Advertisment

ଚକୋଲେଟ୍‌ ଖାଇବା ପରେ ରକ୍ତ ବାନ୍ତି କଲା ଦେଢ଼ ବର୍ଷର ଛୁଆ

ଝିଅଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ, ତା'ର ଅବସ୍ଥା ଗୁରୁତର ରହିଛି।

chocolate

chocolate

Advertisment

ଚକୋଲେଟ୍‌ ଖାଇବା ହେଲା କାଳ। ବିଗିଡିଗଲା ସ୍ୱାସ୍ଥ୍ୟ। ରକ୍ତ ବାନ୍ତି କଲା ଦେଢ଼ ବର୍ଷର ଛୁଆ। ତାକୁ ଗୁରୁତର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପଞ୍ଜାବର ଲୁଧିଆନାରେ ଘଟିଛି ଏଭଳି କିଛି ଅଭାବନୀୟ ଘଟଣା।

Advertisment

ଲୁଧିଆନାରେ ଏକ ଦେଢ଼ ବର୍ଷର କୁନି ଝିଅ ଚକୋଲେଟ୍‌ ଖାଇଥିଲା। ଏହାକୁ ଖାଇବା ପରେ ହଠାତ୍‌ ତା' ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଏହାପରେ ସେ ଦେଖୁ ଦେଖୁ ରକ୍ତ ବାନ୍ତି କରିବାକୁ ଲାଗିଥିଲା। କୁହାଯାଉଛି ଯେ, କୁନି ଝିଅଟି ପାଇଁ ଚକୋଲେଟ ସେହି ପଟିଆଲା ସହରରୁ ଅଣାଯାଇଥିଲା, ଯେଉଁଠି କିଛି ଦିନ ତଳେ ବାର୍ଥ ଡେ କେକ୍‌ ଖାଇ ଜଣେ ନାବାଳିକର ଜୀବନ ଯାଇଥିଲା।

ସୂଚନା ମୁତାବକ, କୁନି ଝିଅଟି ନିଜ ପରିବାର ସହ ପଟିଆଲାରେ ରହୁଥିବା ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲା। ଏଠାରୁ ଫେରିବା ସମୟରେ ତାଙ୍କ ସମ୍ପର୍କୀୟ ଝିଅଟିକୁ ଏକ ଗିଫ୍ଟ ପ୍ୟାକ୍ ଦେଇଥିଲେ। ଏଥିରେ କୁରକୁରେ, ଜୁସ୍‌ ବ୍ୟତୀତ କିଛି ଚକୋଲେଟ୍‌ ମଧ୍ୟ ଥିଲା। ଘରକୁ ଯାଇ ଦେଢ଼ ବର୍ଷର ଛୁଆଟି ଗିଫ୍ଟରେ ମିଳିଥିବା ଚକୋଲେଟ୍‌ ଖାଇଥିଲା। କେବଳ ସେ ନୁହେଁ ତା' ସହ ଜଣେ ୨୨ ବର୍ଷୀୟ ଯୁବତୀ ମଧ୍ୟ ଉକ୍ତ ଚକୋଲେଟ୍‌ ଖାଇଥିଲେ। ପରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା। ଛୋଟ ଝିଅଟି ରକ୍ତ ବାନ୍ତି କରିବାକୁ ଲାଗିଥିଲା। ଏହାପରେ ତାକୁ ତୁରନ୍ତ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଏହି ଖବର ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ପଟିଆଲର ସେହି ଦୋକାନ ଉପରେ ଚଢ଼ାଉ କରିଛି, ଯେଉଁଠାରୁ କୁନି ଝିଅଟି ପାଇଁ ଚକୋଲେଟ୍‌ କିଣା ଯାଇଥିଲା। ଯାଞ୍ଚ ବେଳେ ଉକ୍ତ ଚକୋଲେଟ୍‌ ଏକ୍ସପାଏରୀ ହୋଇଯାଇଥିବା ସାମ୍ନାକୁ ଆସିଛି। କେବଳ ସେତକି ନୁହେଁ ଦୋକାନରୁ ଏକ୍ସପାଏରୀ ହୋଇଯାଇଥିବା ଆହୁରି ଅନେକ ଜିନିଷକୁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଜବତ କରିଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

କହିରଖୁ ଯେ, ପଟିଆଲାରେ କିଛି ଦିନ ପୂର୍ବେ ଜଣେ ୧୧ ବର୍ଷୀୟ ନାବାଳିକା ମାଧବୀ ନିଜ ଜନ୍ମଦିନ ଅବସରରେ ଜୋମାଟୋରୁ ଅନ୍‌ଲାଇନ୍‌ରେ କେକ୍‌ ମଗାଇଥିଲା। ଏହି କେକ୍‌କୁ ଖାଇବା ପରେ ମାଧବୀର ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା ଓ ପରେ ତା'ର ମୃତ୍ୟୁ ହୋଇଥିଲା। ବାସି କେକ୍‌ ଖାଇବା ଯୋଗୁଁ ତା'ର ମୃତ୍ୟୁ ହୋଇଥିବା ତଦନ୍ତରୁ ଜଣାପଡିଥିଲା।

Punjab Chocolate Blood Vomiting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe