Advertisment

୧୦ ମିନିଟ୍‌ ପାଇଁ ହ୍ୟାଙ୍ଗ ହୋଇଗଲା ଫୋନ୍‌, ଆକାଉଣ୍ଟରୁ କଟିଗଲା ୯୯,୫୦୦ ଟଙ୍କା

ବୃଦ୍ଧଙ୍କ ଫୋନ ୧୦ ମିନିଟ୍‌ ପାଇଁ ହ୍ୟାଙ୍ଗ କରି ଠକ ଜଣକ ତାଙ୍କ ଆକାଉଣ୍ଟରୁ ୯୯,୫୦୦ ଟଙ୍କା ଲୁଟି ନେଇଛି।

author-image
Hemant Lenka
Online

Online

ଅନଲାଇନ ଠକର ଜାଲରେ ପଡ଼ି ଲକ୍ଷେ ଟଙ୍କା ହରାଇଛନ୍ତି ଜଣେ ୭୨ ବର୍ଷୀୟ ବ୍ୟକ୍ତି। ପୂର୍ବରୁ ଆପଣ ବିଭିନ୍ନ ପ୍ରକାରର ଠକେଇ କଥା ଶୁଣିଥିବେ। ହେଲେ ଏଥର ଅନଲାଇନ ଠକ୍‌ ଜଣକ ଫୋନକୁ କୌଣସି ପ୍ରକାରର ହ୍ୟାଙ୍ଗ କରି ଠକେଇ କରିଛି।

Advertisment

ବୃଦ୍ଧଙ୍କ ଫୋନ ୧୦ ମିନିଟ୍‌ ପାଇଁ ହ୍ୟାଙ୍ଗ କରି ଠକ ଜଣକ ତାଙ୍କ ଆକାଉଣ୍ଟରୁ ୯୯,୫୦୦ ଟଙ୍କା ଲୁଟି ନେଇଛି। ପ୍ରଥମେ ସେ ବୃଦ୍ଧଙ୍କୁ ‍ଫାଷ୍ଟଟ୍ୟାଗ ରିଚାର୍ଜ କରିବାରେ ସହାୟତା କରିବ ବୋଲି କହିଥିଲା। ଏହାପରେ ସେ ଟଙ୍କା ଲୁଟ କରିଛି। ଉତ୍ତରାଖଣ୍ଡର ଡେରାଡୁନରୁ ଏପରି ଘଟଣା ସାମ୍ନାକୁ ଆସିଛି।

ପୁଲିସ୍‌ କହିଛି ଯେ ଅଭିଯୋଗକାରୀ ଜଣଙ୍କ ହେଲେ ବିଶ୍ୱ ମୋହନ ବହୁଗୁଣା। ତାଙ୍କ କହିବା କଥା ଯେ ସେ ଗୋଟିଏ ଅନଲାଇନ ଇ-କର୍ମସରୁ କିଛି ଜିନିଷ କିଣିବା ପରେ ବିଲ୍‌ ବାବଦ ଅର୍ଥ ଦେଉଥିଲେ। ଏହି ସମୟରେ ତାଙ୍କର ଫୋନ ହ୍ୟାଙ୍ଗ ହୋଇଥିଲା ଓ ତାଙ୍କ ଆକାଉଣ୍ଟରୁ ଲକ୍ଷେ ଟଙ୍କା କଟି ଯାଇଥିଲା।

Advertisment

ଶ୍ରୀ ବହୁଗୁଣାଙ୍କ ଅଭିଯୋଗର ତଦନ୍ତ କରୁଥିବା ଇନସପେକ୍ଟର କରିଛନ୍ତି, ଘଟଣାର ଗୋଟିଏ ଦିନ ପୂର୍ବରୁ ବହୁଗୁଣା ‘ଫାଷ୍ଟଟ୍ୟାଗ ସର୍ପୋଟ’ ନାମକ ଗୋଟିଏ ଆପ୍‌ ଡାଉନଲୋଡ କରିଥିଲେ। ଏହାପୂର୍ବରୁ ସେ ଠକେଇ କରିଥିବା ଅଭିଯୁକ୍ତ ସହ କଥା ମଧ୍ୟ ହୋଇଥିଲେ। ଗୁଗଲରେ ସେ ଫାଷ୍ଟଟ୍ୟାଗ କମ୍ପାନୀର କଷ୍ଟମର କେୟାର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବା ବେଳେ ଗୋଟିଏ ନମ୍ବର ପାଇଥିଲେ।

ସେ ଉକ୍ତ ନମ୍ବରକୁ ଫୋନ କରିବାକୁ ଅଭିଯୁକ୍ତ ଜଣକ KYC ତଥ୍ୟ ମାଗିବା ସହ ଉପରୋକ୍ତ ଆପ୍‌କୁ ଡାଉନଲୋଡ କରିବାକୁ କହିଥିଲା। ତା’ ନିର୍ଦ୍ଦେଶ ଅନୁସାରେ ବହୁଗୁଣା ଆପ୍‌ ଡାଉନଲୋଡ କରିଥିଲେ। ଆପ୍‌ ଡାଉନଲୋଡ ହେବା ମାତ୍ରେ ତାଙ୍କ ଫୋନ ୩୦ ମିନିଟ ପାଇଁ ହ୍ୟାଙ୍ଗ ବା ଅଚଳ ହୋଇଯାଇଥିଲା। ଏହାପରେ ପୁଣି ଆପେଆପେ ସଚଳ ହୋଇଥିଲା।

ବହୁଗୁଣା ଭାବିଥିଲେ ଯେ ଏହା କୌଣସି ବୈଷୟିକ ତ୍ରୁଟି ହୋଇଥାଇ ପାରେ। ଦିନକ ପରେ ସେ ଗୋଟିଏ ଇ-କର୍ମସ କମ୍ପାନୀରୁ କିଛି ଜିନିଷ କିଣିଥିଲେ। ଏଥିସହ ଟଙ୍କା ପୈଠ କରିବାକୁ ନିଜର ଡେଭିଟ୍‌ କାର୍ଡ ନମ୍ବର ଲେଖିଥିଲେ। ତେବେ ସେ ନମ୍ବର ଲେଖି ସାରିବା କ୍ଷଣି ଫୋନଟି ପୁଣି ହ୍ୟାଙ୍ଗ ହୋଇ ଯାଇଥିଲା। ଏହାର ୧୦ ମିନିଟ୍‌ ପରେ ମୋବାଇଲ ଚାଲୁ ହୋଇଥିଲା।

କିନ୍ତୁ ଏହି ସମୟରେ ବହୁଗୁଣା ୩ଟି ଟ୍ରାଞ୍ଜାକସନ କରି ମୋଟ ୯୯,୫୦୦ ଟଙ୍କା ଖର୍ଚ୍ଚ କରିଥିବା ମସେଜ ଆସିଥିଲେ। ସେ ଠକାମୀରେ ପଡ଼ିଥିବା ଜାଣିପାରି ପୁଲିସ୍‌ରେ ଅଭିଯୋଗ କରିଥିଲେ। ପୁଲିସ୍‌ ଏବେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Online Fraud Uttarakhand