Advertisment

ଶଯ୍ୟାଶାୟୀ ବୃଦ୍ଧ ହେଲେ କୋଟିପତି, ଏକାଥରେ ଜିତିଲେ ୫ କୋଟି

ଦୀର୍ଘ ୪୦ ବର୍ଷ ହେଲା ଯେଉଁ ଆଶା ପୂରଣ କରିବାକୁ ଧାଉଁଥିଲେ, ଏବେ ବୟସର ଅପରାହ୍ନରେ ତାହା ସତରେ ପରିଣତ ହୋଇଛି। ପାରିବାରିକ ଜଞ୍ଜାଳ ସମୟରେ କିଛି ଅର୍ଥ ପାଇବା ଆଶାରେ ପ୍ରତି ବର୍ଷ ଲଟେରୀ ଟିକେଟ କିଣୁଥିବା ବୃଦ୍ଧ ୮୮ ବର୍ଷ ବୟସରେ ହୋଇଛନ୍ତି କୋଟିପତି।

ଅଦ୍ୟତନ ହୋଇଛି
lottery winner

lottery winner

Advertisment

ଦୀର୍ଘ ୪୦ ବର୍ଷ ହେଲା ଯେଉଁ ଆଶା ପୂରଣ କରିବାକୁ ଧାଉଁଥିଲେ, ଏବେ ବୟସର ଅପରାହ୍ନରେ ତାହା ସତରେ ପରିଣତ ହୋଇଛି। ପାରିବାରିକ ଜଞ୍ଜାଳ ସମୟରେ କିଛି ଅର୍ଥ ପାଇବା ଆଶାରେ ପ୍ରତି ବର୍ଷ ଲଟେରୀ ଟିକେଟ କିଣୁଥିବା ବୃଦ୍ଧ ୮୮ ବର୍ଷ ବୟସରେ ହୋଇଛନ୍ତି କୋଟିପତି। ଏକାଥରେ ଜିତିଛନ୍ତି ୫ କୋଟି । ଏତେ ପରିମାଣର ଅର୍ଥ ରାଶି ଜିତି ବି ବୃଦ୍ଧଜଣକ ବେଶି ଖୁସି ଥିବା ପରିଲକ୍ଷିତ ହେଉ ନାହାନ୍ତି। ରାତାରାତି କୋଟିପତି ପାଲଟିଥିବା ଏହି ବୃଦ୍ଧଜଣକ ହେଉଛନ୍ତି ପଞ୍ଜାବର ଡେରାବାସି ନିବାସୀ ୮୮ ବର୍ଷ ବୟସ୍କ ଦ୍ୱାରକା ଦାଶ ।

Advertisment

ଦ୍ୱାରକା ଦାଶଙ୍କର ଲଟେରୀ କିଣିବାକୁ ପ୍ରବଳ ଆଗ୍ରହ। ଏଥିନିମନ୍ତେ ପ୍ରାୟ ୪୦ ବର୍ଷ ହେବ ପ୍ରତି ବର୍ଷ ସେ ଲଟେରୀ କିଣି ଆସୁଥିଲେ। ମାତ୍ର ସବୁଥର ନିରାଶ ହେଉଥିଲେ ବି ଆଶା ଛାଡ଼ୁ ନ ଥିଲେ। ଇତି ମଧ୍ୟରେ ସେ ଶଯ୍ୟାଶାୟୀ ହୋଇ ସାରିଛନ୍ତି ।

ଚଳିତବର୍ଷ ମକର ସଂକ୍ରାନ୍ତି ଅବସରରେ ଲୋହରୀ ପର୍ବ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲଟେରୀ ବ୍ୟବସ୍ଥା ହୋଇଥିଲା । ଗତ ଜାନୁଆରୀ ୧୬ ତାରିଖରେ ଲଟେରୀ ବିଜେତା ନାଁ ଘୋଷଣା ହେବା ବେଳେ ଏଥିରେ ସୌଭାଗ୍ୟଶାଳୀ ବିଜେତା ଥିଲେ ବୃଦ୍ଧ ଦ୍ୱାରକା ଦାଶ ।

Advertisment

ପ୍ରଥମ ପୁରସ୍କାରୀ ସୂରୁପ ତାଙ୍କୁ ମିଳିଛି ୫ କୋଟି ଟଙ୍କା । ଟାକ୍ସ କଟିବା ପରେ ବୃଦ୍ଧ ଜଣଙ୍କୁ ମିଳିବ ପ୍ରାୟ ୩ କୋଟି ୫୦ ଲକ୍ଷ ଟଙ୍କା । ବୃଦ୍ଧଙ୍କୁ ବର୍ଷ ବର୍ଷ ଧରି ଲଟେରୀ କିଣା ନିଶା ଘାରୁଥିବା ବେଳେ ଏବେ କିନ୍ତୁ ଏଥିପ୍ରତି ସେ ଆଉ ଆଗ୍ରହୀ ନାହାନ୍ତି। ହଠାତ୍‌ କୋଟିପତି ପାଲଟି ଯିବା ପରେ ନିଜ ପ୍ରତିକ୍ରିୟାରେ ବୃଦ୍ଧଜଣକ କହିଛନ୍ତି, ଲଟେରୀ ଜିତିବା ପରେ ଅଧିକ ଖୁସି ନାହିଁ କି ଦୁଃଖ ନାହିଁ। ସବୁ ମାୟା ଜାଲ । ଯିବା ଆସିବା ଖେଳ, ଆଉ କିଛି ନୁହଁ।

ମହନ୍ତ ଦ୍ୱାରକା ଦାସ ୧୯୪୭ ମସିହାରୁ ପାକିସ୍ତାନ ଛାଡି ମାତ୍ର ୧୩ ବର୍ଷ ବୟସରେ ଭାରତ ପଳାଇ ଆସିଥିଲେ । ସେବେଠୁ ଭାରତରେ ସେ ନିଜ ପରିବାର ସହ ରହି ଆସୁଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe