Advertisment

ଓମାର ଅବଦୁଲ୍ଲାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ: ପତ୍ନୀଙ୍କୁ ମାସିକ ୧.୫ ଲକ୍ଷ ଓ ପୁଅକୁ ୬୦ ହଜାର ଦିଅ

୨୦୧୮ ଏପ୍ରିଲ ୨୬ରେ ଟ୍ରାଏଲ କୋର୍ଟ ଅଳ୍ପ ପରିମାଣର ଆର୍ଥିକ ସହାୟତାର ବ୍ୟବସ୍ଥା କରିଥିଲେ।

Omar

Omar

Advertisment

ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏଣିକି ତାଙ୍କ ପାଖରେ ରହୁ ନଥିବା ପତ୍ନୀ ପାୟଲ ଅବଦୁଲ୍ଲାଙ୍କୁ ମାସିକ ୧.୫ ଲକ୍ଷ ଟଙ୍କା ଦେବେ। ପାୟଲଙ୍କୁ ରକ୍ଷାଣବେକ୍ଷଣ ବାଦରେ ଏହି ଟଙ୍କା ଦେବାକୁ ଆଜି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଜଷ୍ଟିସ ସୁବ୍ରମୋନିୟନ ପ୍ରସାଦ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପୁଅର ପାଠପଢ଼ା ପାଇଁ ମଧ୍ୟ ଓମାର ଅବଦୁଲ୍ଲା ମାସିକ ୬୦ ହଜାର ଟଙ୍କା ଦେବେ। ଏହାର ଅର୍ଥ ସେ ମାସିକ ୨ ଲକ୍ଷ ୧୦ ହଜାର ଟଙ୍କା ପାଖରେ ପତ୍ନୀଙ୍କୁ ଦେବେ ବୋଲି ଜଷ୍ଟିସ ପ୍ରସାଦ ନିର୍ଦ୍ଦେଶରେ ସ୍ପଟ କରିଛନ୍ତି।

ଓମାର ଅବଦୁଲ୍ଲା ପତ୍ନୀ ପାୟଲଙ୍କ ସହ ରହୁ ନାହାନ୍ତି। ଏଥିପାଇଁ ପାୟଲ ରକ୍ଷାଣବେକ୍ଷଣ ଖର୍ଚ୍ଚ ଦାବି କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ୨୦୧୮ ଏପ୍ରିଲ ୨୬ରେ ଟ୍ରାଏଲ କୋର୍ଟ ଅଳ୍ପ ପରିମାଣର ଆର୍ଥିକ ସହାୟତାର ବ୍ୟବସ୍ଥା କରିଥିଲେ। ଏହା ବିରୋଧରେ ପାୟଲ ୨୦୧୮ ଜୁଲାଇରେ ଉପର କୋର୍ଟରେ ଆବେଦନ କରିଥିଲେ।

Advertisment

ଟ୍ରାଏଲ କୋର୍ଟ ପାୟଲଙ୍କ ଆବେଦନର ଶୁଣାଣି କରି ରକ୍ଷାଣବେକ୍ଷଣ ପାଇଁ ମାସିକ ୭୫ ହଜାର ଓ ପୁଅକୁ ୧୮ ବର୍ଷ ହେବା ଯାଏ ମାସିକ ୨୫ ହଜାର ଲେଖାଏ ଟଙ୍କା ଦେବାକୁ ଓମାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ଏହା ସ୍ୱଳ୍ପ ପରିମାଣର ହୋଇଥିବାରୁ ପାୟଲ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ସେ କହିଥିଲେ ଯେ ସେମାନଙ୍କ ପୁଅ ଜାହିର ଓ ଜମିର ବର୍ତ୍ତମାନ ଯେଉଁ ବୟସରେ ଅଛନ୍ତି, ସେମାନେ ନିଜର ଖର୍ଚ୍ଚ ବହନ କରିପାରିବେ ନାହିଁ। ସେମାନେ ଶିକ୍ଷା ଓ ଦୈନିନ୍ଦିନ ଖର୍ଚ୍ଚ ପାଇଁ ବାପା ମା’ଙ୍କ ଉପରେ ନିର୍ଭ କରନ୍ତି।

ପୂରା ପରିବାର ଯତ୍ନ ନେବା ଏତିକି ଟଙ୍କାରେ ଅସମ୍ଭବ। ତେଣୁ ମେଣ୍ଟେନାନ୍ସ ରାଶିକୁ ବୃଦ୍ଧି କରାଯିବା ଦରକାର। ଏବେ ହାଇକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ରକ୍ଷାଣବେକ୍ଷଣ ରାଶିକୁ ବୃଦ୍ଧି କରିଛନ୍ତି।

୧୯୯୪ରେ ପାୟଲ ଓ ଓମାରଙ୍କ ମଧ୍ୟରେ ବିବାହ ହୋଇଥିଲା। ତେବେ ବାହାଘରର ଦୀର୍ଘ ବର୍ଷ ପରେ ହଠାତ୍‌ ସ୍ୱାମୀ-ସ୍ତ୍ରୀ ଅଲଗା ଅଲଗା ରହିବା ଆରମ୍ଭ କରିଥିଲେ। ଏପରି କି ଓମାର ୨୦୧୬ରେ ପାୟଲଙ୍କୁ ଠାରୁ ଛାଡ଼ପତ୍ର ନେବାକୁ ଆବେଦନ କରିଥିଲେ। କିନ୍ତୁ ଏଯାଏ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇନାହିଁ।

Omar Abdullah Delhi High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe