/odisha-reporter/media/media_files/2026/02/15/birla-2026-02-15-17-28-32.jpg)
ଓମ ବିର୍ଲା
ବାଂଲାଦେଶର ପ୍ରଧାନମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବରେ ସାମିଲ ହେବେ ଲୋକସଭା ବାଚସ୍ପତି ଓମ ବିର୍ଲା। ମଙ୍ଗଳବାର ବିଏନପି ମୁଖ୍ୟ ତାରିକ ରହମନ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ସମାରୋହରେ ଭାରତର ପ୍ରତିନିଧି ଭାବେ ଓମ ବିଲା ଢାକାରେ ଉପସ୍ଥିତ ରହିବ।
ତାରିକ ରହମନଙ୍କ ଐତିହାସିକ ବିଜୟ(Bangladesh Election) ପରେ ବିଏନପି ଦୀର୍ଘ ୨୦ ବର୍ଷ ପରେ ବାଂଲାଦେଶରେ ସରକାର ଗଠନ କରିବାକୁ ଯାଉଛି। ୧୭ ତାରିଖରେ ତାରିକ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ପାଠ ଉତ୍ସବରେ ସାମିଲ ହେବାକୁ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶର ଅନ୍ତରୀଣ ସରକାର ଭାରତ, ଚାଇନା, ସାଉଦି ଆରବ, ପାକିସ୍ତାନ, ତୁର୍କୀ, ୟୁଏଇ, କତର, ମାଲେସିୟା, ବୁର୍ନେଇ, ଶ୍ରୀଲଙ୍କା, ମାଳଦ୍ୱୀପ ଓ ଭୁଟାନ ଭଳି ୧୩ ଦେଶର ମୁଖ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି।
ବାଂଲାଦେଶର ଅନ୍ତରୀଣ ସରକାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ ହେଁ ସେ ବ୍ୟସ୍ତ କାରଣରରୁ ୧୭ ତାରିଖରେ ଢାକା ଯାଇ ପାରିବେ ନାହିଁ। ମୁମ୍ବାଇରେ ସେହି ଦିନ ମୋଦିଙ୍କ କାର୍ଯ୍ୟକ୍ରମ ରହିଛି। ତେଣୁ ଓମ ବିର୍ଲା ତାଙ୍କ ବଦଳରେ ବାଂଲାଦେଶ ଗସ୍ତ କରିବେ।
ଓମ ବିର୍ଲାଙ୍କ ଯୋଗଦାନ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ “ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ବାଚସ୍ପତିଙ୍କ ଯୋଗଦାନ ଭାରତ ଓ ବାଂଲାଦେଶର ଲୋକଙ୍କ ମଧ୍ୟରେ ଥିବା ଗଭୀର ଓ ଅତୁଟ ମିତ୍ରତାର ସଙ୍କେତ। ଏହା ବ୍ୟତୀତ ଆମର ଦୁଇ ଦେଶକୁ ଯୋଡ଼ିଥିବା ଗଣତାନ୍ତ୍ରିକ ମୂଲ୍ୟ ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧାତାକୁ ମଧ୍ୟ ଏହା ଦର୍ଶାଉଛି।”
ଆସନ୍ତା ୧୭ ତାରିଖରେ ତାରିକ ରହମନଙ୍କୁ ବାଂଲାଦେଶର ମୁଖ୍ୟ ନିର୍ବାଚନ କମିଶନର ଏଏମଏମ ନସିର ଉଦ୍ଦିନ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।
ପ୍ରଧାନମନ୍ତ୍ରୀ ଓ ତାଙ୍କକ କ୍ୟାବିନେଟର ଅନ୍ୟ ସଦସ୍ୟମାନେ ସାଧାରଣତଃ ବାଂଲାଦେଶର ରାଷ୍ଟ୍ରପତି ଭବନ ବଙ୍ଗଭବନର ଦରବାର ହଲରେ ଶପଥ ଗ୍ରହଣ କରନ୍ତି। କିନ୍ତୁ ଏଥର ଶପଥ ପାଠ ଉତ୍ସବ ଜାତୀୟ ସଂସଦ ଭବନର ସାଉଥ ପ୍ଲାଜାରେ ହେବ।
ବାଂଲାଦେଶ ସରକାରର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ଯେ ଏଥର ଅଧିକ ସଂଖ୍ୟକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ତେଣୁ ଦରବାର ହଲରେ ଏତେ ସଂଖ୍ୟକ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା ନାହିଁ। ତେଣୁ ଶପଥ ପାଠ ଉତ୍ସବ ଜାତୀୟ ସଂସଦ ଭବନର ସାଉଥ ପ୍ଲାଜାରେ ଆୟୋଜନ କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
