Advertisment

ପାଣି ଟାଙ୍କିକୁ ଡେଇଁଲେ ବୃଦ୍ଧ ଦମ୍ପତି, କାନ୍ଥରେ ମାରିଥିଲେ ସୁଇସାଇଡ ନୋଟ୍‌

ପୁଅବୋହୂ ନିର୍ଯାତନାରେ ଅତିଷ୍ଠ ହେଲେ ବୃଦ୍ଧ ଦମ୍ପତି। ଏପରିକି ପୁଅବୋହୂ ମାରିଦେବାର ଧମକ ବି ଦେଲେ । ଏଥିରେ ଭୟଭୀତ ହୋଇ ବୃଦ୍ଧ ଦମ୍ପତି ଘର ଉପରେ ଥିବା ପାଣି ଟାଙ୍କିକୁ ଡେଇଁ ଜୀବନ ହାରିଛନ୍ତି।

Police on spot

Police on spot

Advertisment

ପୁଅବୋହୂ ନିର୍ଯାତନାରେ ଅତିଷ୍ଠ ହେଲେ ବୃଦ୍ଧ ଦମ୍ପତି। ଏପରିକି ପୁଅବୋହୂ ମାରିଦେବାର ଧମକ ବି ଦେଲେ । ଏଥିରେ ଭୟଭୀତ ହୋଇ ବୃଦ୍ଧ ଦମ୍ପତି ଘର ଉପରେ ଥିବା ପାଣି ଟାଙ୍କିକୁ ଡେଇଁ ଜୀବନ ହାରିଛନ୍ତି। କିନ୍ତୁ ଏହା ପୂର୍ବରୁ ସେମାନେ ଭୋଗିଥିବା ନିର୍ଯାତନାର କାହାଣୀ ସୁଇସାଇଡ ନୋଟରେ ଉଲ୍ଲେକ କରି ତାହାକୁ କାନ୍ଥରେ ମାରି ଦେଇ ଯାଇଛନ୍ତି।

Advertisment

ଏପରି ଏକ ହୃଦୟ ବିଦାରକ ଘଟଣା ରାଜସ୍ଥାନର ନାଗୌର ଜିଲ୍ଲାରେ ଘଟିଛି। ମୃତ ଦମ୍ପତି ହେଲେ ୭୦ ବର୍ଷୀୟ ହଜାରିରାମ ଓ ତାଙ୍କ ୬୮ ବର୍ଷୀୟ ପତ୍ନୀ ଚାୱଲି ଦେବୀ ।

ହଜାରିରାମ ନିଜ ସୁଇସାଇଡ ନୋଟରେ ଲେଖିଛନ୍ତି, ମୋ’ ନାଁରେ ୩ଟି ପ୍ଲଟ ଓ ଗାଡ଼ି ଥିବା ବେଳେ ପୁଅମାନେ ସେ ସବୁ ନିଜ ନାମରେ କରାଇ ନେଇଥିଲେ। ଏହାପରେ ଦୁଇ ପୁଅ ଓ ବୋହୂ ଆମକୁ ନିର୍ଯାତନା ଦେବା ଆରମ୍ଭ କଲେ। ଏପରିକି ଆମକୁ ଖାଇବାକୁ ଦେଉ ନ ଥିବା ବେଳେ ପ୍ରବଳ ପିଟୁଥିଲେ। ଏତିକିରେ ମନ ଶାନ୍ତି ନ ହେବାରୁ ଜୀବନରୁ ମାରିଦେବାକୁ ବି ଧମକ ଦେଇଥିଲେ। ଆମେ ଏଥିରେ ଭୟଭୀତ ହୋଇ ଯାଇଥିଲୁ। ତେଣୁ ସେମାନେ ଏପରି କିଛି କରିବା ପୂର୍ବରୁ ଆମେ ପାଣି ଟାଙ୍କିକୁ ଡେଇଁବାକୁ ସ୍ଥିର କରିଛୁ।

Advertisment

ଖବର ପାଇ ପୁଲିସ୍ ପହଞ୍ଚି ଘରର ପାଣି ଟାଙ୍କିରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ପୁଲିସ୍‌ କାହାକୁ ଗିରଫ କରି ନ ଥିବା ଜଣାଯାଇଛି।

ତେବେ ପୁଅବୋହୂଙ୍କ ଏପରି ନିର୍ଯାତନାର କାହାଣୀ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe