Advertisment

ସବୁଠାରୁ ପୁରୁଣା ବିଦ୍ରୋହୀ ଗୋଷ୍ଠୀ ସହ ଶାନ୍ତି ଚୁକ୍ତି କଲେ କେନ୍ଦ୍ର ସରକାର

ଭାରତ ଠାରୁ ମଣିପୁରକୁ ଅଲଗା କରିବା ଏହି ସଂଗଠନର ଲକ୍ଷ୍ୟ ଥିଲା। ହେଲେ ଏବେ ୟୁଏନଏଲ ସହ କେନ୍ଦ୍ର ଓ ରାଜ୍ୟ ସରକାର ଶାନ୍ତି ଚୁକ୍ତି କରି ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

Manipur

Manipur

Advertisment

ମଣିପୁରର ସବୁଠାରୁ ପୁରୁଣା ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ(ୟୁଏନଏଲଏଫ) ସହ କେନ୍ଦ୍ର ସରକାର ଶାନ୍ତି ଚୁକ୍ତି କରିଛନ୍ତି। ୟୁଏନଏଲଏଫ, କେନ୍ଦ୍ର ସରକାର ଓ ମଣିପୁର ସରକାରଙ୍କ ମଧ୍ୟରେ ଏପରି ତ୍ରିପାକ୍ଷିକ ଶାନ୍ତି ଚୁକ୍ତି ହୋଇଛି।

Advertisment

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋଶାଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ବିଦ୍ରୋହୀ ସଂଗଠନର ସଦସ୍ୟମାନେ ବନ୍ଧୁକ ଛାଡ଼ି ଏକାଠି ଶାନ୍ତି ପାଇଁ ସହମତି କରିଥିବାର ଭିଡିଓ ମଧ୍ୟ ଶ୍ରୀ ଶାହ ପୋଷ୍ଟ କରିଛନ୍ତି।

ଦୀର୍ଘ ୬ ଦଶନ୍ଧି ଧରି ଭାରତୀୟ ସୁରକ୍ଷାକର୍ମୀ ଓ ୟୁଏନଏଲଏଫ ମଧ୍ୟରେ ଲଢ଼େଇ ଚାଲିଥିଲା। କିନ୍ତୁ ୟୁଏନଏଲଏଫ ସହ ଶାନ୍ତି ଚୁକ୍ତି କରିବା ପାଇଁ ଆଲୋଚନା ଚାଲିଥିବା କିଛି ଦିନ ତଳେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ସୂଚନା ଦେଇଥିଲେ। ଏବେ ଏହି ଆଲୋଚନା ସଫଳ ହୋଇଛି।

Advertisment

ଏକଦା ଇମ୍ଫାଲର ଆରକେ ମେଘହେନ ୟୁଏନଏଲଏଫର ନେତୃତ୍ୱ ନେଉଥିଲେ। କିନ୍ତୁ ବେଶ କିଛି ବର୍ଷ ତଳେ ସେ ସଂଗଠନକୁ ଅଲବିଦା କହିଥିଲେ। ତଥାପି ଏହି ସଶସ୍ତ୍ର ବିଦ୍ରୋହୀ ସଂଗଠନ ମଣିପୁରରେ ସକ୍ରିୟ ରହିଥିଲା। ପିଏଲ ଓ ଅନ୍ୟାନ୍ୟ ବିଦ୍ରୋହୀ ସଂଗଠନ ଭଳି ୟୁଏନଏଲଏଫ ମଧ୍ୟ ମଣିପୁରର ସାର୍ବଭୌମତ୍ୱ ପାଇଁ ଲଢ଼େଇ କରୁଥିବା ଦାବି କରୁଥିଲା।

ଭାରତ ଠାରୁ ମଣିପୁରକୁ ଅଲଗା କରିବା ଏହି ସଂଗଠନର ଲକ୍ଷ୍ୟ ଥିଲା। ହେଲେ ଏବେ ୟୁଏନଏଲ ସହ କେନ୍ଦ୍ର ଓ ରାଜ୍ୟ ସରକାର ଶାନ୍ତି ଚୁକ୍ତି କରି ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

ଅମିତ ଶାହ କହିଛନ୍ତି, ଆଜି ଭାରତ ସରକାର, ରାଜ୍ୟ ସରକାର ଓ ୟୁଏନଏଲଏଫ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି ଦୀର୍ଘ ୬ ଦଶନ୍ଧି ଧରି ଚାଲିଥିବା ସଶସ୍ତ୍ର ଲଢ଼େଇରେ ପୂର୍ଣ୍ଣଚ୍ଛେଦ ଟାଣିଛି। ଉତ୍ତରପୂର୍ବ ଭାରତର ଯୁବଗୋଷ୍ଠୀଙ୍କୁ ଗୋଟିଏ ଉଜ୍ଜଳ ଭବିଷ୍ୟତ ଯୋଗାଇ ଦେବା ଓ ସାମୂହିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ରଖିଥିବା ଚିନ୍ତାଧାରା ଦିଗରେ ଏହା ଏକ ଐତିହାସିକ ସଫଳତା।”

ଏହାପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ୟୁଏନଏଲଏଫ ଭଳି ୨୫ଟି ବିଦ୍ରୋହୀ ସଂଗଠନ ଶାନ୍ତି ଚୁକ୍ତି କରିଥିଲେ। ଚୁକ୍ତି ଅନୁସାରେ ସେମାନେ ସୁରକ୍ଷାକର୍ମୀଙ୍କ ବିରୋଧରେ ବିଦ୍ରୋହ ବନ୍ଦ କରିଛନ୍ତି।

ମଣିପୁରରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ବେଶ କିଛି ମାସ ଧରି ଉପତ୍ୟକା ଅଶାନ୍ତ ହୋଇପଡ଼ିଥିଲା। ଏବେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା କୁହାଯାଉଛି। ଏସବୁ ଭିତରେ ସରକାର ବିଦ୍ରୋହୀ ଗୋଷ୍ଠୀ ସହ ଶାନ୍ତି ଚୁକ୍ତି କରିଛନ୍ତି।

Amit Shah Manipur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe