Advertisment

ଅସୁରକ୍ଷିତ ଦିଲ୍ଲୀ, ଚୋର ସନ୍ଦେହରେ ପିଟିପିଟି ମାରିଦେଲେ

ଗତକାଲି ସକାଳେ ଇସ୍ରାର୍ ଅହମ୍ମଦଙ୍କୁ ନନ୍ଦ ନଗରୀ ଅଞ୍ଚଳରେ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ହତ୍ୟା ବେଳର ଲାଇଭ୍ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ଅଦ୍ୟତନ ହୋଇଛି
Beaten To Death In Delhi On Theft Suspicion

Beaten To Death In Delhi On Theft Suspicion

Advertisment

ରାଜଧାନୀ ଦିଲ୍ଲୀରୁ ଆସିଛି ଗୋଟିଏ ଦୁଃଖଦ ଖବର। ଚୋର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଲେ ଅଜଣା ଦୁବୁର୍ତ୍ତ। ଗତକାଲି ଉତ୍ତର-ପୂର୍ବ ଦିଲ୍ଲୀରେ ଚୋର ସନ୍ଦେହ କରି ଜଣେ ବ୍ୟକ୍ତିଙ୍କୁ କିଛି ଯୁବକ ଅତ୍ୟନ୍ତ ନିର୍ମମ ଭାବେ ଏକ ଖୁଣ୍ଟରେ ବାନ୍ଧି ପିଟିପିଟି ହତ୍ୟା କରିଛନ୍ତି।

Advertisment

ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ୨୬ ବର୍ଷୀୟ ଇସ୍ରାର୍ ଅହମ୍ମଦ। ହତ୍ୟା ବେଳର ଲାଇଭ୍ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ସେହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଅହମ୍ମଦଙ୍କୁ ଏକ ଖୁଣ୍ଟରେ ବାନ୍ଧି ରଖାଯାଉଛି ଏବଂ ତାଙ୍କୁ କିଛି ବ୍ୟକ୍ତି ବାଡ଼ିରେ ମାଡ଼ ମାରୁଛନ୍ତି।  

ପୁଲିସ କହିଛି, ମଙ୍ଗଳବାର ସକାଳେ ଇସ୍ରାର୍ ଅହମ୍ମଦଙ୍କୁ ଦିଲ୍ଲୀର ନନ୍ଦ ନଗରୀ ଅଞ୍ଚଳରେ କିଛି ଦୁବୁର୍ତ୍ତ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା।  

Advertisment

ତେବେ ଏହି ଘଟଣା ପରେ ଅହମ୍ମଦଙ୍କ ବାପା ଅବଦୁଲ ଓ୍ୱାଜିଦ ପୁଲିସକୁ କହିଛନ୍ତି ଯେ ତାଙ୍କ ପଡ଼ୋଶୀଙ୍କ ଠାରୁ ଘଟଣା ସମ୍ପର୍କରେ ପ୍ରଥମେ ଜାଣିବାକୁ ପାଇଥିଲେ। ଇସ୍ରାର୍ ଅହମ୍ମଦ ଘରେ ପହଞ୍ଚିବା ପରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖି ତାଙ୍କୁ ଡାକ୍ତରଖାନା ନେବା ବାଟରେ ସେ ମୃତ୍ୟ ବରଣ କରିଥିଲେ।

ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଯେଉଁମାନେ ଅହମ୍ମଦଙ୍କୁ ହତ୍ୟା କରିଛନ୍ତି ସେମାନେ ଉଭୟ ସମ୍ପ୍ରଦାୟର ବୋଲି। ପୁଲିସ ଆହୁରି କହିଛନ୍ତି ଯେ କିଛି ହତ୍ୟାକାରୀଙ୍କୁ ଚିହ୍ନଟ କରାଯାଇଛି ଏବଂ ଅନ୍ୟମାନଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଚାଲିଛି। ଖୁବ୍ ଶୀଘ୍ର ହତ୍ୟାକାରୀଙ୍କୁ ଗିରଫ କରାଯିବ। 

Murder Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe