Advertisment

ନୁହ ହିଂସା ମାମଲା; ଜାମିନରେ ଥିବା ବିଟ୍ଟୁ ବଜରଙ୍ଗୀ ଯୁବକଙ୍କୁ ପିଟିଲେ, ସବୁ ଦେଖି ପୁଲିସ୍‌ ଚୁପ୍‌

ନୁହ ହିଂସାକାଣ୍ଡର ଅନ୍ୟତମ ଅଭିଯୁକ୍ତ ବିଟ୍ଟୁ ବଜରଙ୍ଗୀ ଜାମିନରେ ବାହାରକୁ ଆସିଥିବା ବେଳେ ପୁଣି ଘଟାଇଛନ୍ତି ହିଂସାକାଣ୍ଡ। ସେ ପୁଲିସ୍‌ ସମ୍ମୁଖରେ ଜଣେ ଯୁବକଙ୍କୁ ପିଟୁଥିବାର ଭିଡିଓ ଭାଇରାଲ ହୋଇଛି।

author-image
Niharika Rout
Attack

Attack

ନୁହ ହିଂସାକାଣ୍ଡର ଅନ୍ୟତମ ଅଭିଯୁକ୍ତ ବିଟ୍ଟୁ ବଜରଙ୍ଗୀ ଜାମିନରେ ବାହାରକୁ ଆସିଥିବା ବେଳେ ପୁଣି ଘଟାଇଛନ୍ତି ହିଂସାକାଣ୍ଡ। ସେ ପୁଲିସ୍‌ ସମ୍ମୁଖରେ ଜଣେ ଯୁବକଙ୍କୁ ପିଟୁଥିବାର ଭିଡିଓ ଭାଇରାଲ ହୋଇଛି। ପୁଲିସ୍‌ କର୍ମୀଜଣକ ସବୁ ଦେଖୁଥିବା ବେଳେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁ ନାହାନ୍ତି।

Advertisment

ଏହି ଭିଡିଓ ଏପ୍ରିଲ ୧ ତାରିଖର ବୋଲି ଜଣାଯାଇଛି। ଏଥିସହ ଯାହାଙ୍କୁ ସେ ପଶୁ ପରି ପିଟୁଛନ୍ତି ସେ ଫରିଦାବାଦର ଶାମୁ ନାମକ ଯୁବକ ବୋଲି ଜଣାଯାଇଛି। ଶାମୁ ନିଜ ପଡ଼ୋଶୀରେ ରହୁଥିବା ୨ନାବାଳିକାଙ୍କୁ ଚକଲେଟ ଦେବା ବାହାନାରେ ଘରକୁ ଡାକି ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଥିଲା। ଏହାପରେ ସ୍ଥାନୀୟ ଲୋକେ ଶାମୁଙ୍କୁ କାବୁ କରି ନେଇଥିଲେ।

ଏହି ଘଟଣା ପ୍ରଚାରିତ ହେବା ପରେ ତୁରନ୍ତ ବଜରଙ୍ଗୀ ଗୋରକ୍ଷା ସମୂହ ଓ ବଜରଙ୍ଗି ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଶାମୁଙ୍କୁ ନିକଟରେ ଥିବା ବିଟ୍ଟୁ ବଜରଙ୍ଗୀ ଘରକୁ ନେଇ ଯାଇଥିଲେ । ବିଟ୍ଟୁ ବଜରଙ୍ଗୀଙ୍କ ଘର ବାହାରେ ବହୁ ଲୋକ ରୁଣ୍ଡ ହୋଇଥିବା ବେଳେ ପୁଲିସ୍‌ ଅଧିକାରୀ ବି ଥିଲେ। ଉକ୍ତ ସମୟରେ ବଜରଙ୍ଗୀ ଦଳ ସଦସ୍ୟ ଶାମୁକୁ କାବୁ କରିଥିବା ବେଳେ ବିଟ୍ଟୁ ବଜରଙ୍ଗୀ ପୁଲିସ୍‌ ଉପସ୍ଥିତିରେ ଶାମୁଙ୍କୁ ପିଟୁଥିବା ଦେଖିବାକୁ ମିଳିଥିଲା।

Advertisment

ପୁଲିସ୍‌ ଭାଇରାଲ ଭିଡିଓ ସମ୍ପର୍କରେ ଅବଗତ ଥିବା ସୂଚନା ଦେଇଛି। ତେବେ ଏନେଇ ପୀଡ଼ିତଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇ ନ ଥିବାରୁ ଭାଇରାଲ ଭିଡିଓ ଆଧାରରେ ଅଭିଯୁକ୍ତଙ୍କ ସନ୍ଧାନ କରାଯାଉଥିବା ଅଧିକାରୀ କହିଛନ୍ତି।

ସୂଚନା ଥାଉକି ହରିଆଣାର ନୁହ ଠାରେ ହିନ୍ଦୁ ସଂଗଠନ ପ୍ରତିବର୍ଷ ଭଳି ଗତ ବର୍ଷ ଜୁଲାଇ ୩୧ ତାରିଖରେ ବ୍ରଜମଣ୍ଡଳ ଶୋଭାଯାତ୍ରା କରିବାକୁ ଘୋଷଣା କରିଥିଲା । ଏନେଇ ପ୍ରଶାସନ ନିକଟରୁ ମଧ୍ୟ ଅନୁମତି ମିଳିଥିଲା । ହେଲେ ଏହି ଶୋଭାଯାତ୍ରା ବେଳେ କିଛି ଅସାମାଜିକ ବ୍ୟକ୍ତି ଶୋଭାଯାତ୍ରା ଉପରକୁ ପଥର ମାଡ କରିଥିଲେ । ଫଳରେ ହିଂସା ଆରମ୍ଭ ହୋଇଯାଇଥିଲା । ହିଂସା ଏତେ ଭୟଙ୍କର ଥିଲା କି ଶହ ଶହ ଉପଦ୍ରବକାରୀମାନେ ଶହ ଶହ ଗାଡିରେ ନିଆଁ ଲଗାଇ ପୋଡି ଦେଇଥିଲେ । ନିକଟରେ ଥିବା ଏକ ସାଇବର ଥାନା ଉପରେ ଆକ୍ରମଣ ହୋଇଥିଲା ଦୁବୃର୍ତ୍ତମାନେ ଗୁଳି ମଧ୍ୟ ଚଳାଇଥିଲେ । ଏଥିରେ କିଛି ଲୋକଙ୍କର ମୃତ୍ୟୁ ହୋଇଥିଲା ।

Nuh Communal Clash