Advertisment

ଗାୟକ ଦିଲଜିତ ଦୋସାଞ୍ଜଙ୍କୁ ତେଲାଙ୍ଗାନା ସରକାରଙ୍କ ନୋଟିସ୍

ଆଜି ହାଇଦ୍ରାବାଦରେ ଗାୟକ ଦିଲଜିତ ଦୋସାଞ୍ଜଙ୍କ ମ୍ୟୁଜିକ୍ କନ୍ସର୍ଟର କାର୍ଯ୍ୟକ୍ରମ ରହିଛି।

ଅଦ୍ୟତନ ହୋଇଛି
Diljit Dosanjh

Diljit Dosanjh

Advertisment

ଗାୟକ ଦିଲଜିତ ଦୋସାଞ୍ଜ ଏବଂ ହାଇଦ୍ରାବାଦରେ ଆଜି ହେବାକୁ ଥିବା ଦିଲ୍-ଲୁମିନିଟି କନ୍ସର୍ଟର ଆୟୋଜକମାନଙ୍କୁ ନୋଟିସ୍ ଜାରି କରିଛନ୍ତି ତେଲାଙ୍ଗାନା ସରକାର। ମଦ୍ୟପାନ, ଡ୍ରଗ୍ସ ଏବଂ ହିଂସାକୁ ପ୍ରବର୍ତ୍ତାଉ ଥିବା ଭଲି ସଂଗୀତ ପରିବେଷଣରୁ ଦୂରେଇ ରହିବାକୁ ସେମାନଙ୍କୁ ନୋଟିସ୍ କରାଯାଇଛି।  

Advertisment

ଚଣ୍ଡିଗଡ଼ର ପଣ୍ଡିତରାଓ ଧରେନାବର ଦିଲଜିତ ଦୋସାଞ୍ଜଙ୍କ ଏପରି କିଛି ସଙ୍ଗୀତ ପରିବେଷଣର ଭିଡିଓ ପୋଷ୍ଟ କରିବା ପରେ ତେଲାଙ୍ଗାନା ସରକାର ନୋଟିସ୍ ଜାରି କରିଛନ୍ତି। ଦିଲଜିତ ଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମ ଏବଂ ଜୟପୁରରେ ଦିଲ୍-ଲୁମିନିଟି କନ୍ସର୍ଟରେ ଏପରି ସଙ୍ଗୀତ ପରିବେଷଣ କରିଥିବା ଭିଡିଓ ପୋଷ୍ଟ କରିଥିଲେ ପଣ୍ଡିତରାଓ ଧରେନାବର। 

ଆଜି ହାଇଦ୍ରାବାଦରେ ଦିଲଜିତଙ୍କ କାର୍ଯ୍ୟକ୍ରମ ଥିବାବେଳେ ତେଲାଙ୍ଗାନା ସରକାର ଏପରି ନୋଟିସ୍ ପଠାଇଛନ୍ତି। ମଦ୍ୟପାନ, ଡ୍ରଗ୍ସ ଏବଂ ହିଂସାକୁ ପ୍ରବର୍ତ୍ତାଉ ଥିବା ଭଳି ସଂଗୀତ ପରିବେଷଣରୁ ଦୂରେଇ ରହିବା ସହ ଲାଇଭ୍ ଶୋ' ସମୟରେ ଛୋଟ ପିଲାଙ୍କୁ ଷ୍ଟେଜରେ ବ୍ୟବହାର ନକରିବା ଏବଂ ଉଚ୍ଚ ସ୍ୱରରେ ମ୍ୟୁଜିକ୍ ନ ବଜାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ରଙ୍ଗା ରେଡ୍ଡୀ ଜିଲ୍ଲାର ମହିଳା ଓ ଶିଶୁ ବିକାଶ ଏବଂ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ କଲ୍ୟାଣ ବିଭାଗ ପକ୍ଷରୁ ଏହି ନୋଟିସ୍ ଜାରି କହାଯାଇଛି। ନୋଟିସରେ କୁହାଯାଇଛି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ୧୩ ବର୍ଷରୁ କମ୍ ପିଲାମାନେ ୧୨୦ db(ଡେସିବଲ)ରୁ ଅଧିକ ଧ୍ୱନି ସ୍ତରରରୁ ଦୂରେଇ ରହିବା ଉଚିତ୍। ତେଣୁ ଲାଇଭ୍ ଶୋ ସମୟରେ ଏଥିପ୍ରତି ଆୟୋଜକ ଧ୍ୟାନ ଦେବା ଉଚିତ୍।

ପ୍ରକାଶ ଥାଉକି, ଦିଲ୍-ଲୁମିନିଟି କନ୍ସର୍ଟ ୧୧ଟି ସହରେ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ୨୬ରୁ ଏହି ପ୍ରୋଗ୍ରାମ ଆରମ୍ଭ ହୋଇଛି। ହାଇଦ୍ରାବାଦରେ ଆଜି ତୃତୀୟ ଶୋ' ଅଛି। 

Diljit Dosanjh Diljit Concert Dil-Luminati Concert
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe