Advertisment

ବରଫ ତଳେ ଚାଲିଛି ଜୀବନ ଖୋଜା

ସେନା ଓ ପୋଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଚାଲିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Avalanche

Avalanche

ବରଫ ପାହାଡ଼ ତଳୁ ଜୀବନ ଖୋଜା। ହିମସ୍ଖଳନରେ ଜଣେ ବ୍ୟକ୍ତି ନିଖୋଜ ହୋଇଯିବା ପରେ ବରଫ ଭିତରେ ଚାଲିଛି ସର୍ଚ୍ଚ ଅପରେସନ। ଜାମ୍ମୁ ଓ କାଶ୍ମୀର କୁପୱାଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ସେନା ଓ ପୋଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଚାଲିଛି। 

Advertisment

ହିମସ୍ଖଳନ ପରେ ବରଫ ଗଦାକୁ ଏଡ଼ାଇ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାରେ ଲାଗିଛନ୍ତି ସେନା ଯବାନ। ଚାରିଆଡ଼େ ବରଫରେ ଢାଙ୍କି ହୋଇଥିବା ବେଳେ ଉଦ୍ଧାର କାର‌୍ୟ୍ୟରେ ବାଧା ଉପୁଜିଛି। ତଥାପି ସେନା ଯବାନ ମାନେ ଆଶା ନହରାଇ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। 

ଗତକାଲି କୁପୱାଡା ଅଞ୍ଚଳରେ ହୋଇଥିବା ହିମସ୍ଖଳନରେ ଜଣେ ୨୬ ବର୍ଷୀୟ ଯୁବକ ବରଫ ଅତଡା ଫସି ରହିଛି। ରିଙ୍ଗବାଲା ବାସିନ୍ଦା ଏଜାଜା ଅହମ୍ମଦ ତାନ୍ତେ ନିଜ ପତ୍ନୀଙ୍କ ସହ ଶୁକ୍ରବାର ଅପରାହ୍ନରେ କୁଲବୁଗରୁ ଘରକୁ ଫେରୁଥିଲେ। ଏହି ସମୟରେ ହିମସ୍ଖଳନ ହେବା ଯୋଗୁ ସେ ବରଫ ତଳେ ଦବି ଯାଇଥିଲେ। ତେବେ ତାଙ୍କ ପତ୍ନୀ ଓ ଛୁଆ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏବେ ଏଜାଜଙ୍କୁ ଉଦ୍ଧାର କରିବା ପାଇଁ ସେନା ଲାଗି ପଡିଛି।

Advertisment

ସୁୁରକ୍ଷା ବାହିନୀ, ପୁଲିସ ଓ ଚିକିତ୍ସା ଦଳ ମିଶି ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଉଦ୍ଧାର କାର୍ଯ୍ୟରେ ଆଡଭାନ୍ସ ଲାଇଟ୍ ହେଲିକପ୍ଟର ଓ ତ୍ରିରଙ୍ଗା ମାଉଣ୍ଟେନ ରେସକ୍ୟୁ ଟିମ୍ ଓ ପ୍ରଶୀକ୍ଷିତ କୁକୁର ମଧ୍ୟ ସାମିଲ ଅଛି। ତେବେ ୪ ଘଣ୍ଟା ଧରି ଅଭିଯାନ ଚାଲିବା ପରେ ଏଜାଜଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ତେବେ ଉଦ୍ଧାର ପରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଆଉ କିଛି ବ୍ୟକ୍ତି ଫଶି ରହିଥିବା କୁହାଯାଉଛି। ସେମାନଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଚାଲିଛି।  

ଗତକାଲି ହୋଇଥିବା ହିମସ୍ଖଳନରେ ବର୍ତ୍ତମାନ ସୁଦ୍ଧା ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। 

Jammu Kashmir Avalanche