Advertisment

ସନ୍ଦେଶଖାଲି ମାମଲା: ମମତା ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ

ଜଣେ ନେତା ଟଙ୍କା ପାଇଁ ସମସ୍ତଙ୍କୁ ଏଭଳି ବନ୍ଧକ ରଖିପାରିବେ ନାହିଁ ବୋଲି କହିଲେ କଲିକତା ହାଇକୋର୍ଟ।

calcutta high court on sandeshkhali

calcutta high court on sandeshkhali

Advertisment

ଥମୁନି ପଶ୍ଚିମବଙ୍ଗ ସନ୍ଦେଶଖାଲି ମାମଲା। ସନ୍ଦେଶଖାଲିରେ ମହିଳାଙ୍କ ସହ ଦୁଷ୍କର୍ମ ଓ ଜମି ହଡପ କରିଥିବା ନେଇ ତୃଣମୂଳ କଂଗ୍ରେସ ନେତା ଶେଖ ଶାହଜାହାଁଙ୍କ ନାଁରେ ଅଭିଯୋଗ ରହିଛି। ସେ ଏବେ ଫେରାର ଅଛନ୍ତି। ଏହି ମାମଲାକୁ ନେଇ ପଶ୍ଚିମବଙ୍ଗର ମମତା ସରକାରଙ୍କ ଉପରେ ବର୍ଷିଛନ୍ତି କଲିକତା ହାଇକୋର୍ଟ।

Advertisment
Sheikh Shahjahan ଟିଏମ୍‌ସି ନେତା ଶେଖ ଶାହଜାହାଁ

ଅଭିଯୁକ୍ତ ତଥା ବାହୁବଳି ଟିଏମ୍‌ସି ନେତା ଶେଖ ଶହାଜାହାଁ ଏଭଳି ଫେରାର ହୋଇ ପାରିବେ ନାହିଁ। ତାଙ୍କୁ ପଶ୍ଚିମବଙ୍ଗର ସରକାର ସମର୍ଥନ କରିପାରିବେ ନାହିଁ। ଜଣେ ନେତା ଟଙ୍କା ପାଇଁ ସମସ୍ତଙ୍କୁ ଏଭଳି ବନ୍ଧକ ରଖିପାରିବେ ନାହିଁ। ବିଜେପି ନେତା ସୁଭେନ୍ଦୁ ଅଧିକାରୀ ସନ୍ଦେଶଖାଲି ଯିବାକୁ ଅନୁମତି ପାଇଁ କରିଥିବା ଆବେଦନର ଶୁଣାଣି କରି ହାଇକୋର୍ଟ ଏଭଳି କହିଛନ୍ତି।

କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଟିଏସ୍‌ ଶିବଗଣମ୍‌ କହିଛନ୍ତି, 'ମହିଳାଙ୍କ ଅଭିଯୋଗକୁ ସମୀକ୍ଷା କରାଯାଇଛି। ଏହି ଅଞ୍ଚଳର ମହିଳାମାନେ ଗୁରୁତର ପ୍ରସଙ୍ଗ ଉଠାଇ ଅଭିଯୋଗ ଆଣିଛନ୍ତି। ଏଠାକାର କିଛି ଜମି ଉପରେ କବ୍‌ଜା କରାଯାଇଛି। ଶେଖ ଶାହଜାହାଁ ଏଭଳି ଫେରାର ହୋଇପାରିବେ ନାହିଁ। ତାଙ୍କୁ ଏଠାରେ ଆସି ଆତ୍ମସମର୍ପଣ କରିବାକୁ ପଡିବ। ସେ ଆଇନ ଉଲ୍ଲଙ୍ଘନ କରିପାରିବେ ନାହିଁ।'

Advertisment

ଯଦି ଜଣେ ବ୍ୟକ୍ତି ପୂରା ଅଞ୍ଚଳର ବାସିନ୍ଦାଙ୍କୁ ଟାଙ୍କା ପାଇଁ ମୁଣ୍ଡ ଜାମିନ ରଖିପାରୁଛନ୍ତି, ତେବେ ତାଙ୍କୁ ସରକାର ସମର୍ଥନ କରିପାରିବେ ନାହିଁ କି ସୁରକ୍ଷା ଯୋଗାଇ ପାରିବେ ନାହିଁ। ସେ କେବଳ ଲୋକଙ୍କ ପ୍ରତିନିଧି। ତାଙ୍କ କାମ ହେଲା କେବଳ ଲୋକଙ୍କ ସେବା କରିବା ବୋଲି କଡା ଭାଷାରେ କହିଛନ୍ତି ହାଇକୋର୍ଟ।

ସେହିପରି ସନ୍ଦେଶଖାଲିରେ କଟକଣା ଲାଗୁ କରିବାକୁ ନେଇ ମଧ୍ୟ ମମତା ସରକାରଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ। ସେ କହିଛନ୍ତି, 'ଆପଣ ଅଯଥାରେ ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି। ଆପଣ କେବଳ ହିଂସାତ୍ମକ ସ୍ଥିତି ସୃଷ୍ଟି କରୁଛନ୍ତି। କୋଭିଡ ସମୟରେ ଲୋକେ ଯେପରି ଅବସାଦରେ ଥିଲେ ଏଠାକାର ଲୋକେ ସେଭଳି ଡିପ୍ରେସନରେ ଅଛନ୍ତି। କାରଣ ଏଠକାର ଲୋକେ ଘର ଭିତରେ ବନ୍ଦୀ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି।'

ଉଲ୍ଲେଖଯୋଗ୍ୟ, ଟିଏମ୍‌ସି ନେତା ଶେଖ ଶାହଜାହାଁ ଗତ ଏକ ମାସ ଧରି ଫେରାର ଅଛନ୍ତି। ଜାନୁଆରୀ ମାସରେ ଇଡି ଚଢ଼ାଉ ବେଳେ ଶେଖ ଶାହଜାହାଁଙ୍କ ସମର୍ଥକମାନେ ଇଡି ଅଧିକାରୀଙ୍କ ଟିମ୍‌ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ମାମଲାରେ ଶାହଜାହାଁଙ୍କ ସହଯୋଗୀ ଉତ୍ତମ ସରକାର ଓ ଶିବୁ ହାଜରା ସମେତ ୧୭ ଜଣଙ୍କୁ ଗିରଫ କରାଯାଇଥିଲା। ପରେ ମାମଲାର ତଦନ୍ତ ବେଳେ ଏଠାକାର ମହିଳାଙ୍କୁ ଟିଏମ୍‌ସି ନେତା ଓ ତାଙ୍କର କିଛି ସମର୍ଥକ ଯୌନ ଉତ୍ପୀଡନ କରିବା ସହ ଓ କିଛି ଜମି ହଡପ କରିନେଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା।

West Bengal Calcutta High Court Sandeshkhali Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe