Advertisment

ଜେଲ ବାହାରେ ଡ୍ୟୁଟି କରୁଥିବା ପୁଲିସ୍‌ କର୍ମଚାରୀ ନିଜକୁ ଗୁଳି କରିଦେଲେ

ମୁମ୍ବାଇର ବାଇକୁଲା ଜେଲ ବାହାରେ ଡ୍ୟୁଟି କରୁଥିବା ବେଳେ ସେ ନିଜକୁ ଗୁଳି କରି ଜୀବନ ହାରିଛନ୍ତି।

ଅଦ୍ୟତନ ହୋଇଛି
Byculla jail

Byculla jail

Advertisment

ଆତ୍ମହତ୍ୟା କରିଛନ୍ତି ଜଣେ ପୁଲିସ୍‌ କର୍ମଚାରୀ। ମୁମ୍ବାଇର ବାଇକୁଲା ଜେଲ ବାହାରେ ଡ୍ୟୁଟି କରୁଥିବା ବେଳେ ସେ ନିଜକୁ ଗୁଳି କରି ଜୀବନ ହାରିଛନ୍ତି। ନିଜ ପାଖରେ ଥିବା ଗୋଟିଏ ସେଲ୍ଫ ଲୋଡିଂ ରାଇଫଲ(ଏସଏଲଆର)ରୁ ଗୁଳି ଚଳାଇ ସେ ଆତ୍ମହତ୍ୟା କରିଛନ୍ତି। ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ମୁମ୍ବାଇର ବାଇକୁଲା ଜେଲ ବାହାରେ ଏହି ଘଟଣା ଘଟିଛି।

Advertisment

ଆତ୍ମହତ୍ୟା କରିଥିବା କନଷ୍ଟେବଲ ଜଣଙ୍କ ହେଲେ ଶ୍ୟାମ ୱାରଘାଡେ। ସେ ବାଇକୁଲା ଜେଲର ମହିଳା କଏଦୀମାନେ ରହୁଥିବା ସେଲ ବାହାରେ ଗାର୍ଡ ଭାବେ କାମ କରୁଥିଲେ। ଟାଡେଓ ଲୋକାଲ ଆର୍ମ ୟୁନିଟ-୨ ଅଧୀନରେ ସେ ନିଯୁକ୍ତି ପାଇଥିଲେ। ଏଥିସହ ଦୀର୍ଘ ବର୍ଷ ହେଲାଣି ଜେଲ ଗାର୍ଡ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ଗୁରୁବାର ମଧ୍ୟ ସେ ଠିକ ସମୟରେ ଡ୍ୟୁଟିକୁ ଆସିବା ସହ ସବୁଦିନ ଭଳି କାମ ଆରମ୍ଭ କରିଥିଲେ। ହେଲେ ବିଳମ୍ବିତ ସନ୍ଧ୍ୟାରେ ସେ ନିଜକୁ ନିଜେ ଗୁଳି କରି ଜୀବନ ହାରିଛନ୍ତି। 

ସେ ନିଜକୁ ଗୁଳି କରିବା ପରେ ତାଙ୍କ ସାଥୀମାନେ ତୁରନ୍ତ ତାଙ୍କୁ ନାଏର ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଗୋଟିଏ ଅପମୃତ୍ୟୁ ମାମଲା ରୁଜୁ କରିଛି। ସେହିପରି କନଷ୍ଟେବଲ ଶ୍ୟାମ କାହିଁକି ଏପରି ଚରମ ପଦକ୍ଷେପ ନେଲେ, ତା’ର ତଦନ୍ତ ନାଗପଡ଼ର ପୁଲିସ୍‌ ଆରମ୍ଭ କରିଛି।

Advertisment
Police Jail Sucide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe