Advertisment

ରୁଷ ଗସ୍ତରେ ଯିବେ ଅଜିତ ଡୋଭାଲ, ଶାନ୍ତି ଫେରାଇ ଆଣିବାକୁ କରିବେ ଆଲୋଚନା

ଦୁଇ ଦିନିଆ ରୁଷ ଗସ୍ତରେ ଯିବେ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ।

author-image
Debibandita Barick
Ajit Doval

Ajit Doval

ଦୁଇ ଦିନିଆ ରୁଷ ଗସ୍ତରେ ଯିବେ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ। ଆସନ୍ତା ୧୦ ଓ ୧୧ରେ ସେ ରୁଷ ଗସ୍ତ କରିବେ। ଏହି ଅବସରରେ ସେ ମସ୍କୋରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Advertisment

ବିଶେଷ ସୂତ୍ରୁ ପ୍ରକାଶ ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ପୁଟିନଙ୍କ ସହ ଅଜିତ ଡୋଭାଲ ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ବିରାମ ଏବଂ ଶାନ୍ତି ପାଇଁ ଆଲୋଚନା କରିବେ। ଏହି ଅବସରରେ ସେ BRICS-NSA ବୈଠକରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

BRICS-NSA ବୈଠକରେ ଡୋଭାଲ ରୁଷ ଏବଂ ଚୀନ୍ ପ୍ରତିପକ୍ଷଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବେ। ବ୍ରିକ୍ସ ହେଉଛି ଅନୌପଚାରିକ ଗୋଷ୍ଠୀ। ଏଥିରେ 10ଟି ଦେଶ ବ୍ରାଜିଲ, ରୁଷ, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ୟୁଏଇ, ଇରାନ, ଇଜିପ୍ଟ ଏବଂ ଇଥିଓପିଆ ସଦସ୍ୟ ଅଛନ୍ତି।

Advertisment

ଶେଷ ଥର ପାଇଁ BRICS-NSA ବୈଠକ ୨୦୨୩ରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ମଧ୍ୟ ଅଜିତ ଡୋଭାଲ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।

ପ୍ରକାଶ ଥାଉକି, ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ଗସ୍ତ କରି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ଏହାପରେ ଅଗଷ୍ଟରେ ମଧ୍ୟ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ। କିନ୍ତୁ ମୋଦିଙ୍କ ଗସ୍ତ ପରେ ପୁଣି ଦୁଇ ଦେଶ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଆରମ୍ଭ ହୋଇଥିଲା।

ଅଗଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି ରୁଷ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେବା ସମୟରେ ଅଜିତ ଡୋଭାଲ ରୁଷ ଗସ୍ତ କରିବେ ବୋଲି ସୂଚନା ଦେଇଥିଲେ। ଦୁଇ ଦେଶରେ ଶାନ୍ତି ସ୍ଥାପନା ଉପରେ ଡୋଭାଲ ଆଲୋଚନା କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। 

Ajit Doval Nsa Ajit Doval Russia Visit BRICS Summit