/odisha-reporter/media/post_attachments/uploadimage/library/16_9/16_9_0/IMAGE_1674733015.jpg)
Narendra Modi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପର୍ଯ୍ୟବଶିତ ବିବିସି ପକ୍ଷରୁ ପ୍ରସ୍ତୁତ ବିବାଦୀୟ ଫିଲ୍ମର ପ୍ରସାରଣ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୟୁଟ୍ୟୁରେ ରୋକ ଲଗାଯାଇଥିଲା। ଏହାର ପ୍ରତିବାଦରେ ସୁପ୍ରିମ କୋର୍ଟରେ ଚାଲେଞ୍ଜ ହୋଥିଲା। ଏହି ମାମଲାର ଶୁଣାଣି ପାଇଁ କୋର୍ଟ ସମ୍ମତି ପ୍ରକାଶ କରିଛନ୍ତି। ବିବିସି ଦ୍ୱାରା ପ୍ରସ୍ତୁତ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରରେ ୨୦୦୨ ଦଙ୍ଗାରେ ଗୁଜରାଟର ତତ୍କାଳୀ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାକୁ ନେଇ ନକରାତ୍ମାକ ଭାବେ ଦର୍ଶାଯାଇଛି। ୟୁଟ୍ୟୁବରେ ଏହି ଫିଲ୍ମର ପ୍ରସାରଣ ନେଇ କେନ୍ଦ୍ର ସରକାର ନିଷିଦ୍ଧ କରିଥିବା ବେଳେ ଏହାକୁ ନେଇ ବିବାଦ ଥମିବାର ନାଁ ଧରୁନି। ତେବେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିବା ବେଳେ ପ୍ରଧାନ ବିଚାରପିତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ୩ ଜଣିଆ ବେଞ୍ଚ ଜଷ୍ଟିସ୍ ପିଏସ ନରସିଂହ ଏବହ ଜେବି ପର୍ଦ୍ଦିୱାଲ ମାମଲାର ଶୁଣାଣି କରିବେ। ଫିଲ୍ମକୁନେଇ ଜନସ୍ୱାର୍ଥ ମାମାଲା ରୁଜୁ ହୋଇଥିବା ବେଳେ ଅନ୍ୟ ଆମେଦନକାରୀଙ୍କ ମଧ୍ୟରେ ବରିଷ୍ଟ ସାମ୍ବେଦିକ ଏନ ରାମ, ସାମାଜିକ କର୍ମୀ ତଥା ଆଡଭୋକେଟ ପ୍ରଶାନ୍ତ ଭୂଷଣ ଏବଂ ଟିଏମସି ଏମପି ମହୁଆ ମୋଇତ୍ରା ଆଦି ଅଛନ୍ତି।ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ସିରିଜ୍ ପ୍ରସ୍ତୁତ କରି ହଇଚଇ ସୃଷ୍ଟି କରିଥିବା ବିବିସି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ବିବିସିକୁ ଭାରତରେ ତୁରନ୍ତ ନିଷିଦ୍ଧ କରିବା ପାଇଁ ହିନ୍ଦୁ ସେନା ପକ୍ଷରୁ ଦାବି କରାଯିବା ସହ ବିବିସିର ନୂଆଦିଲ୍ଲୀ କାର୍ଯ୍ୟାଳୟ ବାହାରେ ବୋର୍ଡ, ପୋଷ୍ଟର ଲଗାଯାଇଛି।
ଦେଶର ଏକତା ଓ ଅଖଣ୍ଡତା ପାଇଁ ବିବିସି ବିପଦ ଏବଂ ସାଂପ୍ରଦାୟିକ ସଦ୍ଭାବକୁ ଏହି ସଂସ୍ଥା ନଷ୍ଟ କରୁଛି ବୋଲି ହିନ୍ଦୁ ସେନାର ପୋଷ୍ଟରରେ କୁହାଯାଇଛି। ଏହା ସହିତ ‘ବିବିସି ଭାରତ ଛାଡ଼’ ବୋର୍ଡ ମଧ୍ୟ ଲଗାଯାଇଛି।୨୦୦୨ଗୁଜରାଟଦଙ୍ଗାକୁନେଇବିକୃତଉପସ୍ଥାପନାମାଧ୍ୟମରେଲୋକଙ୍କମଧ୍ୟରେବିବିସିତିକ୍ତତାଭରିଦେବାପାଇଁଚାହିଛିଏବଂପ୍ରଧାନମନ୍ତ୍ରୀଙ୍କୁବଦନାମକରିବାପାଇଁଅନ୍ତର୍ଜାତୀୟସ୍ତରରେଷଡ଼ଯନ୍ତ୍ରହୋଇଛିବୋଲିହିନ୍ଦୁସେନାପକ୍ଷରୁକୁହାଯାଇଛି।ସୂଚନାଯୋଗ୍ୟ, ବିବିସିରବିବାଦୀୟସିରିଜ୍କୁସୋସିଆଲମିଡିଆମଞ୍ଚରେବ୍ଲକ୍ କରିବାପାଇଁସରକାରପଦକ୍ଷେପନେଇଛନ୍ତି।
ତେବେବାମପନ୍ଥୀଏବଂକଂଗ୍ରେସସମର୍ଥିତଛାତ୍ରସଂଗଠନଗୁଡ଼ିକପକ୍ଷରୁବିଭିନ୍ନବିଶ୍ୱବିଦ୍ୟାଳୟରେଏହିସିରିଜ୍ରସ୍କ୍ରିନିଂକରାଯାଉଥିବାରୁଏହାକୁନେଇତୀବ୍ରଉତ୍ତେଜନାଲାଗିରହିଛି।୧୯୭୫ରେଜରୁରୀପରିସ୍ଥିତିସମୟରେଇନ୍ଦିରାଗାନ୍ଧିବିବିସିକୁନିଷିଦ୍ଧକରିଥିଲେଏବଂପରେଏହାଉପରୁକଟକଣାହଟିଥିଲା।ବର୍ତ୍ତମାନରସ୍ଥିତିରେମଧ୍ୟବିବିସିବିରୋଧରେଅତିକଠୋରପଦକ୍ଷେପଗ୍ରହଣକରାଯାଉବୋଲିଗୁପ୍ତାଦାବିକରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
