Advertisment

ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଜଣେ ଯବାନ ସହିଦ, ଆଉ ଜଣେ ଆହତ

ଛତିଶଗଡ଼ରେ ଆଜି ବିଷ୍ଣୁଦେଓ ସାଏ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ନିଜର ସ୍ଥିତି ଜାହିର କରିବା ପାଇଁ ନକ୍ସଲମାନେ ଏହି କାଣ୍ଡ ଘଟାଇଥିବା କୁହାଯାଉଛି।

Blast

Blast

Advertisment

ଛତିଶଗଡ଼ର ନାରାୟଣପୁର ଅଞ୍ଚଳରେ ଥିବା ଆମଦାଇ ଲୁହାପଥର ଖଣିରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଛତିଶଗଡ଼ ସଶସ୍ତ୍ର ବଳ (ସିଏଏଫ୍‌)ର ଜଣେ ଯବାନ ସହିଦ ହୋଇଛନ୍ତି। ଆଉ ଜଣେ ଯବାନ ଆହତ ହୋଇଛନ୍ତି।

Advertisment

ସହିଦ ଯବାନଙ୍କ ନାଁ କମଳେଶ ସାହୁ। ତାଙ୍କ ଘର ଛତିଶଗଡ଼ର ଜନଜଗିରଚାପା ଜିଲ୍ଲା ଅନ୍ତର୍ଗତ ହସୋଦ ଗାଁରେ। ଆହତ ଯବାନଙ୍କ ନାଁ ବିନୟ କୁମାର। ତାଙ୍କ ଘର ବାଲୋଦ ଜିଲ୍ଲାର ସୋନପୁରର। ବିନୟଙ୍କ ବାମ ଗୋଡ଼ରେ ଆଘାତ ଲାଗିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଏହି ଘଟଣା ଘଟିଥିଲା। ନକ୍ସଲମାନେ ନାରାୟଣପୁର ଜିଲ୍ଲା ଛୋଟେଡୋଙ୍ଗର ଥାନା ଅଞ୍ଚଳରେ ଥିବା ଆମଦାଇ ଲୁହାପଥର ଖଣିରେ ଆଇଇଡି ବିସ୍ଫୋରଣ କରିଥିଲେ। ଫଳରେ ସେଠାରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିବା ସିଏଏଫ୍ ଯବାନ କମଳେଶ ସହିଦ ହୋଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଛତିଶଗଡ଼ରେ ଆଜି ବିଷ୍ଣୁଦେଓ ସାଏ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ନିଜର ସ୍ଥିତି ଜାହିର କରିବା ପାଇଁ ନକ୍ସଲମାନେ ଏହି କାଣ୍ଡ ଘଟାଇଥିବା କୁହାଯାଉଛି।

ଉମରକୋଟରୁ କାର୍ତ୍ତିକ ମଲ୍ଲିକଙ୍କ ରିପୋର୍ଟ

Naxal Attack Chhattisgarh Naxal Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe