଁ। ଏବେ ସବୁକିଛି ତାଙ୍କ ବିରୋଧରେ ପ୍ରଚାର କରାଯାଉଛି। ତାଙ୍କୁ ଫସାଇବା ପାଇଁ ଷଡ଼ଯନ୍ତ୍ର କରାଯାଇଛି।” କେବଳ ଏହି ଦୁଇ ଜଣ ନୁହନ୍ତି, ନିଜର ପ୍ରିୟଜନଙ୍କୁ ହରାଇଥିବା ଅନେକ ଲୋକ ଏବେ ବି ବାବାଙ୍କ ଜୟଜୟ କରୁଛନ୍ତି। ସେମାନେ ବାବାଙ୍କ ବିରୋଧରେ ଆସୁଥିବା ଖବରକୁ ବିରୋଧ କରିଛନ୍ତି।

Uttar Pradesh Hathras Stampede
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe