Advertisment

Murder: ଶ୍ୱଶୁରଙ୍କ ହତ୍ୟା ପଛରେ ବୋହୂ, ତଣ୍ଟି କଟାର ଭିଡିଓ ରେକର୍ଡ କଲା ପ୍ରେମିକ

ଶ୍ୱଶୁରଙ୍କୁ ପ୍ରଲୋଭିତ କରି ବାହାରକୁ ଡାକିବା ସହ ତାଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। ତଣ୍ଟି କଟାର ଭିଡିଓକୁ ମଧ୍ୟ ବୋହୂର ପ୍ରେମିକ ନିଜ ମୋବାଇଲରେ ପୂରା ଘଟଣାକୁ କଏଦ କରିଛି।

Murder

ଗିରଫ ୪ ଅଭିଯୁକ୍ତ

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ଭୟଙ୍କର ହତ୍ୟାକାଣ୍ଡ। ନିଜର ଶ୍ୱଶୁରଙ୍କୁ ପ୍ରେମିକ ସହ ମିଶି ହତ୍ୟା(Murder) କରିଛି ବୋହୂ। ଶ୍ୱଶୁରଙ୍କୁ ପ୍ରଲୋଭିତ କରି ବାହାରକୁ ଡାକିବା ସହ ତାଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। ତଣ୍ଟି କଟାର ଭିଡିଓକୁ ମଧ୍ୟ ବୋହୂର ପ୍ରେମିକ ନିଜ ମୋବାଇଲରେ ପୂରା ଘଟଣାକୁ କଏଦ କରିଛି। ଉତ୍ତର ପ୍ରଦେଶର ମାଉ ଜିଲ୍ଲାରୁ ଏପରି ଘଟଣା ସାମ୍ନାକୁ ଆସିଛି। 

Advertisment

ଫେବୃଆରୀ ୧ ତାରିଖ ରାତିରେ ସରାଇ ଲଖାନସି ଅଞ୍ଚଳରେ ଘଟିଥିବା ସୁବାଚ୍ଛନ ରାଜଭରଙ୍କ ଲୋମହର୍ଷଣକାରୀ ଘଟଣାର ତଦନ୍ତ କରି ପୁଲିସ୍‌ ଏହା ଉପରକୁ ଏବେ ପରାଦା ହଟାଇଛି। ରାଜଭରଙ୍କ ହତ୍ୟା ଘଟଣାରେ ସାମିଲ ଥିବା ତାଙ୍କ ବୋହୂ ପିଙ୍କି ରାଜଭର, ତା’ ପ୍ରେମିକ ରାମମିଲନ ରାଜଭର, ଦୁଇ ସହଯୋଗୀ ସୁଧୀର ଓ ରୋହିତଙ୍କୁ ପୁଲିସ୍‌ ଗିରଫ କରିଛି। ସେହିପରି ହତ୍ୟାରେ ବ୍ୟବହୃତ ହୋଇଥିବା ଛୁରୀକୁ ମଧ୍ୟ ପୁଲିସ୍‌ ଜବତ କରିଛି। 

ପୁଲିସ କହିଛି ଯେ ସୁବାଚ୍ଛନ ରାଜଭରଙ୍କ ମୃତଦେହ ଫେବୃଆରୀ ୨ ତାରିଖ ସକାଳୁ ଗାଁର ଗୋଟିଏ ଆମ୍ବ ବଗିଚାରରୁ ମିଳିଥିଲା। ମୃତଦେହର ଗଳା କଟା ଯାଇଥିଲା। ପରିବାର ଲୋକେ ପୁଲିସକୁ ଖବର ଦେବା ପରେ ଏକ ମାମଲା ରୁଜୁ ହୋଇଥିଲା ଓ ହତ୍ୟାର ତଦନ୍ତ ପାଇଁ ଏକାଧିକ ଟିମ୍ ଗଠନ କରାଯାଇଥିଲା।

Advertisment

ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଥିଲା ଯେ ରାଜଭରଙ୍କ ବୋହୂ ପିଙ୍କି ଓ ତା’ ପ୍ରେମିକ ରାମମିଲନ ଘଟଣା ଦିନ ପରସ୍ପରର ଯୋଗାଯୋଗରେ ରହିଥିଲେ। ପିଙ୍କର ସ୍ୱାମୀ ଚନ୍ଦନ ଦୁବାଇରେ କାମ କରନ୍ତି ଓ ପ୍ରାୟ ଦୁଇ ବର୍ଷ ହେଲା ସେ ଘରକୁ ଫେରି ନାହାନ୍ତି। ଗାଁରେ ପିଙ୍କି ନିଜର ୩ ପିଲା ଓ ଶ୍ୱଶୁରଙ୍କ ସହୁଥିଲା।

ସ୍ୱାମୀଙ୍କ ଅନୁପସ୍ଥିତିରେ ପିଙ୍କି ଓ ରାମମିଲନଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା। କିନ୍ତୁ ଶ୍ୱଶୁର ସୁବାଚ୍ଛନ ଏହି ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ପିଙ୍କିକୁ ବାରମ୍ବାର ବୁଝାଇଥିଲେ। ତାଙ୍କୁ ଏପରି ପ୍ରେମ ସମ୍ପର୍କରୁ ଦୂରେଇ ରହିବାକୁ ସୁବାଚ୍ଛନ ପରାମର୍ଶ ଦେଇଥିଲେ। ତଥାପି ତାଙ୍କର କୌଣସି କଥା ନ ଶୁଣିବାରୁ ପରିବାର ମଧ୍ୟରେ ଅଶାନ୍ତି ଦେଖିବାକୁ ମିଳିଥିଲା। 

ମାଉର ଅତିରିକ୍ତ ଏସପି ଅନୂପ କୁମାର କହିଛନ୍ତି, "ପ୍ରଶ୍ନବାଚୀ, ସନ୍ଦେହ ଓ ସୂଚନାଦାତାଙ୍କ ତଥ୍ୟ ଆଧାରରେ ଆମେ ପ୍ରମାଣ କରିଛୁ ଯେ ଏହି ହତ୍ୟା ପିଙ୍କି ରାଜଭର ଓ ତାଙ୍କ ପ୍ରେମିକଙ୍କ ଦ୍ୱାରା ଯୋଜନାବଦ୍ଧ ଭାବେ କରାଯାଇଥିଲା।” 

ପୁଲିସ୍‌ର କହିବା କଥା ଯେ ଶ୍ୱଶୁର ଖରାପ ବ୍ୟବହାର କରୁଥିବା ପିଙ୍କି ଏକଦା ତା’ ପ୍ରେମିକ ରାମମିଲନକୁ କହିଥିଲା। ଏଥିସହ ସେ ଶ୍ୱଶୁରଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ପ୍ରେମିକକୁ ଉସକାଇଥିଲେ। ରାମମିଲନ ମଧ୍ୟ ଏଥିରେ ରାଜି ହୋଇ ଯାଇଥିଲା ଓ ସୁବାଚ୍ଛନଙ୍କୁ ମାରିବାକୁ ଯୋଜନା କରିଥିଲା। ଯୋଜନା ଅନୁସାରେ ରାମମିଲନ, ସହଯୋଗୀ ସୁଧୀର ଓ ରୋହିତ ଘଟଣା ଦିନ ସୁବାଚ୍ଛନଙ୍କୁ ମଦ ପିଇବା ନାଁରେ ଗାଁର ଗୋଟିଏ ଟ୍ୟୁବଲ ନିକଟକୁ ଡାକିଥିଲେ। 

ସୁବାଚ୍ଛନ ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ତାଙ୍କ ପାଟିକୁ ଚାପି ଧରି ତଣ୍ଟି କାଟି ଦେଇଥିଲେ। ଏହାକୁ ରାମମିଲନ ନିଜ ମୋବାଇଲରେ ରେକର୍ଡ କରି ପିଙ୍କ ପାଖକୁ ପଠାଇଥିଲା।

ପୁଲିସ୍‌ ଏହି ଭିଡିଓ ଓ ମୋବାଇଲ ଫୋନକୁ ଜବତ କରିଛି। ହତ୍ୟାରେ ବ୍ୟବହୃତ ଛୁରୀ ବ୍ୟତୀତ ଅଭି ଯୁକ୍ତମାନେ ଘଟଣା ଦିନ ବ୍ୟବହାର କରିଥିବା ବାଇକକୁ ମଧ୍ୟ ପୁଲିସ୍‌ ଜବତ କରିବାରେ ସକ୍ଷମ ହୋଇଛି। 

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe