Advertisment

Truck Rams Parked Car: ହତ୍ୟା ନା ଦୁର୍ଘଟଣା? କ୍ୟାମେରାରେ କଏଦ ହେଲା ଡ୍ୟାନ୍ସରଙ୍କ ମୃତ୍ୟୁ

ସୁଧୀନ୍ଦ୍ର ନିଜର ନୂଆ କାରକୁ ଜାତୀୟ ରାଜପଥ କଡ଼ରେ ରଖି ଏହାକୁ ଯାଞ୍ଚ କରୁଥିବା ବେଳେ ପୂରା ଘଟଣା ଘଟିଛି। ତେବେ ଟ୍ରକଟି ଯେଉଁ ଭଳି ଭାବେ ସୁଧୀନ୍ଦ୍ରଙ୍କୁ ଆସି ଧକ୍କା ଦେଲା, ତା’କୁ ନେଇ ଉଠିଛି ପ୍ରଶ୍ନ।

car

ଘଟଣା ସ୍ଥଳର ଦୃଶ୍ୟ

Advertisment

କ୍ୟାମେରାରେ କଏଦ ହୋଇଛି ଜଣେ ୩୬ ବର୍ଷୀୟ ଡ୍ୟାନ୍ସରଙ୍କ ମୃତ୍ୟୁ। ଏକାଧିକ ଟିଭି ଶୋ’ ଓ କନ୍ନଡ ସିନେମାରେ ଡ୍ୟାନ୍ସ କରୁଥିବା ୩୬ ବର୍ଷୀୟ ସୁଧୀନ୍ଦ୍ରଙ୍କୁ ବିଚ୍ ରାସ୍ତାରେ ଗୋଟିଏ ଟ୍ରକ୍‌ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। 

Advertisment

ସୁଧୀନ୍ଦ୍ର ନିଜର ନୂଆ କାରକୁ ଜାତୀୟ ରାଜପଥ କଡ଼ରେ ରଖି ଏହାକୁ ଯାଞ୍ଚ କରୁଥିବା ବେଳେ ପୂରା ଘଟଣା ଘଟିଛି। ତେବେ ଟ୍ରକଟି ଯେଉଁ ଭଳି ଭାବେ ସୁଧୀନ୍ଦ୍ରଙ୍କୁ ଆସି ଧକ୍କା ଦେଲା, ତା’କୁ ନେଇ ଉଠିଛି ପ୍ରଶ୍ନ। ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ନା ଗୋଟିଏ ସାଧାରଣ ଦୁର୍ଘଟଣା ପୁଲିସ୍‌, ତା’ର ଯାଞ୍ଚ କରୁଛି। 

ନିକଟରେ ସୁଧୀନ୍ଦ୍ର ଗୋଟିଏ ନୂଆ ମାରୁତି ସୁଜକି ଇକୋ କିଣିଥିଲେ। ଏହି ନୂଆ ଗାଡ଼ିକୁ ସେ ତାଙ୍କ ଭାଇଙ୍କୁ ଦେଖାଇବା ପାଇଁ ମଙ୍ଗଳବାର ବାହାରି ଯାଇଥିଲେ। ସେ ବେଙ୍ଗାଲୁରୁ( Bengaluru)ରୁ ଗ୍ରାମୀଣ ବେଙ୍ଗାଲୁରୁରେ ଥିବା ତୟମାଗୋଣ୍ଡଲୁକୁ ଯାଉଥିଲେ। କିନ୍ତୁ ଅଧା ବାଟରେ କାରରେ କିଛି ତ୍ରୁଟି ଦେଖା ଯାଇଥିଲା। ଏଥିପାଇଁ ସେ ନେଲାମଙ୍ଗଲା ତାଲୁକା ନିକଟ ପେମାନାହାଲ୍ଲି ସ୍ଥିତ ଜାତୀୟ ରାଜପଥରେ ଏହାକୁ ଅଟାଇଥିଲେ। ଗାଡ଼ିକୁ ରାସ୍ତା କଡ଼ରେ ରଖି ସେ ଏହାକୁ ଯାଞ୍ଚ କରିଥିଲେ। 

Advertisment

ଭିଡିଓରେ ଦେଖିବାକୁ ମିଳୁଛି ଯେ ସୁଧୀନ୍ଦ୍ର ଜାତୀୟ ରାଜପଥ ସାଇଡରେ ଛିଡ଼ା ହୋଇଥିବା ବେଳେ କାରଟି ରହିଛି। ଅନେକ ଦୂରରୁ ଟ୍ରକ ସହ ଅନ୍ୟ ଗାଡ଼ି ସବୁ ଆସୁଛି। ରାସ୍ତା ପୂରା ଫାଙ୍କା ଥିବା ବେଳେ ଗାଡ଼ିଗୁଡ଼ିକ ସ୍ୱାଭାବିକ ଢଙ୍ଗରେ ସୁଧୀନ୍ଦ୍ରଙ୍କୁ ଅତିକ୍ରମ କରୁ ଥାଆନ୍ତି। ତେବେ ଜାତୀୟ ରାଜପଥର ମଝିରେ ଆସୁଥିବା ଟ୍ରକଟି ହଠାତ୍‌ ସୁଧୀନ୍ଦ୍ରଙ୍କ ଇକୋ(କାର)କୁ ଦେଖି ସେଇ ଆଡ଼କୁ ମୋଡ଼ି ହୋଇ ଥିଲା।

ସୁଧୀନ୍ଦ୍ରଙ୍କ ଆଡ଼କୁ ଯିବାର କୌଣସି କାରଣ ନଥିଲେ ହେଁ ଟ୍ରକଟି ଦିଗ ବଦଳାଇ ସେଇ ଆଡ଼େ ଯାଇଥିଲା। ଟ୍ରକଟି ତାଙ୍କ ଆଡ଼କୁ ଆସୁଥିବା ସୁଧୀନ୍ଦ୍ର ଜାଣିବାକୁ ପାଇଥିଲେ। ସେ ହଟିବା ବଦଳରେ କାର ସହ ଲାଖି ଛିଡ଼ା ହୋଇ ଯାଇଥିଲେ। ରାସ୍ତା ଫାଙ୍କା ଥିବାରୁ ଟ୍ରକଟି ସାଇଡ କରି ଚାଲି ଯିବ ବୋଲି ସେ ଭାବିଥିଲେ।

କିନ୍ତୁ ଦ୍ରୁତଗତିରେ ଟ୍ରକଟି ଆସି କାର ସହ ତାଙ୍କୁ ଧକ୍କା ଦେଇଥିଲା। କାର ଓ ଟ୍ରକ ମଧ୍ୟରେ ସୁଧୀନ୍ଦ୍ର ଚାପି ହୋଇ ଯାଇଥିଲା। ଘଟଣା ପରେ ଟ୍ରକ ଚାଳକ କିଛି ନ ଜାଣିବା ଭଳି ବାମ ପଟକୁ ସାଇଡ କରି ଅଟକି ଥିଲେ। ଟ୍ରକ ଧକ୍କାରେ ସୁଧୀନ୍ଦ୍ର ରାସ୍ତାରେ ପଡ଼ି ରହିଥିବା ଭିଡିଓରେ ଦେଖିବାକୁ ମିଳୁଛି। 


ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲେ। ତେବେ କିଛି ଘଣ୍ଟା ପରେ ତାଙ୍କୁ ଗିରଫ କରାଯାଇଛି। ସେ ପୁଲିସ୍‌କୁ କହିଛନ୍ତି ଯେ ଗାଡ଼ି ଚଳାଇବା ବେଳେ ତାଙ୍କ ଆଖି ଲାଖି ଯାଇଥିଲା। ତେଣୁ ଏତେ ବଡ଼ ଘଟଣା ଘଟିଛି। ତେବେ ପୁଲିସ୍‌ ଏହି ବୟାନର ସତ୍ୟତା ଯାଞ୍ଚ କରୁଛି। 

Bengaluru
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe