Advertisment

ଆମ୍ବୁଶ ଲଗାଇ ଆତଙ୍କବାଦୀଙ୍କ ଆକ୍ରମଣ, ଜଣେ ସିଆରପିଏଫ୍ ଅଧିକାରୀ ସହିଦ

ଏଇ କିଛି ମାସ ମଧ୍ୟରେ ଜମ୍ମୁ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି।

ଅଦ୍ୟତନ ହୋଇଛି
CRPF

CRPF

Advertisment

ଜମ୍ମୁ ଓ କଶ୍ମୀରର ଉଧାମପୁର ଜିଲ୍ଲାର ଡୁଡୁ ଅଞ୍ଚଳରେ ଆତଙ୍କବାଦୀଙ୍କ ଗୁଳିରେ ସୋମବାର ସହିଦ ହୋଇଛନ୍ତି ଜଣେ ସିଆରପିଏଫ୍ ଅଧିକାରୀ। ମୃତ ଅଧିକାରୀ ସିଆରପିଏଫରେ ଇନ୍ସପେକ୍ଟର ଥିଲେ। 

Advertisment

ଡୁଡୁ ପୁଲିସ୍ ଷ୍ଟେସନଠାରୁ ପ୍ରାୟ ୮ କିଲୋମିଟର ଦୂରରେ ସିଆରପିଏଫର ଏକ ପୋଷ୍ଟ ନିର୍ମାଣ ଚାଲିଛି। ଏହି ପୋଷ୍ଟ ନିର୍ମାଣ କାର୍ଯ୍ୟ ଶେଷ ହେଲେ ସେଠାରେ ସିଆରପିଏଫ୍‌ର ଏକ ବାଟାଲିୟନକୁ ମୁତୟନ କରାଯିବ। ସେହି ପୋଷ୍ଟର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଦେଖିବା ପାଇଁ ଏକ ଟିମ୍ ନେଇ ସେଠାକୁ ଯାଇଥିଲେ ସହିଦ ହୋଇଥିବା ଏହି ସିଆରପିଏଫ ଇନ୍ସପେକ୍ଟର। ସେତେବେଳେ ଆତଙ୍କବାଦୀମାନେ ଆମ୍ବୁଶ ଲଗାଇ ସେମାନଙ୍କ ଉପରେ ଗୁଳିମାଡ଼ କରିଥିଲେ। ଏହି ଗୁଳିମାଡ଼ରେ ଇନ୍ସପେକ୍ଟରଙ୍କର ମୃତ୍ୟୁ ଘଟିଥିଲା।

ଏଇ କିଛି ମାସ ମଧ୍ୟରେ ଜମ୍ମୁ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଜୁଲାଇ ମାସରେ ଡୋଡା ଜିଲ୍ଲାରେ ସେନାର ଜଣେ ଅଫିସରଙ୍କ ସମେତ ୪ ଜଣ ଯବାନ ସହିଦ ହୋଇଥିଲେ। ସେହିପରି ଆତଙ୍କବାଦୀଙ୍କ ସହିତ ଗୁଳିବିନିମୟରେ ଜଣେ ପୁଲିସ୍ କର୍ମଚାରୀ ସହିଦ ହୋଇଥିଲେ। ସେହିଭଳି ସେହି ମାସରେ ଜମ୍ମୁ ଡିଭିଜନରେ ଥିବା କାଠୁଆ ଜିଲ୍ଲାରେ ଆତଙ୍କବାଦୀମାନେ ସେନାର ଏକ କନଭୟ ଉପରକୁ ଆକ୍ରମଣ କରିବାରୁ ଜଣେ ଜୁନିୟର କମିଶନ୍‌ଡ ଅଫିସରଙ୍କ ସମେତ ସେନାର ୫ ଜଣ ଯବାନ ସହିଦ ହୋଇଥିଲେ। 

Advertisment

ଅନ୍ୟପକ୍ଷରେ କୁଲଗାମ ଜିଲ୍ଲାରେ ଜୁଲାଇ ୬ ତାରିଖରେ ଦୁଇଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେହିପରି ଏହି ଦୁଇଟି ଏନକାଉଣ୍ଟରରେ ଦୁଇ ଜଣ ଯବାନ ମଧ୍ୟ ସହିଦ ହୋଇଥିଲେ। ୫ ଦିନ ତଳେ ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ଡୋଡା ଜିଲ୍ଲାରେ ଏକ ଏନକାଉଣ୍ଟର ବେଳେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିଲେ ସେନାର ଜଣେ କ୍ୟାପ୍‌ଟେନ୍। 

Jammu Kashmir CRPF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe