Advertisment

କୋଲକାତା ଲଜ୍ଜା: ସାମ୍ନାକୁ ଆସିଲା ଘଟଣା ଦିନର ସିସିଟିଭି ଫୁଟେଜ

ଅଭିଯୁକ୍ତ ସଞ୍ଜୟ ରୟ ହସ୍ପିଟାଲର ଚତୁର୍ଥ ମହଲାରେ ଥିବା ସେମିନାର ହଲକୁ ଯାଉଥିବା ଭିଡିଓରେ ନଜର ଆସିଛି।

ଅଦ୍ୟତନ ହୋଇଛି
Kolkata Case CCTV Footage

Kolkata Case CCTV Footage

Advertisment

ସାମ୍ନାକୁ ଆସିଛି କୋଲକାତା ଲଜ୍ଜାର ବଡ଼ ପ୍ରମାଣ। ସାମ୍ନାକୁ ଆସିଲା ଅଭିଯୁକ୍ତ ସଞ୍ଜୟର ସିସିଟିଭି ଫୁଟେଜ୍। ଯାହା ଘଟଣା ଦିନର ତଥା ଅଗଷ୍ଟ ୯ ତାରିଖର ବୋଲି କୁହାଯାଉଛି। ଅଭିଯୁକ୍ତ ସଞ୍ଜୟ ରୟ ହସ୍ପିଟାଲର ଚତୁର୍ଥ ମହଲାରେ ଥିବା କାଡର୍ଡିଓଲଜି ବିଭାଗର ସେମିନାର ହଲକୁ ଯାଉଥିବା ଭିଡିଓରେ ନଜର ଆସିଛି।

Advertisment

କୋଲକାତା ପୁଲିସ ଓ ସିବିଆଇ ତଦନ୍ତରୁ ମିଳିଥିବା ତଥ୍ୟ ଅନୁଯାୟୀ, ସେଦିନ ରାତିରେ ସେମିନାର୍ ହଲ୍‌କୁ ଯାଇଥିଲେ ମୋଟ୍ ୬ ଜଣ। ପୀଡ଼ିତା ଅଭୟା, ଅଭିଯୁକ୍ତ ସଞ୍ଜୟଙ୍କ ବ୍ୟତୀତ ଆଉ ୪ ଜଣ ଥିଲେ। ରାତିରେ ଡ୍ୟୁଟି ପରେ ସେମିନାର୍ ହଲରେ ହିଁ ପୀଡ଼ିତାଙ୍କ ସହ ଏମାନେ ଡିନର କରିଥିଲେ। ଡିନର୍ ପରେ ୪ ଜଣ ସେମିନାର ହଲରୁ ବାହାରି ଆସିଥିଲେ।

ଏମାନଙ୍କ ମଧ୍ୟରେ ଜଣେ ଜୁନିୟର ଡାକ୍ତର ଓ ଆଉ ଜଣେ ସେମିନାର୍ ହଲ୍ ସାମ୍ନାରେ ଡାକ୍ତର ପାଇଁ ଥିବା ସ୍ଲିପ୍ ରୁମ୍ ଯାଇଥିଲେ। ଆଉ ଜଣେ ଇଣ୍ଟନ୍ ଡାକ୍ତର ସେହି ତୃତୀୟ ମହଲାରେ ଇଣ୍ଟର୍ଣ୍ଣଙ୍କ ପାଇଁ ଥିବା ରେଷ୍ଟ ରୁମକୁ ଯାଇଥିଲେ। ଏବଂ ହାଉସ୍ ଷ୍ଟାଫ ଜଣକ ପ୍ରଥମ ମହଲାକୁ ପଳେଇ ଥିଲେ।

Advertisment

ପରେ ଭୋର୍ ପ୍ରାୟ ୪ଟା ବେଳେ ସେମିନାର୍ ହଲ୍‌କୁ ପଶିଥିଲା ଅଭିଯୁକ୍ତ ସଞ୍ଜୟ ରୟ। ପ୍ରାୟ ୩୦-୪୦ ମିନିଟ୍ ରହିବା ପରେ ସେଠୁ ବାହାରକୁ ଆସିଥିଲା ଅଭିଯୁକ୍ତ। ସେମିନାର ହଲକୁ ଯିବାବେଳେ ତା'ବେକରେ ହେଡଫୋନ ଏବଂ ହାତରେ ହେଲମେଟ ଥିଲା, କିନ୍ତୁ ବାହାରକୁ ଆସିବା ପରେ ତା' ବେକରେ ହେଡଫୋନ୍‌ ନ ଥିଲା।

ପୀଡିତାଙ୍କ ମୃତଦେହ ନିକଟରୁ ହେଡଫୋନ ଉଦ୍ଧାର କରାଯାଇଛି, ଯାହାଫଳରେ ସଞ୍ଜୟ ରୟଙ୍କୁ ଗିରଫ କରାଯାଇଥିଲା ବୋଲି ପୁଲିସ କହିଛି। ସଞ୍ଜୟଙ୍କ ଭିତରକୁ ଯାଉଥିବା ଏହି ସିସିଟିଭି ଫୁଟେଜ ଜାରି ହୋଇଛି, କିନ୍ତୁ ତାଙ୍କ ବାହାରିବା ବେଳର ଫୁଟେଜ ଏପର୍ଯ୍ୟନ୍ତ ସାମ୍ନାକୁ ଆସି ପାରିନାହିଁ।

ଫୁଟେଜରେ ଦେଖାଯାଇଥିବା ସଞ୍ଜୟଙ୍କ ଅଙ୍ଗଭଙ୍ଗୀରୁ ଜଣାପଡୁଛି ଯେ ସେ ପୀଡିତା ଡାକ୍ତରଙ୍କୁ ଖୋଜୁଛି। ସେ କାଡର୍ଡିଓଲଜି ବିଭାଗ ଦେଇ ଯାଉଥିବାବେଳେ ସେ ଅନ୍ୟ ଏକ ରୁମ୍‌କୁ ମଧ୍ୟ ଚାହୁଁଥିଲା। ସତେ ଯେପରି ସେ ତାଙ୍କୁ ହିଁ ଖୋଜୁଥିଲା। ସେପଟେ ସେମିନାର ହଲରେ କ୍ରାଇମ୍ ସ୍ଥଳ ଆଖପାଖରେ ଦୁଇ ଜୁନିୟର ଡାକ୍ତର ଯେଉଁମାନେ ସେଦିନ ପୀଡ଼ିତା ଅଭୟାଙ୍କ ସହ ଥିଲେ ସେମାନଙ୍କ ଫିଙ୍ଗର ପ୍ରିଣ୍ଟ ସିବିଆଇ ହାତରେ ଲାଗିଛି।

ଫୋରେନସିକ ରିପୋର୍ଟ, ପରିବାର ଲୋକଙ୍କ ଅଭିଯୋଗ ପରେ ଏମାନଙ୍କ ଉପରେ ସନ୍ଦେହ ବି ବଢ଼ିଛି। ଅଭିଯୁକ୍ତ ସଞ୍ଜୟ ଓ ସନ୍ଦୀୟଙ୍କ ସହ ୪ ଜଣଙ୍କର ସେଥିପାଇଁ ପଲିଗ୍ରାଫ ଟେଷ୍ଟ କରିବ ସିବିଆଇ।

Sanjay Roy Kolkata Rape-Murder Case CCTV Footage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe