Advertisment

ନିଶାରେ କାର୍‌ ଡ୍ରାଇଭ କରୁଥିଲେ ଅବକାରୀ ଅଧିକାରୀ, ବାଇକ୍‌କୁ ଘୋଷାଡ଼ି ନେଲେ

ନିଶାସକ୍ତ ଅବସ୍ଥାରେ କାର୍‌ ଚଳାଉଥିଲେ ଅବକାରୀ ବିଭାଗର ଆସିଷ୍ଟାଣ୍ଟ କମିଶନର। ଆଉ ନିୟନ୍ତ୍ରଣ ହରାଇ ଏକ ବାଇକ୍‌କୁ ପିଟିଦେଲେ।

author-image
Niharika Rout
Car

Car

ନିଶାସକ୍ତ ଅବସ୍ଥାରେ କାର୍‌ ଚଳାଉଥିଲେ ଅବକାରୀ ବିଭାଗର ଆସିଷ୍ଟାଣ୍ଟ କମିଶନର। ଆଉ ନିୟନ୍ତ୍ରଣ ହରାଇ ଏକ ବାଇକ୍‌କୁ ପିଟିଦେଲେ। ଏହି ଦୁର୍ଘଟଣାରେ ଉଭୟ ଗାଡ଼ି ହୁ ହୁ ହୋଇ ଜଳିଥିବା ବେଳେ ବର୍ତ୍ତି ଯାଇଛନ୍ତି ଦୁଇ ଗାଡ଼ିର ଚାଳକ । ତେବେ ଏହି ଘଟଣାରେ ଅବକାରୀ ବିଭାଗର ଆସିଷ୍ଟାଣ୍ଟ କମିଶନରଙ୍କୁ ବାନ୍ଧିଛି ପୁଲିସ୍‌। ଏପରି ଏକ ଅଭାବନୀୟ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି।

Advertisment

ରାଜଧାନୀ ଦିଲ୍ଲୀର ରାଣୀ ଝାନସୀ ରୋଡ଼ ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଅବକାରୀ ବିଭାଗର ଆସିଷ୍ଟାଣ୍ଟ କମିଶନର ଆର.ସି ମୀନା ନିଜେ ଦ୍ରୁତ ଗତିରେ ଏକ SUV ଗାଡ଼ି ଚଳାଇ ଯାଉଥିଲେ। ଉକ୍ତ ସମୟରେ ସେ ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ଏକ ବାଇକ୍‌କୁ ପିଟିଥିଲେ। ଏହାପରେ କାର୍‌ଟି ବାଇକ୍‌କୁ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ବେଳେ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା।

ଉଭୟ ଗାଡ଼ି ହୁତୁହୁତୁ ହୋଇ ଜଳୁଥିବା ବେଳେ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଅଁକୁ ଆୟତ୍ତ କରିଥିଲେ। ତୁରନ୍ତ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଉଭୟ ଗାଡ଼ିର ଚାଳକଙ୍କୁ ପଚରାଉଛରା କରିଥିଲା। ପରୀକ୍ଷାରୁ ଆର.ସି ମୀନା ନିଶା ସେବନ କରି ଗାଡ଼ି ଚଳାଉଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ୍‌ ତୁରନ୍ତ ତାଙ୍କୁ ବାନ୍ଧିଥିବା ବେଳେ ପରେ ତାଙ୍କୁ ଜାମିନ ମିଳିଥିବା ଜଣାଯାଇଛି। ସେହିପରି ବାଇକ୍‌ ଚାଳକଙ୍କ ଲାଇସେନ୍ସ ନ ଥିବା ଜଣାଯାଇଛି।

Advertisment
Accident Delhi