Advertisment

ଛାଡ଼ପତ୍ର ପାଇଁ ପତ୍ନୀ ଦାବି କଲେ କୋଟିଏ ଟଙ୍କା, ସ୍ୱାମୀ ଠିକ୍‌ କଲେ ସୁପାରୀ କିଲର୍‌

ମହିଳାଜଣକ ବୃଦ୍ଧଙ୍କୁ ଛାଡ଼ପତ୍ର ଦେବା ନିମନ୍ତେ ରାଜି ହୋଇଥିବା ବେଳେ ଏହା ବଦଳରେ କୋଟିଏ ଟଙ୍କା ଦାବି କରିଥିଲେ। ଏହା ଶୁଣି ବୃଦ୍ଧଜଣକ ଉତ୍ତ୍ୟକ୍ତ ହୋଇ ଯାଇଥିବା ବେଳେ ପତ୍ନୀଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ।

Hands

Hands

Advertisment

ମାତ୍ର ୬ ମାସ ତଳେ ପଡ଼ିଥିଲା ହାତଗଣ୍ଠି। ବରକୁ ୭୧କୁ କନିଆ ବି ପରିଣତ ବୟସରେ ଉପନୀତ । ଜୀବନର ଶେଷ ସମୟ ପରସ୍ପର ସହ କାଟିବା ଆଶାରେ ଉଭୟ ପରସ୍ପରକୁ ବରଣମାଳା ପିନ୍ଧାଇଥିଲେ ବି ତାହା ବେଶି ଦିନ ତିଷ୍ଠି ପାରିଲାନି। ଉଭୟଙ୍କ ମଧ୍ୟରେ ତାଳମେଳ ଠିକ୍‌ ନ ରହିବାରୁ ପତ୍ନୀଜଣକ ଛାଡ଼ପତ୍ର ଚାହିଁଲେ । ହେଲେ ଏଥିନିମନ୍ତେ ସେ ଦାବି କରୁଥିବା ଅର୍ଥ ରାଶି କଥା ଶୁଣି ହିତାହିତ ଜ୍ଞାନ ହରାଇ ବସିଥିବା ବୃଦ୍ଧଜଣକ ସୁପାରୀ କିଲର ଲଗାଇ ନିଜ ପତ୍ନୀଙ୍କୁ ହତ୍ୟା କରିଛନ୍ତି । ଏପରି ଏକ ଲୋମଟାଙ୍କୁରା ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ଏହି ଘଟଣାରେ ପୁଲିସ୍‌ ସମୁଦାୟ ୪ ଜଣଙ୍କୁ ଗିରଫ କରିଛି।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ଏସ୍‌କେ ଗୁପ୍ତା ନାମକ ୭୧ ବର୍ଷୀୟ ବୃଦ୍ଧ ଦିଲ୍ଲୀର ରଜୌରି ଅଞ୍ଚଳରେ ରହୁଥିବା ବେଳେ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇ ସାରିଥିଲା। ଏଥିସହ ତାଙ୍କର ୪୫ ବର୍ଷୀୟ ଜଣେ ପୁଅ ଥିଲେ ବି ସେ ଦୁରାରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ। ତେଣୁ ନିଜ ପୁଅର ଦେଖାରଖା ପାଇଁ ସେ ବିବାହ କରିଥିଲେ। ମାତ୍ର ତାଙ୍କର ନୂଆ ପତ୍ନୀ ନିଜ ସାବତ ପୁଅର ଠିକ୍‌ ଭାବେ ଦେଖାରଖା କରୁ ନ ଥିଲେ। ଫଳରେ ବୃଦ୍ଧଙ୍କର  ତାଙ୍କର ପତ୍ନୀଙ୍କ ସହ ପଡ଼ୁ ନ ଥିବା ବେଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା।

ଏଥିରେ ଅତିଷ୍ଠ ମହିଳା ଏସ୍‌କେ ଗୁପ୍ତାଙ୍କୁ ଛାଡ଼ପତ୍ର ଦେବା ନିମନ୍ତେ ରାଜି ହୋଇଥିବା ବେଳେ ଏହା ବଦଳରେ କୋଟିଏ ଟଙ୍କା ଦାବି କରିଥିଲେ। ଏହା ଶୁଣି ବୃଦ୍ଧଜଣକ ଉତ୍ତ୍ୟକ୍ତ ହୋଇ ଯାଇଥିବା ବେଳେ ପତ୍ନୀଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ।

Advertisment

ଏଥିନିମନ୍ତେ ସେ ଜଣେ ସୁପାରୀ କିଲର ବିପିନ ସେଟ୍ଟିକୁ ଠିକ୍‌ କରିଥିବା ବେଳେ ୧୦ ଲକ୍ଷରେ ଡିଲ୍‌ ଫାଇନାଲ୍‌ ହୋଇଥିଲା। ପ୍ରଥମେ ସେ ଅଗ୍ରୀମ ଅଢେଇ ଲକ୍ଷ ଟଙ୍କା ନେଇଥିଲେ।

ଏହାପରେ ବିପିନ ନିଜ ସହଯୋଗୀ ହିମାଂଶୁଙ୍କ ସହ ମିଶି ଏହି ଯୋଜନାକୁ ବାସ୍ତବ ରୂପ ଦେଇଥିଲେ। ଉଭୟ ବୃଦ୍ଧଙ୍କ ଘରେ ପଶି ମହିଳାଙ୍କୁ ହତ୍ୟା କରିଥିବା ବେଳେ ଏହାକୁ ଲୁଟ୍‌ର ରୂପ ଦେବାକୁ ଚେଷ୍ଟା କରିଥିଲେ। ଏଥିନିମନ୍ତେ ସେ ସବୁ ଜିନିଷ ଘରେ ଛିନଛତ୍ର କରି ପକାଇଥିବା ବେଳେ ଟଙ୍କା, ସୁନା ନେଇ ଯାଇଥିଲେ।

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ଉଭୟ ବାପପୁଅଙ୍କୁ ଘନ ଘନ ପଚରାପଚରି କରିବାରୁ ସେମାନେ ସବୁ ସତ କଥା ମାନି ଯାଇଥିଲେ। ଏହାପରେ ସେମାନେ ସବୁ ସତ କଥା ମାନି ଯାଇଥିବା ବେଳେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଛି।

Murder Domestic Violence Husband-wife
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe