Advertisment

ଓଡ଼ିଶା ନକ୍ସଲ ମୁକ୍ତ ହୋଇଛି କହିଲେ, କଶ୍ମୀର ପ୍ରସଙ୍ଗ ଉଠାଲେ ଅମିତ ଶାହ

କିଛି ଦିନ ତଳେ ଶ୍ରୀ ଶାହ ଓଡ଼ିଶା ଆସିଥିଲେ। ଏହି ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳତ ଭାବେ କେମିତି ନକ୍ସଲ ଦମନ ଅଭିଯାନକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଯାଇଛି, ତା’ର ତଥ୍ୟ ରଖିଥିଲେ।

author-image
Hemant Lenka
Naxal

Naxal

ଲୋକସଭାରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ମତ ରଖିବା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କେନ୍ଦ୍ର ସରକାରଙ୍କ ସଫଳତାର ହିସାବ ଦେବାକୁ ଆଦୌ ପଛାଇ ନାହାନ୍ତି। ଏଥିସହ ସେ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗରେ ବି ପୂରା ଦେଶବାସୀଙ୍କୁ ଅବଗତ କରାଇଛନ୍ତି। ବର୍ତ୍ତମାନ ଓଡ଼ିଶା ନକ୍ସଲ ମୁକ୍ତ ହୋଇଥିବା ସେ ଗୃହରେ ସୂଚନା ଦେଇଛନ୍ତି।

Advertisment

କିଛି ଦିନ ତଳେ ଶ୍ରୀ ଶାହ ଓଡ଼ିଶା ଆସିଥିଲେ। ଏହି ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳତ ଭାବେ କେମିତି ନକ୍ସଲ ଦମନ ଅଭିଯାନକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଯାଇଛି, ତା’ର ତଥ୍ୟ ରଖିଥିଲେ। ଆଜି ଲୋକସଭାରେ ସେ ନକ୍ସଲ ଦମନ ପ୍ରସଙ୍ଗ ଉଠାଇଛନ୍ତି।

ସେ କହିଛନ୍ତି ଯେ କେନ୍ଦ୍ର ସରକାର ବାମପନ୍ଥୀ ଉଗ୍ରବାଦ ପ୍ରତି ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରିଛନ୍ତି। ନକ୍ସଲ ଉପଦ୍ରବୀ ଜିଲ୍ଲା ସଂଖ୍ୟା ୧୧୮ରୁ ୪୫କୁ ଖସିଛି। ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର ଓ ଝାରଖଣ୍ଡ ଭଳି ରାଜ୍ୟ ନକ୍ସଲ ଉପଦ୍ରବରୁ ମୁକ୍ତ ହୋଇସାରିଛି। ଏବେ କେବଳ ଛତିଶଗଡ଼ର ୩ଟି ଜିଲ୍ଲାରେ ସେମାନେ ସକ୍ରିୟ ରହିଥିବା ଶାହ କହିଛନ୍ତି।

Advertisment

କଶ୍ମୀର ପ୍ରସଙ୍ଗରେ ସେ କହିଛନ୍ତି, କଶ୍ମୀରକୁ ଆତଙ୍କବାଦ ମୁକ୍ତ କରିବାକୁ ଦୃଢ଼ ସଂକଳ୍ପ ନିଆଯାଇଛି। କଶ୍ମୀର ପାଇଁ ଯୁଗାନ୍ତକାରୀ ନିର୍ଣ୍ଣୟ ନେଇଛନ୍ତି ନରେନ୍ଦ୍ର ମୋଦି। ଜବାହରଲାଲ ନେହରୁ ସରକାରର ସବୁ ଠାରୁ ଭୁଲ ହେଉଛି ଧାରା ୩୭୦। ୨୦୧୯ ଅଗଷ୍ଟ ୫ ଓ ୬ ତାରିଖରେ ଏହି ସଂସଦ ତାକୁ ଉଚ୍ଛେଦ କରିଥିଲା। ଏପରି ନିଷ୍ପତ୍ତି ଦ୍ୱାରା କଶ୍ମୀରରେ ପ୍ରଚଳିତ ଦୁଇଟି ପତାକା ଓ ଦୁଇଟି ସମ୍ବିଧାନ ଲୋକ ପାଇଥିଲା। 

ତାଙ୍କ(କଂଗ୍ରେସ) ପ୍ରେରଣାରେ ଗୋଟିଏ ଏନଜିଓ ମିଟିଂ କରିଥିଲା। ଏହି ସଂସ୍ଥା ଗୋଟିଏ ରିପୋର୍ଟ ଜାରି କରି କହିଥିଲା ଯେ କେନ୍ଦ୍ର ସରକାର କଶ୍ମୀର ପ୍ରସଙ୍ଗରେ ହୁରିୟାତ, ଜାମିଆତ ଓ ପାକିସ୍ତାନ ସହ କଥା ହେବା ଦରକାର। କିନ୍ତୁ ଆମେ ହୁରିୟାତ, ଜାମିଆତ କିମ୍ବା ପାକିସ୍ତାନ ସହ କଥା ହେବୁନି। ଯଦି ଆମେ ଆଲୋଚନା କରିବୁ, ତା’ହେଲେ ଉପତ୍ୟକାର ଯୁବଗୋଷ୍ଠୀଙ୍କ ସହ କରିବୁ। ସେମାନେ ଆମ ନିଜ ଲୋକ ଓ ଆମେ ତାଙ୍କ ସହ କଥା ହେବୁ। 

ପିଏଫ୍‌ଆଇ ସଫା କରିବାକୁ ଦିନକରେ ୯୦ ଜାଗାରେ ରେଡ୍ କରାଯାଇଥିଲା। ୯୦ ଜାଗାରେ ରେଡ୍ କରି ସମସ୍ତଙ୍କୁ ଗିରଫ କରି ଜେଲ୍‌ରେ ଠୁଙ୍କିଲୁ। ମାଦକ ତସ୍କରୀ ଉପରେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ ହୋଇଛି। ୨୦୧୪ରୁ ୨୨ ମଧ୍ୟରେ ୧୮ ହଜାର କୋଟିର ଡ୍ରଗ୍ସ ଜବତ ହୋଇଥିବା ଶ୍ରୀ ଶାହ ସୂଚନା ଦେଇଛନ୍ତି।

Amit Shah Parliament No Confidence Motion