Advertisment

ଓମ୍‌ ବିର୍ଲା ପୁଣି ବାଚସ୍ପତି!

ଏନଡିଏ ପକ୍ଷରୁ ଓମ୍ ବିର୍ଲାଙ୍କ ନାଁ ଏକରକମ ଚୂଡ଼ାନ୍ତ ହୋଇସାରିଛି।

ଅଦ୍ୟତନ ହୋଇଛି
Om Birla

Om Birla

Advertisment

କିଏ ହେବ ବାଚସ୍ପତି? ତାକୁ ନେଇ ଚାଲିଛି ଅଙ୍କକଷା। ଏହାରି ଭିତରେ ଓମ୍‌ ବିର୍ଲା ପୁଣି ଥରେ ବାଚସ୍ପତି ହୋପାରନ୍ତି। ଲୋକସଭା ବାଚସ୍ପତି ପଦକୁ ନେଇ ଚାଲିଥିବା ସସପେନସ ଏଭଳି କିଛି ଚର୍ଚ୍ଚା ଜୋର୍‌ ଧରିଛି। ଏନଡିଏ ପକ୍ଷରୁ ଓମ୍ ବିର୍ଲାଙ୍କ ନାଁ ଏକରକମ ଚୂଡ଼ାନ୍ତ ହୋଇସାରିଛି।

Advertisment

ଏପରିକି ସର୍ବସମ୍ମତିକ୍ରମେ ଓମ୍ ବିର୍ଲାଙ୍କୁ ବାଚସ୍ପତି ବନାଇବା ନେଇ ବିରୋଧୀ ଦଳଙ୍କ ସହ ଆଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ।

ଯଦି, ଓମ୍ ବିର୍ଲାଙ୍କୁ ବାଚସ୍ପତି ଭାବେ ସମର୍ଥନ କରିବେ ବିରୋଧୀ ଦଳ ତା'ହେଲେ ଉପବାଚସ୍ପତି ପଦବୀ ବିରୋଧୀ କ୍ୟାମ୍ପକୁ ଯାଇପାରେ। ଏଭଳି ସ୍ଥଳେ କେରଳର ବରିଷ୍ଠ କଂଗ୍ରେସ ସାଂସଦ କେ ସୁରେଶଙ୍କୁ ଉପବାଚସ୍ପତି ଭାବେ ଓହ୍ଲାଇପାରନ୍ତି ବିରୋଧୀ ଇଣ୍ଡି ମେଣ୍ଟ। ସେପଟେ ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ଓମ୍ ବିର୍ଲା। ତେବେ ଏଯାଏଁ କିଏ ହେବ ବାଚସ୍ପତି ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। 

Advertisment

ଆଜି ଲୋକସଭା ଅଧିବେଶନର ଦ୍ୱିତୀୟ ଦିନ। ଆଜି ଅବଶିଷ୍ଟ ସାଂସଦମାନେ ଶପଥ ଗ୍ରହଣ କରିବେ। ବୁଧବାର ନୂଆ ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବାଚସ୍ପତି ରେସ୍‌ରେ ଓମ୍‌ ବିର୍ଲା, ଭର୍ତ୍ତୁହରି ମହାତାବ, ରାଧାମୋହନ ସିଂହ, ଡି.ପୁରନ୍ଦେଶ୍ୱରୀ ଅଛନ୍ତି। ତେବେ ଏହି ରେସ୍‌ରେ ସମସ୍ତଙ୍କଠୁ
ଆଗରେ ଓମ୍‌ ବିର୍ଲାଙ୍କ ନାଁ ରହିଥିବା କୁହାଯାଉଛି।

Lok Sabha Speaker Om Birla
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe