Advertisment

ଧରାଦେଉନି ଅମ୍ରିତପାଲ, ଆଉ ଦୁଇ ସହଯୋଗୀଙ୍କ ଉପରେ ଲାଗିଲା NSA

ଅମ୍ରିତପାଲର ମୋଟ ୭ ଜଣ ସହଯୋଗୀଙ୍କ ଉପରେ NSA ଲାଗୁ ହୋଇସାରିଲାଣି।

ଅଦ୍ୟତନ ହୋଇଛି
Aides of amritpal singh

Aides of amritpal singh

Advertisment

ଖଲିସ୍ତାନ ସମର୍ଥକ ତଥା ପଞ୍ଜାବ ୱାରିସ ଦେ ମୁଖ୍ୟ ତଥା ଅମ୍ରିତଲାଲ ସିଂହଙ୍କୁ ଧରିବାକୁ ପୁଲିସର ଘେରାବନ୍ଦୀ। ଜଣ ଜଣ କରି ଅମ୍ରିତଲାଲର ସହଯୋଗୀଙ୍କୁ ଧରୁଛି ପୁଲିସ। ଖାଲି ଧରୁନି ଏନଏସଏ ଲଗାଇ ପଠାଇ ଦେଉଛି ଜେଲ୍। ଏହି ସଂଖ୍ୟା ୭ରେ ପହଁଚିଲାଣି। 

Advertisment

ଗତକାଲି ଅମ୍ରିତଲାଲର ଆଉ ଦୁଇ ସହଯୋଗୀ କୁଲବନ୍ତ ସିଂହ ଏବଂ ଗୁର ଔଜାଲାଙ୍କ ବିରୋଧରେ ଏନଏସଏ ଲାଗିଛି। ଉଭୟଙ୍କୁ ଆସାମର ଦିବ୍ରୁଗଡ ଜେଲ୍ ପଠାଇ ଦିଆଯାଇଛି। ଏନଏସଏ ଲାଗୁ ହୋଇଥିବା ଅମ୍ରିତଲାଲର ଅନ୍ୟ ସହଯୋଗୀମାନେ ହେଲେ ଗୁରମିତ ସିଂହ ବୁକନୱାଲା, ବସନ୍ତ ସିଂହ, ଭଗବନ୍ତ ସିଂହ, ଦଲଜିତ୍ ସିଂହ, କଲସୀ ଏବଂ ହରଜିତ୍ ସିଂହ। 

ଅମ୍ରିତଲାଲକୁ ଧରିବାକୁ ପୁଲିସ ଗାଁ ଗାଁରେ ଫ୍ଲାଗମାର୍ଚ୍ଚ କରୁଛି। ସମ୍ବେଦନଶୀଳ ଅଂଚଳରେ ୧୪୪ ଧାରି ଜାରି କରାଯାଇଛି। ଇଂଟରନେଟ୍ ସେବା ବନ୍ଦ ରଖାଯାଇଛି। ଅଶାନ୍ତିକୁ ଦୃଷ୍ଟିରେ ରଖି ସତର୍କ ରହିଛି ପୁଲିସ। ଏପରିକି ପଞ୍ଜାବ ସୀମାନ୍ତ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି। ହିମାଚଳ ପ୍ରଦେଶ ସରକାର ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି। 

Advertisment

ପୁଲିସର ବ୍ୟାପକ ଧରପଗଡ ଭିତରେ ଗତକାଲି ଅମ୍ରିତଲାଲର ଦାଦା ହରଜିତ୍ ସିଂହ ଏବଂ ଡ୍ରାଇଭର ହରପ୍ରିତ ସିଂହ ମହତପୁରରେ ଆତ୍ମସମର୍ପଣ କରିଛନ୍ତି। ପଞ୍ଜାବ ପୁଲିସର ସୂଚନା ଅନୁସାରେ, ଶନିବାର ଅମ୍ରିତଲାଲ ଫେରାର ହେବା ଦିନ ମର୍ସିଡିଜ୍ ଗାଡି ଚଳାଉଥିଲେ ହରଜିତ୍। ୧୫-୧୬ କିଲୋମିଟର ଯିବା ପରେ ଅମ୍ରିତଲାଲ ସେହି ଗାଡିରୁ ବାହାରି ଯାଇଥିବା ପୁଲିସକୁ ସୂଚନା ଦେଇଛନ୍ତି ଦାଦା ହରଜିତ୍ ସିଂହ। 

Punjab Nsa Amritpal Singh Punjab Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe