Advertisment

ସହଯୋଗୀଙ୍କ ଫୋନ ପାଇଁ ଡ୍ୟାମ ଶୁଖାଇବାକୁ ଅନୁମତି ଦେଇଥିବା ବାବୁଙ୍କୁ ୫୩ ହଜାର ଫାଇନ୍‌

ରବିବାର କାଙ୍କେର ଜିଲ୍ଲାର କୋଇଲିବେଡା ବ୍ଲକ ଫୁଡ ଇନସପେକ୍ଟର ରାଜେଶ ବିଶ୍ୱାସ ଖେରକାଟ୍ଟା ଡ୍ୟାମ ବୁଲିବାକୁ ଯାଉଥିଲେ। ସେ ଏଠାରେ ମସ୍ତି କରୁଥିବା ବେଳେ ହଠାତ୍‌ ତାଙ୍କ ଲକ୍ଷେ ଟଙ୍କିଆ ମୋବାଇଲଟି ପାଣିରେ ପଡ଼ି ଯାଇଥିଲା। ଫୋନଟି ଡ୍ୟାମ ଷ୍ଟିଲିଂ ବେସିନରେ ପଡ଼ିଥିବା ବେଳେ ଏଠାରେ ୧୫ ଫୁଟର ପାଣି ରହିଥିଲା।

DAM

DAM

Advertisment

ନିଜର ଦାମୀ ଫୋନ ପାଇଁ ଗୋଟିଏ ଡ୍ୟାମ୍‌ରୁ ୪୨ ଲକ୍ଷ ଲିଟର ପାଣିକୁ କାଢ଼ି ନିଲମ୍ବିତ ହୋଇଥିବା ଛତିଶଡ଼ାର ଫୁଡ ଇନସପେକ୍ଟଙ୍କ ବଡ଼ ବାବୁଙ୍କୁ ଝଟକା ଲାଗିଛି। ଫୁଡ ଇନସପେକ୍ଟରଙ୍କୁ ଡ୍ୟାମରୁ ଫୋନ ପାଇଁ ପାଣି ଖାଲି କରିବାକୁ ଅନୁମତି ଦେଇଥିବା ବାବୁଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଇନସପେକ୍ଟରଙ୍କ ବଡ଼ ଅଫିସରଙ୍କ ଉପରେ ସରକାର ୫୩ ହଜାର ଟଙ୍କାର ଜୋରିମାନା ଲାଗୁ କରିଛନ୍ତି।

Advertisment

ଇନ୍ଦିରାବତୀ ପ୍ରୋଜେକ୍ଟର ସୁପରିନଟେଡେଣ୍ଟ ଇଞ୍ଜିନିୟର ମେ’ ୨୬ରେ ସବ ଡିଭିଜନାଲ ଅଫିସର ଆରକେ ଧିବାରଙ୍କୁ ଚିଠି ଲେଖି ନଷ୍ଟ ହୋଇଥିବା ପାଣି ବାବଦ ଅର୍ଥ ତାଙ୍କୁ ଦରମାରୁ କଟା ଯିବ ବୋଲି କହିଛନ୍ତି।

ଜଳ ସେଚନ ପାଇଁ ଅନ୍ୟ ସମସ୍ତ ଜଳଭଣ୍ତାର ଓ ଖରା ସମୟରେ ବିଭିନ୍ନ କାମ ପାଇଁ ପାଣିର ଆବଶ୍ୟକତା ଥିଲା। ହେଲେ ଏହାକୁ ନଷ୍ଟ କରାଯାଇଛି। ତେଣୁ ଆରକେ ଧିବାରଙ୍କ ଦରମାରୁ ୫୩ ହଜାର ଟଙ୍କା ଜୋରିମାନା ଆକାରରେ କାଟ କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

Advertisment

ରବିବାର କାଙ୍କେର ଜିଲ୍ଲାର କୋଇଲିବେଡା ବ୍ଲକ ଫୁଡ ଇନସପେକ୍ଟର ରାଜେଶ ବିଶ୍ୱାସ ଖେରକାଟ୍ଟା ଡ୍ୟାମ ବୁଲିବାକୁ ଯାଉଥିଲେ। ସେ ଏଠାରେ ମସ୍ତି କରୁଥିବା ବେଳେ ହଠାତ୍‌ ତାଙ୍କ ଲକ୍ଷେ ଟଙ୍କିଆ ମୋବାଇଲଟି ପାଣିରେ ପଡ଼ି ଯାଇଥିଲା। ଫୋନଟି ଡ୍ୟାମ ଷ୍ଟିଲିଂ ବେସିନରେ ପଡ଼ିଥିବା ବେଳେ ଏଠାରେ ୧୫ ଫୁଟର ପାଣି ରହିଥିଲା।

ପ୍ରଥମେ ସ୍ଥାନୀୟ ବୁଡ଼ାଳିମାନେ ଏହାକୁ ଠାବ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେମାନେ ଫେଲ ମାରିବାରୁ ୩୦ ଏଚ୍‌ପିର ଦୁଇଟି ପମ୍ପ ଲଗାଇ ଡ୍ୟାମ୍‌ରୁ ଫୋନ ପାଣି କଢ଼ାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୩ ଦିନ ଧରି ମୋଟ ୪୨ ଲକ୍ଷ ଲିଟର ପାଣିକୁ ଡ୍ୟାମରୁ ନିଷ୍କାସିତ କରାଯାଇଥିଲା।

ଏହି ପାଣିରେ ୧୫ଶହ ଏକର ଜମିରେ ଜଳ ସେଚନ ହୋଇପାରି ଥାଆନ୍ତା। ହେଲେ ସରକାରୀ ବାବୁ ଜଣଙ୍କ ନିଜର ଫୋନ ପାଇଁ ଏତେ ପରିମାଣର ପାଣିକୁ ନଷ୍ଟ କରି ଦେଇଥିଲେ।

ପମ୍ପ ଦ୍ୱାରା ପାଣି ନିଷ୍କାସନ ପ୍ରକ୍ରିୟା ଗୁରୁବାର ଯାଏ ଚାଲିଥିଲା। ଶେଷରେ ଅଭିଯୋଗ ପାଇ ଜଳ ସେଚନ ଓ ଜଳ ସମ୍ପଦ ବିଭାଗର ଜଣେ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଅଧିକାରୀଙ୍କ ହସ୍ତକ୍ଷେପ ପରେ ଜଳ ନିଷ୍କାସନ ପ୍ରକ୍ରିୟା ବନ୍ଦ ହୋଇଥିଲା।

କିନ୍ତୁ ସେତେବେଳକୁ ୪୨ ଲକ୍ଷ ଲିଟର ପାଣି ନିଷ୍କାସନ ହୋଇ ସାରିଥିଲା। ଖରା ଦିନେ ଜଳ ଭଣ୍ଡାରରେ ୧୦ ଫୁଟର ପାଣି ରହିଥାଏ। ବିଭିନ୍ନ ପଶୁପକ୍ଷୀ ଏଠାରେ ନିଜର ଶୋଷ ମେଣ୍ଟାନ୍ତି। ହେଲେ ରାଜେଶଙ୍କ ପାଇଁ ଜଲଭଣ୍ଡାର ଏକପ୍ରକାରର ଶୁଖି ଯାଇଥିଲା।

ରାଜେଶ ବିଶ୍ୱାସଙ୍କ କହିବା କଥା ସେଲଫି ନେବା ବେଳେ ତାଙ୍କ ଫୋନ ହାତରୁ ଖସି ଯାଇଥିଲା। ଏଥିରେ ସରକାରୀ ଦସ୍ତାବିଜ ସବୁ ରହିଥିବାରୁ ସେ ପାଣିକୁ ଶୁଖାଇ ଏହାକୁ ଠାବ କରିବାକୁ ଚେଷ୍ଟା କରିଥିଲେ। ଏନେଇ ସେ ଏସ୍‌ଡିଓଙ୍କୁ ଫୋନ କରି ପାଣି କାଢ଼ିବା ପାଇଁ ଅନୁମତି ମାଗିଥିଲି।

ସେ ମଧ୍ୟ ଫୋନରେ ଏନେଇ ଅନୁମତି ଦେଇଥିଲେ। ୩ରୁ ୪ ଫୁଟ ପାଣି ସ୍ଥାନୀୟ କେନାଲକୁ ଗଲେ କୌଣସି ଅସୁବିଧା ନାହିଁ ଓ ଏହା ଦ୍ୱାରା ଚାଷୀମାନେ ଅଧିକ ପାଣି ପାଇ ପାରିବେ ବୋଲି ଏସ୍‌ଡିଓ ତାଙ୍କୁ କହିଥିଲେ। ଏକଥା ଶୁଣିବା ପରେ ରାଜେଶ ପାଣି କାଢ଼ିବା ଆରମ୍ଭ କରିଥିଲେ। ଶେଷରେ ତାଙ୍କୁ ଫୋନ ମିଳିଥିଲେ ହେଁ ପାଣି ପଶି ଯିବାକୁ ଯୋଗୁ ଏହା କାମ କରି ନଥିଲା।

Chhattisgarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe