Advertisment

ମାତିଛନ୍ତି ‘ଉଲଗ୍ନ ଗ୍ୟାଙ୍ଗ’: ଆତଙ୍କରେ ମହିଳା

ଉଲଗ୍ନ ଗ୍ୟାଙ୍ଗର ଆତଙ୍କ ଯୋଗୁ ଗାଁର ଅଧିକାଂଶ ପରିବାରର ମହିଳା ଘରୁ ବାହାରୁ ନାହାନ୍ତି। ସେମାନେ ବାହାରକୁ ଗଲା ବେଳେ ପୁରୁଷ ଲୋକଙ୍କୁ ସାଙ୍ଗରେ ଧରି ଯାଉଛନ୍ତି।

ଅଦ୍ୟତନ ହୋଇଛି
Nude Gang

Nude Gang

Advertisment

ପୂରା ଉଲଗ୍ନ ହୋଇ ଆସୁଛନ୍ତି। ଏକାକୀ ଯାଉଥିବା ମହିଳାଙ୍କୁ ଘୋଷାଡ଼ି ନେଇ ନିଛାଟିଆ ସ୍ଥାନକୁ ଚାଲି ଯାଉଛନ୍ତି। ସେମାନଙ୍କ ସହ ଖରାବ ବ୍ୟବହାର କରୁଛନ୍ତି। ଉତ୍ତର ପ୍ରଦେଶର ମୀରଟରେ ଏବେ ଏପରି ଏକ ଉଲଗ୍ନ ଗ୍ୟାଙ୍ଗର ଆତଙ୍କ ଦେଖାଯାଇଛି।

Advertisment

କିଛି ଦିନ ମଧ୍ୟରେ ଏପରି ୪ଟି ଘଟଣା ଘଟିବାରୁ ପୂରା ଅଞ୍ଚଳରେ ଉଲଗ୍ନ ଗ୍ୟାଙ୍ଗର ଆତଙ୍କ ଦେଖିବାକୁ ମିଳିଛି। ବିଶେଷ କରି ଦୌରାଲାରେ ରହୁଥିବା ମହିଳାମାନେ ଉଲଗ୍ନ ଗ୍ୟାଙ୍ଗ ଯୋଗୁ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପୁଲିସ୍‌ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି। ତଥାପି କୌଣସି ସନ୍ଦିଗ୍ଧ ଏଯାଏ ଧରାପଡ଼ି ନାହାନ୍ତି। ପୂରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯିବା ସହ ଡ୍ରୋନର ବ୍ୟବହାର କରାଯାଉଛି।

ନିକଟରେ ଘଟିଥିବା ଗୋଟିଏ ଘଟଣା ପରେ ପୂରା ମାମଲା ସାମ୍ନାକୁ ଆସିଛି। ବାରାଲା ଗାଁରେ ଜଣେ ମହିଳା କାମକୁ ଯାଉଥିବା ବେଳେ ୨ ଜଣ ବ୍ୟକ୍ତି ତାଙ୍କୁ ହଠାତ୍‌ ସ୍ଥାନୀୟ ପଡ଼ିଆକୁ ଟାଣି ନେବାକୁ ଚେଷ୍ଟା କରିଥିଲେ। ତେବେ ମହିଳା ଜଣଙ୍କ ଚିତ୍କାର କରିବା ସହ ସେମାନଙ୍କ ପଞ୍ଝାରୁ ଖସି ଆସିବାକୁ ସକ୍ଷମ ହୋଇଥିଲେ। ଚିତ୍କାର ଶୁଣି ଗାଁ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ପୂରା ପଡ଼ିଆକୁ ଚାରିପଟୁ ଘେରି ଯାଇଥିଲେ।

Advertisment

ହେଲେ କୌଣସି ବ୍ୟକ୍ତିଙ୍କ ପତ୍ତା ମିଳି ନଥିଲା। ଅଭିଯୁକ୍ତମାନେ କେମିତି ଦେଖାଯାଉଥିଲେ ବୋଲି ପରିବାର ଲୋକ ପଚାରିବାରୁ ମହିଳା ଜଣଙ୍କ କହିଥିଲେ ଯେ ତାଙ୍କୁ ନିକଟସ୍ଥ ପଡ଼ିଆକୁ ଘୋଷାଡ଼ି ନେଉଥିବା ୨ ବ୍ୟକ୍ତି କୌଣସି ପୋଷାକ ପିନ୍ଧି ନଥିଲେ। ଉଭୟ ସଂପୂର୍ଣ୍ଣ ଭାବେ ଉଲଗ୍ନ ଅବସ୍ଥାରେ ଥିଲେ। ଘଟଣା ପରେ ମହିଳା ଜଣଙ୍କ ପୂରା ଡରି ଯାଇଛନ୍ତି। ସେ ଅଲଗା ରାସ୍ତାରେ ନିଜ କାମକୁ ଯାଉଥିବା ତାଙ୍କ ସ୍ୱାମୀ ସୂଚନା ଦେଇଛନ୍ତି।

ଗାଁ ଲୋକଙ୍କ କହିବା କଥା ଯେ ୪ର୍ଥ ଥର ପାଇଁ ଏପରି ଘଟଣା ଘଟିଛି। ଲୋକଲଜ୍ଜାରୁ ପୂର୍ବ ଘଟଣାଗୁଡ଼ିକ ସମ୍ପର୍କରେ କାହାକୁ କିଛି ଗାଁ ଲୋକ କହି ନଥିଲେ। କିନ୍ତୁ ଏବେ ଘଟଣା ସାଂଘାତିକ ରୂପ ନେଉଥିବାରୁ ପୁଲିସ୍‌ର ହସ୍ତକ୍ଷେପ ଆବଶ୍ୟକ ବୋଲି ସେମାନେ କହିଛନ୍ତି। ପୂର୍ବରୁ ମଧ୍ୟ ସମାନ ଘଟଣା ଘଟିଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। 

ଗାଁର ମୁଖିଆ ରାଜେନ୍ଦ୍ର କୁମାର କହିଛନ୍ତି, “ଗାଁ ଲୋକମାନେ ପ୍ରଥମେ ଘଟଣାକୁ ଗୁରୁତ୍ୱର ସହ ନେଉ ନଥିଲେ। କିନ୍ତୁ ଏବେ ପୂରା ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଗ୍ୟାଙ୍ଗ ବର୍ତ୍ତମାନ ସୁଦ୍ଧା କେବଳ ମହିଳାମାନଙ୍କୁ ହିଁ ଟାର୍ଗେଟ କରୁଛନ୍ତି।”

ପୁଲିସ୍‌ ଅଭିଯୋଗ ପାଇବା ପରେ ବିଭିନ୍ନ ପଡ଼ିଆ ଓ କ୍ଷେତରେ ଯାଞ୍ଚ କରିଛି। ଡ୍ରୋନ ଦ୍ୱାରା ବେଶ କିଛି ଘଣ୍ଟା ଧରି ପୂରା ଅଞ୍ଚଳକୁ ଛାଡ଼ଭିନ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ସିସିଟିଭି ମଧ୍ୟ ଲଗାଯାଇଛି।

ବରିଷ୍ଠ ଏସ୍‌ପି ବିପିନ ତାଡା କହିଛନ୍ତି, “ଆମେ ଡ୍ରୋନ ଓ ଗାଁ ଲୋକଙ୍କ ସହାୟତାରେ ବିଭିନ୍ନ ଅଞ୍ଚଳରେ ଛାନଭିନ କରିଛୁ। କିନ୍ତୁ ଏଯାଏ କୌଣସି ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇ ନାହିଁ। ସ୍ଥାନୀୟ ଅଞ୍ଚଳରେ ମହିଳା ପୁଲିସ୍‌ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଧରିବାକୁ ପ୍ରୟାସ ଚାଲିଛି।”

ଉଲଗ୍ନ ଗ୍ୟାଙ୍ଗର ଆତଙ୍କ ଯୋଗୁ ଗାଁର ଅଧିକାଂଶ ପରିବାରର ମହିଳା ଘରୁ ବାହାରୁ ନାହାନ୍ତି। ସେମାନେ ବାହାରକୁ ଗଲା ବେଳେ ପୁରୁଷ ଲୋକଙ୍କୁ ସାଙ୍ଗରେ ଧରି ଯାଉଛନ୍ତି।

Uttar Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe