Advertisment

ଆଶ୍ୱସ୍ତି ଅପେକ୍ଷା ଦୁଃଖ ଦେଲା ମୌସୁମୀ, ଗଲାଣି ୮ ଜଣଙ୍କ ଜୀବନ

ଲଗାଣ ବର୍ଷା, ଅଚାନକ ବନ୍ୟା ଓ ଭୂସ୍ଖଳନ ଆଦି ସାଧାରଣ ଜୀବନକୁ ହସ୍ତବ୍ୟସ୍ତ କରି ପକାଇଛି। ମୌସୁମୀ ପ୍ରବେଶ ପରେ ସୃଷ୍ଟି ହୋଇଥିବା ସ୍ଥିତି ଯୋଗୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଛି।

Rain

Rain

Advertisment

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଉତ୍ତର ଭାରତର ଅଧିକାଂଶ ସ୍ଥାନ ଆଉଟ ପାଉଟ ହେଉଥିବା ବେଳେ ସମସ୍ତେ ମୌସୁମୀ ବାୟୁକୁ ଅପେକ୍ଷା କରିଥିଲେ। ବିଳମ୍ବରେ ହେଉ ପଛେ ମୌସୁମୀ ଉତ୍ତର ଭାରତରେ ପ୍ରବେଶ କରିଛି। ହେଲେ ମୌସୁମୀ ଆଶ୍ୱସ୍ତି ବଦଳରେ ଲୋକଙ୍କ ସମସ୍ୟାକୁ ବଢ଼ାଇ ଦେଇଛି।

Advertisment

ଲଗାଣ ବର୍ଷା, ଅଚାନକ ବନ୍ୟା ଓ ଭୂସ୍ଖଳନ ଆଦି ସାଧାରଣ ଜୀବନକୁ ହସ୍ତବ୍ୟସ୍ତ କରି ପକାଇଛି। ମୌସୁମୀ ପ୍ରବେଶ ପରେ ସୃଷ୍ଟି ହୋଇଥିବା ସ୍ଥିତି ଯୋଗୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଛି।

ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମ ଉତ୍ତର ପ୍ରଦେଶ ମୌସୁମୀ ଯୋଗୁ ହେଉଥିବା ଲଗାଣ ବର୍ଷାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ପୂର୍ବ ପ୍ରାନ୍ତରେ ଥିବା ଆସାମରେ ମଧ୍ୟ ଭୟଙ୍କର ବନ୍ୟା ଦେଖାଯାଇଛି। ଦିଲ୍ଲୀ ଓ ଏହାର ଉପକଣ୍ଠବର୍ତ୍ତୀ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ରାଜରାସ୍ତାରେ କୃତ୍ରିମ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ମୁମ୍ବାଇରେ ଲଗାଣ ବର୍ଷା ଯୋଗୁ ଗୋଟିଏ ଘର ଭୁଶୁଡ଼ି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି।

Advertisment

ତେବେ ପୂର୍ବ ଓ ପଶ୍ଚିମ ପ୍ରାନ୍ତ ଅପେକ୍ଷା ଉତ୍ତର ଭାରତରେ ସ୍ଥିତି ଅଧିକ ଗମ୍ଭୀର ରହିଛି। ହିମାଚଳ ପ୍ରଦେଶରେ ଅବିଶ୍ରାନ୍ତ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ଅଚାନକ ବନ୍ୟାରେ ୧୨ରୁ ଅଧିକ ଗାଡ଼ି ଭାସି ଯାଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଚାମେରା ଡ୍ୟାମରେ ଭାରସାମ୍ୟ ହରାଇ ଗୋଟିଏ କାର ଖସି ପଡ଼ିବାରୁ ୨ ଜଣ ଓ ଶିମଲାରେ ଜଣଙ୍କ ମୃତ୍ୟୁ ଘଟିଛି।

ବର୍ଷା ପାଣି ଜମି ରହିବାରୁ ରାଜ୍ୟର ୧୦୦ରୁ ଅଧିକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସ୍ଥିତିକୁ ଦୃଷ୍ଟିରେ ରଖି କୁଲ୍ଲୁ ପ୍ରଶାସନ ବିଭିନ୍ନ ନଦୀରେ କରାଯାଉଥିବା ନୌଚାଳନା ଉପରେ ରୋକ ଲଗାଇଛି। ଅଚାନକ ବନ୍ୟା ଯୋଗୁ ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ବିଜୁଳି ଓ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଆସନ୍ତା ୨୪ ଘଣ୍ଟା ଯାଏ ପ୍ରବଳ ବର୍ଷାର ଆଶଙ୍କା ଥିବା ଭାରତୀୟ ପାଣିପାଗ ବିଭାଗ କହିଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।

ଉତ୍ତରାଖଣ୍ଡରେ ବିଜୁଳି ମାରିବାରୁ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୩ ଜଣ ଆହତ ହୋଇଛି। ଗୌରୀକୁଣ୍ଡ ଓ ସୋନପ୍ରୟାଗ ମଧ୍ୟରେ ସେବା ଯୋଗାଉଥିବା ଗୋଟିଏ ଟ୍ୟାକ୍ସିର ଡ୍ରାଇଭର ମଧ୍ୟ ପ୍ରାଣ ହରାଇଛନ୍ତି। ଘଡ଼ଘଡ଼ି ବାଗେଶ୍ୱର ଅଞ୍ଚଳରେ ପ୍ରାୟ ୪୦୦ ଛେଳିଙ୍କ ଜୀବନ ନେଇଛି।

ଭୂସ୍ଖଳନ ଯୋଗୁ ଗରୱାଲ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଜାତୀୟ ରାଜପଥରେ ଯାତାୟାତ ଏକପ୍ରକାରର ବନ୍ଦ ହୋଇଯାଇଛି। ଡେରାଡୁନରେ ପ୍ରବଳ ବର୍ଷା ଯୋଗୁ ଦୁଇଟି ବିମାନକୁ ଏୟାରପୋର୍ଟରୁ ଡାଇର୍ଭଟ କରାଯାଇଛି।

ପଶ୍ଚିମ ଉତ୍ତର ପ୍ରଦେଶର ମୁଜାଫରନଗରରେ ମଧ୍ୟ ୨ ଜଣ କିଶୋରଙ୍କ ମୃତ୍ୟୁ ଘଟିଛି। ଏହି ଦୁଇ ଜଣ ନାସିପୁର ଗାଁରେ ଥିବା ସେମାନଙ୍କ କୁଡ଼ିଆରେ ଶୋଇଥିବା ବେଳେ ଲଗାଣ ବର୍ଷା ଯୋଗୁ ଏହା ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହା ତଳେ ଚାପି ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।

Heavy Rain Monsoon Monsoon Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe