Advertisment

୩ ସାଧାରଣ ଲୋକଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ କଲା ସେନା, ଡ୍ୟୁଟିରୁ ବିଦା ହେଲେ ଅଫିସର

ଗତ ସପ୍ତାହରେ ପୁଞ୍ଚରେ ଆତଙ୍କବାଦୀଙ୍କ ଆମ୍ବୁସ ଆଟାକ ହୋଇଥିଲା। ଏହାପରେ ସେନା ପକ୍ଷରୁ ଆତଙ୍କବାଦୀ ବିରୋଧ ଅପରେସନକୁ ଜୋରଦାର କରାଯାଇଛି।

Army

Army

Advertisment

ଜମ୍ମୁ-କଶ୍ମୀରର ପୁଞ୍ଚରେ ୩ ଜଣ ସାଧାରଣ ଲୋକଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରି ସ୍ଥଳ ସେନା। ତଦନ୍ତ ଆରମ୍ଭ କରି ସେନା ପକ୍ଷରୁ ଜଣେ ବ୍ରିଗେଡିୟର ସ୍ତରୀୟ ଅଧିକାରୀଙ୍କୁ ଡ୍ୟୁଟିରୁ ହଟାଇ ଦିଆଯାଇଛି। ସେହିପରି ତାଙ୍କୁ ଜମ୍ମୁ-କଶ୍ମୀରର ପୁଞ୍ଚ ବାହାରକୁ ବଦଳି କରାଯାଇଛି। 

Advertisment

ଗତ ସପ୍ତାହରେ ପୁଞ୍ଚରେ ଆତଙ୍କବାଦୀଙ୍କ ଆମ୍ବୁସ ଆଟାକ ହୋଇଥିଲା। ଏହାପରେ ସେନା ପକ୍ଷରୁ ଆତଙ୍କବାଦୀ ବିରୋଧ ଅପରେସନକୁ ଜୋରଦାର କରାଯାଇଛି। ଅପରେସନ ଚାଲିଥିବା ବେଳେ ବ୍ରିଗେଡିୟର ପାହ୍ୟାର ଅଫିସରଙ୍କୁ କାର୍ଯ୍ୟରୁ ହଟା ଯାଇଛି। ଆତଙ୍କବାଦୀଙ୍କ ଆମ୍ବୁସ ପରେ ଆକାଶ ମାର୍ଗରେ ସର୍ଭେଲାନ୍ସ ଠାରୁ ସ୍ଥଳ ଭାଗରେ ଅପରେସନ କରାଯାଉଛି।

ବିଶେଷ କରି ଡେରା କି ଗଲି ଓ ବଫଲିୟାଜରେ ସର୍ଚ୍ଚ ଅପରେସନ କରାଯାଉଛି। କାରଣ ଏଠାରେ ଥିବା ଧାତୟାର ମୋରହ ଠାରେ ହିଁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ କନଭୟ ଉପରେ ହମଲା କରିଥିଲେ। ଏହି ହମଲାରେ ୪ ଜଣ ଯବାନ ସହିତ ହୋଇଥିଲେ। ବଫଲିୟାଜରେ ଅପରେସନ ଚାଲିଥିବା ବେଳେ ଶୁକ୍ରବାର ରହସ୍ୟଜନକ ଭାବେ ୩ ଜଣ ସାଧାରଣ ଲୋକଙ୍କୁ ମୃତଦେହ ମିଳିଥିଲା।

Advertisment

ଏହାକୁ ନେଇ ସ୍ଥାନୀୟ ଲୋକ ସେନା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ବିବାଦ ଘନେଇବାରୁ ସେନା ପକ୍ଷରୁ କିଛି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ସେମାନଙ୍କର ପୋଷ୍ଟିଂରେ ଅଦଳ ବଦଳ ହୋଇଛି।

ସେନା ପକ୍ଷରୁ ଚାଲିଥିବା ଆଭ୍ୟନ୍ତରୀଣ ତଦନ୍ତ ସବୁ ଦିଗକୁ ଦୃଷ୍ଟିରେ ରଖି କରାଯାଉଛି। କିଛି ଅଧିକାରୀ ଜାଣିଶୁଣି ୩ ଜଣ ସାଧାରଣ ଲୋକଙ୍କୁ ହତ୍ୟା କରିଛନ୍ତି ନା ଅପରେସନ ବେଳେ ଗୁଳି ମାଡ଼ ଯୋଗୁ ସେମାନଙ୍କର ମୃତ୍ୟୁ ହୋଇଛି, ସେକଥା ଜାଣିବା ପାଇଁ ଉଦ୍ୟମ ଚାଲିଛି।

Indian Army Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe