Advertisment

ଜୀବନ ନେଲା ରିଲ୍ସ ନିଶା, ଖାଇକୁ ଖସିଗଲା କାର୍‌

ମୋବାଇଲ୍ ଫୋନରେ ରିଲ୍ସ ଭିଡିଓ ତିଆରି କରୁଥିବା ବେଳେ ମହିଳା ଜଣକ କାର୍‌ର ବ୍ରେକ୍‌ ମାରିବା ଭୁଲି ଯାଇଥିଲେ। ଫଳରେ ତାଙ୍କ କାର୍‌ ୩୦୦ ଫୁଟ ଗଭୀର ଖାଇକୁ ଖସି ପଡିଛି।

Woman Reverses Car Off Cliff

Woman Reverses Car Off Cliff

Advertisment

ପିଲାଠୁ ଆରମ୍ଭ କରି ବୟସ୍କ, ସମସ୍ତଙ୍କୁ ଘାରିଛି ରିଲ୍ସ ନିଶା। ସୋଶାଲ ମିଡିଆରେ ରିଲ୍ସ ତିଆରି କରିବା ପାଇଁ ଲୋକେ ପାଗଳ। ଏଥିପାଇଁ ନିୟମ କାନୁନ ମାନୁ ନାହାନ୍ତି ଯୁବପିଢ଼ି। କେବଳ ସେତିକି ନିଜ ଜୀବନକୁ ବାଜିରେ ଲଗାଇବାକୁ ମଧ୍ୟ ପଛାଉ ନାହାନ୍ତି। ତେବେ ବେଳେ ବେଳେ ଏହି ରିଲ୍ସ ତିଆରି କରିବା ନିଶାରେ ଅନେକ ପ୍ରାଣା ହରାଉଛନ୍ତି। ନିକଟରେ ଏଭଳି ହିଁ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରରୁ।

Advertisment

ଶ୍ୱେତା ଦୀପକ ସୁରବାସେ। କ୍ୟାମେରାରେ କଏଦ ହୋଇଛି ତାଙ୍କ ଜୀବନର ଶେଷ ରିଲ୍ସ। ରେକର୍ଡର ହୋଇଛି ତାଙ୍କର ମୃତ୍ୟୁର ଭିଡିଓ। ଖାଇ ଖସି ପଡିଛି ତାଙ୍କ କାର୍‌। ରିଲ୍ସ ଭିଡିଓ ତିଆରି କରିବା ନିଶାରେ କାର୍‌କୁ ବ୍ୟାକ୍‌ କରୁଥିବା ବେଳେ ସେ ବ୍ରେକ୍‌ ମାରିବା ଭୁଲି ଯାଇଛନ୍ତି। ଫଳରେ ୩୦୦ ଫୁଟ୍‌ ଗଭୀର ଖାଇକୁ ତାଙ୍କ କାର୍‌ ଖସି ପଡିଛି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି।

Advertisment

୨୩ ବର୍ଷୀୟ ଶ୍ୱେତା ଦୀପକ ସୁରବାସେ ଛତ୍ରପତି ସମ୍ବାଜିନଗର ହନୁମାନନଗରର ବାସିନ୍ଦା ଥିଲେ। ସୋମବାର ଅପରାହ୍ନ ୨ଟାରେ ସେ ଖୁଲତାବାଦ ତାଲୁକା ଅନ୍ତର୍ଗତ ଶୁଲିଭଞ୍ଜନ ଦତ୍ତଧାମ ମନ୍ଦିର ଅଞ୍ଚଳରେ ମୋବାଇଲ୍ ଫୋନରେ ରିଲ୍ସ ଭିଡିଓ ତିଆରି କରୁଥିଲେ। ଶ୍ୱେତା ତାଙ୍କ ସାଙ୍ଗ ୨୫ ବର୍ଷିୟ ସୁରଜ ସଞ୍ଜୟ ମୁଲେଙ୍କ ସହ ଔରଙ୍ଗାବାଦରୁ ଏହି ଅଞ୍ଚଳକୁ ଆସିଥିଲେ। ଏଠାରେ ହିଁ ରିଲ୍ସ ଭିଡିଓ ତିଆରି କରିବା ସମୟରେ ଶ୍ୱେତା ପ୍ରାଣ ହରାଇଛନ୍ତି। ଏହି ପୂରା ଘଟଣାର ଭିଡିଓ କ୍ୟାମେରାରେ କଏଦ ହୋଇଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

Maharashtra Viral Video Woman Fals Off Cliff Reels
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe