Advertisment

‘ମନ ବି ବାତ’ ନ ଶୁଣିବାରୁ ୩୬ ଛାତ୍ରଛାତ୍ରୀଙ୍କୁ ମିଳିଲା ଦଣ୍ଡ

କଲେଜ ପକ୍ଷରୁ ପଚରାଉଚରା କରାଯିବାରୁ ସେମାନେ ଅନୁପସ୍ଥିତିର କାରଣ କହି ପାରି ନ ଥିଲେ। ଏହାପରେ କଲେଜ କର୍ତ୍ତୃପକ୍ଷ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ।

author-image
Niharika Rout
ଅଦ୍ୟତନ ହୋଇଛି
PM Modi

PM Modi

‘ମନ ବି ବାତ’ ନ ଶୁଣିବାରୁ ମିଳିଲା ଦଣ୍ଡ । ଏପରିକି ୩୬ ଛାତ୍ରଛାତ୍ରୀଙ୍କୁ ନିଜ ହଷ୍ଟେଲରେ ସପ୍ତାହେ କାଳ ରହିବା ସହ ବାହାରକୁ ନ ବାହାରିବାକୁ ଜାରି ହେଲା ନିର୍ଦ୍ଦେଶାନାମା । ଏପରି ଏକ ଘଟଣା ପଞ୍ଜାବର PGIMER (Post Graduate Institute of Medical Education and Research)ରେ ଘଟିଛି। ଏହାକୁ ନେଇ ଏବେ ତୁମ୍ବି ତୋଫାନ ଆରମ୍ଭ ହୋଇଥିବା ବେଳେ ନିଜ ନିଷ୍ପତ୍ତିକୁ ଯୁକ୍ତିଯକ୍ତ ବୋଲି ଦର୍ଶାଇଛନ୍ତି କଲେଜ କର୍ତ୍ତୃପକ୍ଷ ।

Advertisment

ଗତ ୩୦ ତାରିଖରେ ‘ମନ ବି ବାତ’ର ଶହେତମ ଅଧ୍ୟାୟ ପ୍ରସାରିତ ହେଉଥିବା ବେଳେ ଏହାକୁ ଶୁଣିବା ନିମନ୍ତେ କଲେଜ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା। ଏଥିରେ ଉପସ୍ଥିତ ରହିବାକୁ ସମସ୍ତ ଛାତ୍ରୀଛାତ୍ରୀଙ୍କୁ ମେଲ୍‌ ପଠାଯାଇଥିଲା। ଏହାସତ୍ତ୍ୱେ ତୃତୀୟ ବର୍ଷର ୨୮ ନର୍ସିଂ ଛାତ୍ରଛାତ୍ରୀ ଏବଂ ପ୍ରଥମ ବର୍ଷର ୮ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ନ ଥିଲେ।

ଏନେଇ କଲେଜ ପକ୍ଷରୁ ସେମାନଙ୍କୁ ପଚରାଉଚରା କରାଯିବାରୁ ସେମାନେ ଅନୁପସ୍ଥିତିର କାରଣ କହି ପାରି ନ ଥିଲେ। ଏହାପରେ କଲେଜ କର୍ତ୍ତୃପକ୍ଷ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥିର କରି ସପ୍ତାହେ ପର୍ଯ୍ୟନ୍ତ ହଷ୍ଟେଲରୁ ନ ବାହାରିବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ଏହାକୁ ତୀବ୍ର ବିରୋଧ କରିଛନ୍ତି ଟିଏମ୍‌ସି ସାଂସଦ ମହୁଆ ମୋଇତ୍ର। PGIMER କଲେଜ କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟାନୁଷ୍ଠାନକୁ କଡ଼ା ସମାଲୋଚନା କରି ସେ କହିଛନ୍ତି, ମୁଁ କେବେ କି ‘ମନ କି ବାତ’ କାର୍ଯ୍ୟକ୍ରମକୁ ଦେଖିନି। ସେଥିପାଇଁ କ’ ଣ ମୁଁ ଦଣ୍ଡିତ ହେବା ଆବଶ୍ୟକ । ମୋତେ ବି ୭ ଦିନ ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦେବା ଉଚିତ । ଏପରି ଘଟଣା ଖୁବ୍‌ ଚିନ୍ତାଜନକ ବିଷୟ ବୋଲି ସେ କହିଛନ୍ତି।

ଏନେଇ କଲେଜ ପକ୍ଷରୁ କୁହାଯାଇଛି, ‘ମନ କି ବାତ’ କାର୍ଯ୍ୟକ୍ରମର ଶହେତମ ଅଧ୍ୟାୟର ପୂର୍ବ ଅଧ୍ୟାୟରେ PGIMER କଲେଜରେ ହୋଇଥିବା ଏକ ଅଙ୍ଗ ଦାନ ସମ୍ପର୍କରେ ମୋଦି ନିଜ ଭାଷଣରେ ଉଲ୍ଲେଖ କରିଥିଲେ। ଏପରିକି ଅଙ୍ଗ ଦାନ କରୁଥିବା ଏକ ପରିବାର ବିଷୟରେ ବି ଆଲୋଚନା କରିଥିଲେ। ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇଥିବା ବେଳେ କଲେଜ ପାଇଁ ବେଶ୍‌ ଗର୍ବର ବିଷୟ ଥିଲା।  ତେଣୁ ଚଳିତ ଅଧ୍ୟାୟରେ ମୋଦିଙ୍କ ଭାଷଣକୁ ଅତ୍ୟନ୍ତ ଗମ୍ଭୀରତାର ସହ ଶୁଣି ତାହା ଉପରେ ଅନୁଶୀଳନ କରିବାକୁ ଛାତ୍ରମାନଙ୍କୁ କୁହାଯାଇଥିଲା। ଏହାସତ୍ତ୍ୱେ କିଛି ଛାତ୍ର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ନ ଥିବା ବେଳେ ଏନେଇ ସ୍ପଷ୍ଟ କାରଣ ବି କହି ପାରି ନ ଥିଲେ।

ତେଣୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାରୁ ଏହାକୁ ରାଜନୀତିର ରଙ୍ଗ ନ ଦେବାକୁ କଲେଜ ପକ୍ଷରୁ କୁହାଯାଇଛି ।

Mann Ki Baat Punjab