Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଘୁମେଇ ନିଲମ୍ବିତ ହେଲେ ଅଧିକାରୀ

ଭୁଜ କାର୍ଯ୍ୟକ୍ରମ ବେଳେ ମୁଖ୍ୟ ଅଧିକାରୀ ଜିଗର ପଟେଲ ଘୁମେଇ ପଡ଼ିଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା।

CM

CM

Advertisment

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦର ପଟେଲଙ୍କ କାର୍ଯ୍ୟକ୍ରମରେ ଘୁମେଇବା ମହଙ୍ଗା ପଡ଼ିଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବେଳେ ଘୁମେଇ ପଡ଼ିଥିଲେ କଚ୍ଚ ଜିଲ୍ଲା ଭୁଜ ପୌରପାଳିକାର ମୁଖ୍ୟ ଅଧିକାରୀ। ଏଥିପାଇଁ ତାଙ୍କୁ ତତ୍କାଳ ଭାବେ ନିଲମ୍ବିତ କରାଯାଇଛି।

Advertisment

ଭୁଜ କାର୍ଯ୍ୟକ୍ରମ ବେଳେ ମୁଖ୍ୟ ଅଧିକାରୀ ଜିଗର ପଟେଲ ଘୁମେଇ ପଡ଼ିଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା। ଏହି ଦୃଶ୍ୟକୁ ଦେଖି ରାଜ୍ୟ ନଗର ଉନ୍ନୟନ ବିଭାଗ ଶ୍ରୀ ପଟେଲଙ୍କୁ ନିଲମ୍ବିତ କରିଛି। ସେ ଅବହେଳା ଓ କାର୍ଯ୍ୟପ୍ରତି ନିଜର ନିଷ୍ଠା ଦେଖା ନଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି। 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ମୁଖ୍ୟମନ୍ତ୍ରୀ ପଟେଲ ଭାଷଣ ଦେଉଥିବା ବେଳେ ହିଁ ଅଧିକାରୀ ଜଣଙ୍କ ଘୁମେ ପଡ଼ିଥିଲେ। 

Advertisment

ଭୂମିକମ୍ପ ଦ୍ୱାରା କଚ୍ଚରେ ପ୍ରଭାବିତ ହୋଇ ବିସ୍ଥାପିତ ଜୀବନ ବିତାଉଥିବା ପ୍ରାୟ ୧୪ ହଜାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ପଟେଲ ଉକ୍ତ କାର୍ଯ୍ୟକ୍ରମରେ ଜମି ପଟ୍ଟା ହସ୍ତାନ୍ତର କରିଥିଲେ। ଏହି ସମୟରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। କିନ୍ତୁ ସମସ୍ତଙ୍କ ସାମ୍ନାରେ ଜିଗର ପଟେଲ ଷ୍ଟେଜ ଉପରେ ବସି ଘୁମେଇ ପଡ଼ିଥିଲେ।

Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe