Advertisment

ଏମର୍ଜେନ୍ସିକୁ 'କଳା ଦିନ' ସମ୍ବୋଧିତ କଲେ ବାଚସ୍ପତି, ବିଭାଜନକାରୀ ବିବୃତ୍ତି କହି ବିରୋଧୀଙ୍କ ହଙ୍ଗାମା

ଏମର୍ଜେନ୍ସିର ୪୯ ବର୍ଷ ପୂର୍ତ୍ତି ଅବସରରେ ସଂସଦ ଅଧିବେଶନରେ ଏହି ଦିନକୁ ମନେ ପକାଇଛନ୍ତି ନବନିର୍ବାଚିତ ବାଚସ୍ପତି ଓମ୍ ବିର୍ଲା।

ଅଦ୍ୟତନ ହୋଇଛି
Om Birla

Om Birla

Advertisment

ଦେଶର ଜରୁରୀ ପରିସ୍ଥିତି ବା ଏମର୍ଜେନ୍ସିର ୪୯ ବର୍ଷ ପୂର୍ତ୍ତି ଅବସରରେ ସଂସଦ ଅଧିବେଶନରେ ଏହି ଦିନକୁ ମନେ ପକାଇଛନ୍ତି ନବନିର୍ବାଚିତ ବାଚସ୍ପତି ଓମ୍ ବିର୍ଲା। ଲୋକସଭାର ବାଚସ୍ପତି ଭାବେ ଦ୍ୱିତୀୟ ଇନିଂସ ଆରମ୍ଭର ପ୍ରଥମ ଦିନରେ ସମ୍ବିଧାନର ଏହି ସମୟକୁ 'କଳା ଦିନ' ଭାବେ ସମ୍ବୋଧିତ କରିଛନ୍ତି ବାଚସ୍ପତି। 

Advertisment

ଗତକାଲି ଏମର୍ଜେନ୍ସି ବା ଜରୁରୀ ପରିସ୍ଥିତିକୁ ୪୯ ବର୍ଷ ପୂରିଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ମୃତି ସଭା ପାଳନ କରାଯାଇଥିଲା। ଆଜି ଲୋକସଭାରେ ମଧ୍ୟ ବାଚସ୍ପତି ଓମ୍ ବିର୍ଲା ଏମର୍ଜେନ୍ସି ସମୟରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ଦୁଇ ମିନିଟର ନିରବ ପ୍ରାର୍ଥନା ପାଇଁ ଆହ୍ୱାନ କରିଥିଲେ।

ଗୃହକୁ ସମ୍ବୋଧିତ କରି ବାଚସ୍ପତି କହିଥିଲେ, ଏମର୍ଜେନ୍ସି ସମୟରେ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ କ୍ଷୂର୍ଣ୍ଣ ହୋଇଥିଲା ଏବଂ ଲୋକଙ୍କ ଅଭିବ୍ୟକ୍ତିର ସ୍ୱାଧୀନତାକୁ ହତ୍ୟା କରାଯାଇଥିଲା। ଏହି ସମୟରେ ଅନେକ ଲୋକ ପ୍ରାଣ ହରାଇଥିଲେ। ୧୯୭୫ରେ ଲାଗୁ ହୋଇଥିବା ଏମର୍ଜେନ୍ସିର 'କଳା ଦିନ'କୁ ସଦନ କଡ଼ା ଭାଷାରେ ନିନ୍ଦା କରୁଛି।

Advertisment

କଂଗ୍ରେସ ଶାସନ ସମୟରେ ଏହି 'କଳା ଦିନ'ରେ ଆଖି ବୁଜିଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସ୍ୱରୂପ ଦୁଇ ମିନିଟର ନିରବ ପ୍ରାର୍ଥନା କରିବା।ଏହାରକେ କଂଗ୍ରେସ ଏବଂ ବିରୋଧୀ ଇଣ୍ଡିଆ ମେଣ୍ଟର ସାଂସଦମାନେ ହୋହଲ୍ଲା କରିଥିଲେ। ବାଚସ୍ପତି ଗୃହରେ ବିଭାଜନକାରୀ ବିବୃତ୍ତି ଦେବା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି।

ପ୍ରକାଶ ଥାଉକି, ଜୁନ୍ ୨୫, ୧୯୭୫ରୁ ମାର୍ଚ୍ଚ ୧୯୭୭ ପ୍ରାୟ ଦୁଇ ବର୍ଷ ପର୍ଯ୍ୟନ୍ତ ଦେଶରେ ଜରୁରୀ ପରିସ୍ଥିତ ଲାଗୁ କରାଯାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଦ୍ୱାରା ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା। ସମ୍ବିଧାନର ଧାରା ୩୫୨ ଅନୁଯାୟୀ ତତ୍କାଳୀନ ରାଷ୍ଟ୍ରପତି ଫଖରୁଦ୍ଦିନ ଅଲି ଅହମ୍ମଦ ଏମର୍ଜେନ୍ସି ଲାଗୁ କରାଇଥିଲେ। 

Emergency Alert Lok Sabha Session Lok Sabha Speaker Om Birla
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe