Advertisment

ଏଣିକି ବଡ଼ବଡ଼ ହସ୍ପିଟାଲ ଖୋଲି ପାରିବେ ମେଡିକାଲ କଲେଜ, ନିୟମ କୋହଳ କରିବେ କେନ୍ଦ୍ର ସରକାର

ଏହି ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୋମବାର ଦେଶର ଅନେକ ବଡ଼ବଡ଼ ଘରୋଇ ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସହ ବୈଠକ କରିଛନ୍ତି।

Hospital

Hospital

Advertisment

ଏଣିକି ଦେଶର ବଡ଼ବଡ଼ ଘରୋଇ ହସ୍ପିଟାଲ ଖୋଲି ପାରିବେ ସେମାନଙ୍କର ନିଜସ୍ୱ ମେଡିକାଲ କଲେଜ। ଏଥିପାଇଁ କେନ୍ଦ୍ର ସରକାର ଦେଶର ବଡ଼ବଡ଼ ହସ୍ପିଟାଲକୁ ସହାୟତା କରିବେ ଓ ନିୟମରେ କିଛି କୋହଳ କରିବେ। ଏନେଇ କେନ୍ଦ୍ର ସରକାର ବିଧିବଦ୍ଧ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

Advertisment

ଆଜି ଏହି ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଦେଶର ଅନେକ ବଡ଼ବଡ଼ ଘରୋଇ ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସହ ବୈଠକ କରିଛନ୍ତି। ଏହି ବୈଠକରେ ୬୨ଟି ହସ୍ପିଟାଲର କର୍ତ୍ତୃପକ୍ଷ ଯୋଗ ଦେଇଥିଲେ। ସମସ୍ତେ ହସ୍ପିଟାଲରେ ମେଡିକାଲ କଲେଜ ଖୋଲିବା ସପକ୍ଷରେ ଆଲୋଚନା କରିଛନ୍ତି।

ବିଭିନ୍ନ କାରଣରୁ ବିଦେଶରେ ଯାଇ ଅନେକ ଭାରତୀୟ ମେଡିକାଲ ଶିକ୍ଷା ଗ୍ରହଣ କରୁଛନ୍ତି। ସେହିପରି ଦେଶର MBBS ସିଟ୍ ସଂଖ୍ୟା ମଧ୍ୟ ସୀମିତ। ତେଣୁ ସିଟ୍‌ ସଂଖ୍ୟା ବୃଦ୍ଧି ଓ ବିଦେଶ ଯାଉଥିବା ଶିକ୍ଷାର୍ଥୀଙ୍କୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ଦେଶରେ ମେଡିକାଲ ଶିକ୍ଷାକୁ ଅଧିକ ପ୍ରସାର ଓ ମେଡିକାଲ ଶିକ୍ଷାରେ ଅଧିକ ସୁଯୋଗ ସୃଷ୍ଟି କରିବା ପାଇଁ ଏପରି ଏକ ପଦକ୍ଷେପ ନିଆଯାଉଛି। 

Advertisment

ଦେଶର ବଡ଼ବଡ଼ ହସ୍ପିଟାଲକୁ କେନ୍ଦ୍ର ସରକାରଙ୍କୁ ପକ୍ଷରୁ ମେଡିକାଲ ଶିକ୍ଷା କ୍ଷେତ୍ରରେ ପ୍ରବେଶ ପାଇଁ ପରାମର୍ଶ ଦିଆଯାଇଥିଲା। ମେଡିକାଲ କଲେଜ ଖୋଲିବା ପାଇଁ ଜମି ଓ ଆବଶ୍ୟକ କାଗଜପତ୍ର କାମ ଶେଷ କରିବାକୁ ଯଥେଷ୍ଟ ସମୟ ଲାଗିଥାଏ। କିନ୍ତୁ ବଡ଼ବଡ଼ ହସ୍ପିଟାଲ ପାଇଁ କେନ୍ଦ୍ର ସରକାର ଏହି ନିୟମରେ କୋହଳ କରିବାକୁ ରାଜି ହୋଇଛନ୍ତି। କେନ୍ଦ୍ର ସରକାର ନୀତି କୋହଳ କରିବାକୁ ରାଜି ଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ମେଡିକାଲ କଲେଜ ଖୋଲିବା ସପକ୍ଷରେ ରହିଛନ୍ତି।

ଆଜିର ବୈଠକରେ ବ୍ରିଚ କ୍ୟାଣ୍ଡି, କୋକିଲା ବେନ୍, ସତ୍ୟ ସାଇ ହସ୍ପିଟାଲ୍ ଓ ଆପୋଲୋ ଭଳି ବଡ଼ବଡ଼ ହସ୍ପିଟାଲର କର୍ତ୍ତୃପକ୍ଷ ଯୋଗ ଦେଇଥିଲେ।

Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe