Advertisment

ସମ୍ବଲପୁର ହିଂସା ଘଟଣା: ତଦନ୍ତ କରିବ ବିଜେପିର ୪ ଜଣିଆ ଟିମ୍‌

ହନୁମାନ ଜୟନ୍ତୀ ବେଳେ ସମ୍ବଲପୁରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡର ତଦନ୍ତ ନିମନ୍ତେ ଏକ ୪ ଜଣିଆ ଯାଞ୍ଚ ଟିମ୍‌ ଗଠନ କରିଛି ବିଜେପି।

ଅଦ୍ୟତନ ହୋଇଛି
BJP President

BJP President

Advertisment

ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡର ତଦନ୍ତ ନିମନ୍ତେ ଏକ ୪ଜଣିଆ ଯାଞ୍ଚ ଟିମ୍‌ ଗଠନ କରିଛି ବିଜେପି। ଏହି ଟିମ୍‌ କ୍ଷେତ୍ର ପରିଦର୍ଶନ କରି ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରିବ ଓ ତାହାର ରିପୋର୍ଟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ହସ୍ତାନ୍ତର କରିବ ।

Advertisment

ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି କମିଟି ଗଠନ କରିଛନ୍ତି। ଏହି କମିଟିରେ ଉତ୍ତର ପ୍ରଦେଶର ରାଜ୍ୟସଭା ସାଂସଦ ବ୍ରଜଲାଲ, ଝାଡ଼ଖଣ୍ଡ ରାଜ୍ୟସଭା ସାଂସଦ ସମୀର ଓରାଓଁ, ଆଦିତ୍ୟ ସାହୁ ତଥା ପଶ୍ଚିମବଙ୍ଗ ପୁରୁଲିୟାର ସାଂସଦ ଜ୍ୟୋର୍ତିମୟ ସିଂ ସଦସ୍ୟ ରହିଛନ୍ତି। ଯାଞ୍ଚ ଟିମ୍‌ ଘଟଣାସ୍ଥଳକୁ ଯାଇ ତନ୍ନ ତନ୍ନ କରି ଯାଞ୍ଚ କରିବ, ଖବର ସଂଗ୍ରହ କରିବ ଓ ପରେ ନିଜ ରିପୋର୍ଟ ପ୍ରଦାନ କରିବ ।

କିଛି ଦିନ ପୂର୍ବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ହୋଇଥିବା ହିଂସା ଘଟଣାର ତଦନ୍ତ ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (NIA ) ଦ୍ୱାରା କରିବାକୁ ଦାବି କରିଥିଲେ। ଏହି ଘଟଣାର ଷଡ଼ଯନ୍ତ୍ରକାରୀ ତଥା ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ। ଏହି ସାମ୍ପ୍ରଦାୟିକ ହିଂସାକୁ କଡ଼ା ଭାଷାରେ ନିନ୍ଦା କରିବା ସହ ଏହା ପଛରେ ଥିବା ଷଡଯନ୍ତ୍ରର ପର୍ଦ୍ଦାଫାସ କରିବାକୁ ସେ ଦାବି କରିଥିଲେ। ଓଡ଼ିଶାର ବହୁ ବିଜେପି ବିଧାୟକ ତଥା ସାଂସଦ ମଧ୍ୟ ମନମୋହନ ସାମଲଙ୍କ ଦାବିକୁ ସମର୍ଥନ ଜଣାଇଥିଲେ। 

Advertisment

ସୂଚନାଯୋଗ୍ୟ, ଗତ ୧୪ ତାଖରେ ହନୁମାନ ଜୟନ୍ତୀ ପଡ଼ିଥିବା ବେଳେ ଏହାର ୨ ଦିନ ପୂର୍ବରୁ ସମ୍ବଲପୁରରେ ଏକ ବାଇକ୍‌ ରାଲି ଉପରକୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ବହୁ ସଂଖ୍ୟାରେ ସାଧାରଣ ଜନତାଙ୍କ ସମେତ ପୁଲିସ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଏପରିକି ଦୋକାନ, ଯାନବାହନ, ସରକାରୀ ଓ ବେସରକାରୀ ସଂପତ୍ତି ପୋଡ଼ି ଦିଆଯାଇଥିଲା।

Bjp Delhi Jp Nadda Sambalpur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe