Virtula Meeting
ଶାର୍ଟ ନପିନ୍ଧି ଭିଡିଓ କନ୍ଫରେନ୍ସରେ ଏକ ବିଭାଗୀୟ ବୈଠକରେ ଯୋଗ ଦେବା ଜଣେ ସରକାରୀ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ତାଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣାଟି ଘଟିଛି ଉତ୍ତର ପ୍ରଦେଶରେ।
ମଙ୍ଗଳବାର (ଗତକାଲି) ଉତ୍ତର ପ୍ରଦେଶର ଶିକ୍ଷା ବିଭାଗର ଏକ ବୈଠକ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ବସିଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ଅଧିକାରୀ ଜଣଙ୍କ ମଧ୍ୟ ସାମିଲ ହୋଇଥିଲେ। ତେବେ ସେ ଶାର୍ଟ ପିନ୍ଧି ନଥିଲେ। ସେ ଏକ ଗଞ୍ଜି ପିନ୍ଧି ବୈଠକରେ ସାମିଲ ହୋଇଥିଲେ।
ଏହା ଦେଖି ଶିକ୍ଷା ବିଭାଗର ମହାନିର୍ଦ୍ଦେଶକ ବିଜୟ କିରଣ ଆନନ୍ଦ ରାଗି ଯାଇଥିଲେ। ବୈଠକ ପରେ ସେ ଉକ୍ତ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ। ଏହା ସହିତ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1686733093.jpg)