Advertisment

Blast In Delhi: ଲାଲକିଲ୍ଲା ବିସ୍ଫୋରଣ; ଉମରର ସହଯୋଗୀ ଆମୀର ଗିରଫ

ଏନ୍‌ଆଇଏର ତଦନ୍ତରୁ ଜଣାପଡ଼ିଛି ଯେ ଆତ୍ମଘାତୀ ବିସ୍ଫୋରଣରେ ବ୍ୟବହୃତ କାର୍‌ଟିକୁ କିଣିବାକୁ କିଛି ମାସ ତଳେ ଆମୀର ରଶିଦ ଅଲୀ ଜମ୍ମୁ ଓ କଶ୍ମୀରର ପମ୍ପୋରରୁ ଦିଲ୍ଲୀ ଆସିଥିଲା।

Aamir

ଗିରଫ ଆମୀର

Advertisment

ଲାଲ କିଲ୍ଲା ଆତଙ୍କୀ ହମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA)କୁ ମିଳିଛି ଆଉ ଏକ ବଡ଼ ସଫଳତା। ଆତ୍ମଘାତୀ ଆକ୍ରମଣକାରୀ ଡାକ୍ତର ଉମର ମହମ୍ମଦର ଜଣେ ସହଯୋଗୀକୁ ଦିଲ୍ଲୀରୁ ଗିରଫ କରିଛି ଏନ୍‌ଆଇଏ। ତା’ ନାଁ ଆମୀର ରାଶିଦ ଅଲୀ। ତା’ ଘର ଜମ୍ମୁ ଓ କଶ୍ମୀର ପାମ୍ପୋରରେ। ଏହା ସହିତ ଲାଲ କିଲ୍ଲା ଆତଙ୍କୀ ହମଲା ଏକ ଆତ୍ମଘାତୀ ଆକ୍ରମଣ ଥିଲା ବୋଲି ସ୍ପଷ୍ଟ କରିଛି ଏନ୍‌ଆଇଏ।  

Advertisment

ଡାକ୍ତର ଉମର ମହମ୍ମଦ ସହିତ ମିଶି ଆମୀର ରଶିଦ ଅଲୀ ଏହି ଆକ୍ରମଣର ଷଡ଼ଯନ୍ତ୍ର କରିଥିଲା। ଏହି ଆତ୍ମଘାତୀ ଆକ୍ରମଣରେ ଯେଉଁ କାରକୁ ବ୍ୟବହାର କରାଯାଇଥିଲା, ତାହା ଆମୀର ରଶିଦ ଅଲୀ ନାଁରେ ପଞ୍ଜୀକୃତ ହୋଇଥିଲା।

ଏନ୍‌ଆଇଏର ତଦନ୍ତରୁ ଜଣାପଡ଼ିଛି ଯେ ଆତ୍ମଘାତୀ ବିସ୍ଫୋରଣରେ ବ୍ୟବହୃତ କାର୍‌ଟିକୁ କିଣିବାକୁ କିଛି ମାସ ତଳେ ଆମୀର ରଶିଦ ଅଲୀ ଜମ୍ମୁ ଓ କଶ୍ମୀରର ପମ୍ପୋରରୁ ଦିଲ୍ଲୀ ଆସିଥିଲା। ବିସ୍ଫୋରଣରେ କାର ବ୍ୟବହାର କରିବା ପାଇଁ ଯୋଜନା ହୋଇଥିଲା। ତେଣୁ କାର କିଣିବା ପାଇଁ ସ୍ୱତନ୍ତ୍ର ଭାବେ ସେ ଦିଲ୍ଲୀ ଆସିଥିଲା ବୋଲି ଏନ୍‌ଆଇଏ ପକ୍ଷରୁ କୁହାଯାଇଛି। ସେ କାର କିଣିବା ପରେ ସେଥିରେ ଆଇଇଡି ଭର୍ତ୍ତି କରାଯାଇ ବିସ୍ଫୋରଣ କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା। 

Advertisment

ଅନ୍ୟପକ୍ଷରେ ରବିବାର ଏନ୍‌ଆଇଏ ୪ ଜଣ ବ୍ୟକ୍ତିଙ୍କୁ ଛାଡ଼ି ଦେଇଛି। ସେମାନଙ୍କ ମଧ୍ୟରେ ୩ ଜଣ ଡାକ୍ତର ଥିଲେ। ଅନ୍ୟ ଜଣେ ହେଉଛନ୍ତି ସାର ବ୍ୟବସାୟୀ। ସେମାନଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଥିଲା। ତେବେ ଆତ୍ମଘାତୀ ଆକ୍ରମଣକାରୀ ଡାକ୍ତର ଉମର ଉନ ନବୀ କିମ୍ବା ଅନ୍ୟ କୌଣସି ଆତଙ୍କୀଙ୍କ ସହିତ ସେମାନଙ୍କର ସଂପର୍କ ଥିବା ସାବ୍ୟସ୍ତ ନହେବାରୁ ସେମାନଙ୍କୁ ଛାଡ଼ି ଦିଆଯାଇଛି। 

ଏହି ଘଟଣାରେ ଏନ୍‌ଆଇଏ ବର୍ତ୍ତମାନ ସୁଦ୍ଧା ୭୩ ଜଣ ସାକ୍ଷୀଙ୍କୁ ଜେରା କରିସାରିଛି। ସେମାନଙ୍କ ମଧ୍ୟରେ କିଛି ଆହତ ବ୍ୟକ୍ତି ମଧ୍ୟ ଅଛନ୍ତି। ଦିଲ୍ଲୀ, ଜମ୍ମୁ ଓ କଶ୍ମୀର, ହରିୟାଣା, ଉତ୍ତର ପ୍ରଦେଶ ପୁଲିସ ସହିତ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସୀଗୁଡ଼ିକ ସହିତ ମିଶି ଏନ୍‌ଆଇଏ ଏହି ଘଟଣାର ତଦନ୍ତ କରୁଛି। 

ସୂଚନାଯୋଗ୍ୟ, ଏହି ବିସ୍ଫୋରଣରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe