ଜମ୍ମୁକଶ୍ମୀର ପୁଲିସ ଡିଜି ହେବେ ଜଣେ ଓଡ଼ିଆ ଆଇପିଏସ୍ ଅଫିସର । ଓଡ଼ିଶାର ରଶ୍ମୀ ରଞ୍ଜନ ସ୍ୱାଇଁ ହେବେ ପରବର୍ତ୍ତୀ ଜମ୍ମୁ ଓ କଶ୍ମୀର ଡିଜିପି। ରଶ୍ମୀ ରଞ୍ଜନଙ୍କ ନିଯୁକ୍ତି ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
AGMUT କ୍ୟାଡରର ୧୯୯୧ ବ୍ୟାଚ୍ର ଓଡ଼ିଆ ଆଇପିଏସ୍ ହେଉଛନ୍ତି ରଶ୍ମୀ ରଞ୍ଜନ ସ୍ୱାଇଁ । ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସେ ଜମ୍ମୁ କଶ୍ମୀର ପୁଲିସ ଡିଜି ଭାବେ କାର୍ଯ୍ୟ କରିବେ । ଏବେ ସେ ଜମ୍ମୁ, କଶ୍ମୀରର ଭାରପ୍ରାପ୍ତ ଡିଜିପି ଭାବେ କାର୍ଯ୍ୟରତ ଅଛନ୍ତି।
Also Read
ରଶ୍ମୀ ରଞ୍ଜନ ଜଣେ ଦକ୍ଷ ପୁଲିସ୍ ଅଧିକାରୀ ଭାବେ ବେଶ୍ ପରିଚିତ। ଜମ୍ମୁ କଶ୍ମୀରର ବିଭିନ୍ନ ସ୍ଥାନରେ ହେଉଥିବା ଆତଙ୍କବାଦୀ ହମଲାର ସେ ବେଶ୍ ସଫଳତାର ସହ ସାମନା କରିଥିବା ବେଳେ ଆତଙ୍କବାଦୀଙ୍କ ମୂଳତ୍ପୋଟନ ନିମନ୍ତେ ବି ବେଶ୍ ସକ୍ରିୟ ଅଛନ୍ତି।
ରଶ୍ମୀ ରଞ୍ଜନ ସ୍ୱାଇଁ ଭ୍ରଷ୍ଟାଚାର, ଦୁର୍ନୀତିକୁ କେବେ ବି ବରଦାସ୍ତ କରନ୍ତି ନାହିଁ। ତେଣୁ ସେ ଜଣେ ସଚ୍ଚୋଟ ପୁଲିସ୍ ଅଫିସର ଭାବେ ବେଶ୍ ଜଣାଶୁଣା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କଂଗ୍ରେସ ଛାଡ଼ିବାକୁ ବଜରଙ୍ଗ ପୁନିଆଙ୍କୁ ‘ହତ୍ୟା’ ଧମକ
‘ଏହା ଆମର ଶେଷ ବାର୍ତ୍ତା। ନିର୍ବାଚନ ପୂର୍ବରୁ ଆମେ ଦେଖାଇଦେବୁ ଯେ ଆମେ କେତେ ଶକ୍ତିଶାଳୀ।’
National
ମୁହଁ ଖୋଲିଲେ ଭିନେଶ, ବ୍ରିଜ ଭୂଷଣଙ୍କୁ ଦେଲେ କଡ଼ା ଜବାବ
କଂଗ୍ରେସ ତରଫରୁ ବିଧାୟକ ପ୍ରାର୍ଥୀ ହେବା ପରେ ଆଜି ପ୍ରଥମ ରାଜନୀତିକ ରାଲି କରିଛନ୍ତି ଭିନେଶ ଫୋଗାଟ।
National
ଭୁଲ୍ କରିଛନ୍ତି ବୋଲି ମାନିଲେ ଅଜିତ ପାୱାର
‘ଏହା ଠିକ୍ ନୁହେଁ। କାରଣ ସମାଜ ଏହାକୁ ଗ୍ରହଣ କରେ ନାହିଁ। ଏହି ସନ୍ଦର୍ଭରେ ଆମେ ଅନୁଭୂତି ହାସଲ କରିସାରିଛୁ। ମୁଁ ଏବେ ମୋ ଭୁଲ୍ ବୁଝିପାରୁଛି ଓ ଏହାକୁ ସ୍ୱୀକାର କରୁଛି।’
Health
ଭାରତରେ ମଙ୍କିପକ୍ସର ଏଣ୍ଟ୍ରି! ବିଦେଶ ଫେରନ୍ତାଙ୍କ ଶରୀରରେ ଲକ୍ଷଣ ଚିହ୍ନଟ
ବିଦେଶ ଫେରନ୍ତା ଯୁବକ ମଙ୍କିପକ୍ସ ଆକ୍ରାନ୍ତରେ ଚିହ୍ନଟ ହୋଇଥିବା ସନ୍ଦେହ କରାଯାଉଛି।
Crime
YouTube ଦେଖି ଗଲ୍ ବ୍ଲାଡର ଅପରେସନ, ନାବାଳକ ମୃତ
ଗଲ୍ ବ୍ଲାଡର ଷ୍ଟୋନ୍ ଅପରେସନ ସମୟରେ ଜଣେ ୧୫ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି।