Advertisment

Nuh Violence: ବାହା ହେବାକୁ ଯାଇଥିଲେ, ଶିଶୁପାଳ ହୋଇ ଫେରିଲେ ସାଂପ୍ରଦାୟିକ ହିଂସାର ଅଭିଯୁକ୍ତ

ବଜରଙ୍ଗୀ ଜଣେ ହିଂସା ଅଭିଯୁକ୍ତ। ୨୦୨୩ ମସିହା ହରିୟାଣାର ନୁହ ଠାରେ ଘଟିଥିବା ସାଂପ୍ରଦାୟିକ ହିଂସାରେ ବଜରଙ୍ଗୀ ସାମିଲ ଥିବା ଅଭିଯୋଗ ରହିଛି। ଏପରି ସେ ଏକଦା ଗିରଫ ମଧ୍ୟ ହୋଇଥିଲେ। ଜେଲରୁ ପରବର୍ତ୍ତୀ ଅବସ୍ଥାରେ ଜାମିନରେ ମୁକୁଳି ଥିଲେ।

Bittu

ବିଟ୍ଟୁ ବଜରଙ୍ଗୀ

Advertisment

ବାହା ହେବାକୁ ଗୋଡ଼ ଟେକି ବସିଥିବା ତଥାକଥିତ ଗୋ-ରକ୍ଷାକାରୀ ବିଟ୍ଟୁ ବଜରଙ୍ଗୀ ହୋଇଛନ୍ତି ଠକାମୀର ଶିକାର। ଜଣେ ବ୍ୟକ୍ତି ତାଙ୍କୁ ବାହା ଘରର ଲୋଭ ଦେଖାଇ ୩୦ ହଜାର ଟଙ୍କାର ଚୂନ ଲଗାଇ ଦେଇଛି। ଏଥିସହ ବାହା ହେବାକୁ ବରଯାତ୍ରୀ ନେଇ ଯାଇଥିବା ସାଂପ୍ରଦାୟିକ ହିଂସା(Violence)ର ଅଭିଯୁକ୍ତ ବଜରଙ୍ଗୀଙ୍କୁ ଶିଶୁ ପାଳ ହୋଇ ଫେରିବାକୁ ପଡ଼ିଛି। 

Advertisment

ବିଟ୍ଟୁ ବଜରଙ୍ଗୀ ଦେଇଥିବା ଏଫଆଇଆର ଆଧାରରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ଓ ତା’ ସହଯୋଗୀମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ବଜରଙ୍ଗୀ ଜଣେ ହିଂସା ଅଭିଯୁକ୍ତ। ୨୦୨୩ ମସିହା ହରିୟାଣାର ନୁହ ଠାରେ ଘଟିଥିବା ସାଂପ୍ରଦାୟିକ ହିଂସାରେ ବଜରଙ୍ଗୀ ସାମିଲ ଥିବା ଅଭିଯୋଗ ରହିଛି। ଏପରି ସେ ଏକଦା ଗିରଫ ମଧ୍ୟ ହୋଇଥିଲେ। ଜେଲରୁ ପରବର୍ତ୍ତୀ ଅବସ୍ଥାରେ ଜାମିନରେ ମୁକୁଳି ଥିଲେ। 

ହିଂସା ଅଭିଯୁକ୍ତ ବଜରଙ୍ଗୀ ବାହା ହେବାକୁ ଚାହୁଁଥିଲେ। ଏକଥା ସେ ନିଜର ପଡ଼ୋଶୀଙ୍କ ସମ୍ପର୍କୀୟ ବଣ୍ଟିକୁ ଜଣାଇବା ସହ ତାଙ୍କ ପାଇଁ ଗୋଟିଏ ଭଲ ଝିଅ ବୁଝି ଦେବାକୁ କହିଥିଲେ। ବଣ୍ଟି ମଧ୍ୟ ବଜରଙ୍ଗୀଙ୍କ କଥାରେ ହଁ ମାରିଥିଲା। ଝିଅ ବୁଝି ସେ ଜଣାଇବ ବୋଲି ପ୍ରତିଶ୍ରୁତି ଦେଇଥିଲା। 

Advertisment

ବାହା ହେବାକୁ ଖାଲି ଛାଟିପିଟି ହେଉଥିବା ବଜରଙ୍ଗୀଙ୍କ ବିକଳକୁ ଦେଖି ବଣ୍ଟି ଏକଦା ରାଣୀ ନାମକ ଜଣେ ମହିଳାଙ୍କ ସହ ତାଙ୍କର ପରିଚୟ କରାଇଥିଲା। ଏହାପରେ ବଣ୍ଟି ଓ ରାଣୀ ମିଳିତ ଭାବେ ବଜରଙ୍ଗୀଙ୍କୁ ଝିଅ ଦେଖିବା ପାଇଁ ୩ ଥର ଆଲିଗଡ଼କୁ ଡାକିଥିଲେ। କିନ୍ତୁ ବଜରଙ୍ଗୀଙ୍କୁ କେହି ବି ପସନ୍ଦ ଆସି ନଥିଲେ।

କିଛି ଦିନର ବ୍ୟବଧାନ ପରେ ବଣ୍ଟି ପୁଣି ଜଣେ ଯୁବତୀଙ୍କ ଫଟୋ ବଜରଙ୍ଗୀଙ୍କ ପାଖକୁ ପଠାଇଥିଲା। ୨୦୨୫ ସେପ୍ଟେମ୍ବର ୫ରେ ବଣ୍ଟି ଓ ରାଣୀ ଉକ୍ତ ଯୁବତୀଙ୍କୁ ଧରି ବଜରଙ୍ଗୀଙ୍କ ଘରକୁ ମଧ୍ୟ ଯାଇଥିଲେ। ଏହି ସମୟରେ ଯୁବତୀଙ୍କ ପରିବାର ଲୋକ ମଧ୍ୟ ରହିଥିଲେ। ଦୁଇ ପରିବାର ରାଜି ହେବା ପରେ ଫେବୃଆରୀ ୭ ତାରିଖରେ ବାହାଘର ହେବ ବୋଲି ସ୍ଥିର ହୋଇଥିଲା। 

କଥାବାର୍ତ୍ତା ଅନୁସାରେ ବଜରଙ୍ଗୀ ତାଙ୍କ ଭାବୀ ପତ୍ନୀଙ୍କ ଡ୍ରେସ କିଣିବା ପାଇଁ ବଣ୍ଟି ପାଖକୁ ୩୦ ହଜାର ଟଙ୍କା ପଠାଇଥିଲେ। ଏହାପରେ ବାହାଘର ପାଇଁ ଫେବୃଆରୀ ୭ରେ ବରଯାତ୍ରୀ ଧରି ଆଲିଗଡ଼ରେ ପହଞ୍ଚିଥିଲେ। କିନ୍ତୁ ସେ ଆଲିଗଡ଼ରେ ପହଞ୍ଚିଲା ବେଳକୁ ଧାର୍ଯ୍ୟ ଭେନ୍ୟୁରେ କାହାର ଦେଖା ଦର୍ଶନ ମିଳି ନଥିଲା।

ଏଥିସହ ବଣ୍ଟି ଓ ରାଣୀଙ୍କ ଫୋନ ମଧ୍ୟ ସୁଇଚ ଅଫ ହୋଇଯାଇଥିଲା। ଏହାପରେ ବଜରଙ୍ଗୀ କନ୍ୟାଙ୍କୁ ସିଧାସଳଖ ଫୋନ କରିଥିଲେ। ଏହି ସମୟରେ କନ୍ୟା ଜଣଙ୍କ ବାହାଘର ସମ୍ପର୍କରେ କିଛି ଜାଣି ନଥିବା କହିଥିଲେ। ଶେଷରେ ବଜରଙ୍ଗୀଙ୍କୁ ଶିଶୁପାଳ ହୋଇ ଫେରିଥିଲେ। 

ପରେ ସେ ବଣ୍ଟି, ରାଣୀ ଓ ଅନ୍ୟମାନଙ୍କ ବିରୋଧରେ ସାରନ ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ପୁଲିସ ତଦନ୍ତ ଆରମ୍ଭ କରିଛି। ବଜରଙ୍ଗୀଙ୍କ ଜଣେ ପଡ଼ୋଶୀଙ୍କ କହିବା କଥା ଯେ ନବବଧୂଙ୍କୁ ସ୍ୱାଗତ କରିବା ପାଇଁ ଘରେ ସବୁ କିଛି ବ୍ୟବସ୍ଥା ହୋଇଥିଲା। କିନ୍ତୁ ଏବେ ସବୁ କିଛି ଫସର ଫାଟି ଯାଇଛି। 

Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe